Advertisment

Rajamouli’s Hanuman Comment Triggers Fresh Controversy: ଭଗବାନଙ୍କୁ ମାନନ୍ତି ନାହିଁ ରାଜମୌଲୀ, ହନୁମାନଙ୍କୁ ନେଇ ଦେଲେ ବିବାଦୀୟ ବୟାନ

ଭଗବାନଙ୍କୁ ମାନନ୍ତି ନାହିଁ ରାଜମୌଲୀ। ବାହୁବଳୀ ନିର୍ମାତାଙ୍କ ବିବାଦୀୟ ବୟାନ। ତ୍ରୁଟି ପାଇଁ ହନୁମାନଙ୍କୁ ଦେଲେ ଦୋଷ । ସେ କହିଥିଲେ, ହନୁମାନ ତ ଆସି ମୋତେ  ସାହାଯ୍ୟ କଲେନି। ମୋତେ ଭାରି ରାଗ ଲାଗୁଛି। ସେଥିପାଇଁ ମୁଁ ଈଶ୍ବରଙ୍କୁ ବିଶ୍ବାସ କରେନାହିଁ ’।

author-image
Tapan Swain
SS-Rajamouli

SS-Rajamouli Photograph: (OTV)

ବିବାଦୀୟ ବୟାନ ଦେଇ ଫଶିଗଲେ ବାହୁବଲୀ ନିର୍ମାତା। ହନୁମାଙ୍କୁ ଥଟ୍ଟା କରିବା ଏସ୍ ଏସ୍ ରାଜମୌଲୀ ପଡ଼ିଛି ମହଙ୍ଗା। ଆଉ ତାଙ୍କ ବିରୁଦ୍ଧରେ FIR ଦାଖଲ କରାଯାଇଛି। ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ରାଜମୌଲି ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବାରାଣସୀ' ପାଇଁ ଏକ ଗ୍ଲୋବେଟ୍ରୋଟର ଇଭେଣ୍ଟ ଆୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ ଚଳଚ୍ଚିତ୍ରର ଶୀର୍ଷକ ଏବଂ ମୁଖ୍ୟ ଅଭିନେତା ମହେଶ ବାବୁଙ୍କ ପ୍ରଥମ ଲୁକ୍ ଉନ୍ମୋଚନ କରିଥିଲେ।

Advertisment

ତେବେ ଏହି ସମୟରେ ରାଜମୌଲୀ ଭଗବାନ ହନୁମାନଙ୍କ ବିଷୟରେ କିଛି ମନ୍ତବ୍ୟ ଦେଇଥିଲେ ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିଲା। ଫଳସ୍ୱରୂପ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। 

ଅଭିଯୋଗ ମୁତାବକ ବାରାଣସୀ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ସମୟରେ ହଠାତ ଏକ ଯାନ୍ତ୍ରିକ ତୃଟି ହୋଇଥିଲା। ଫଳରେ କାର୍ଯ୍ୟକ୍ରମରେ କିଛି ସମୟ ବିଳମ୍ବ ହୋଇଥିଲା। ତେବେ ଏହି ସମୟରେ ରାଜମୌଲୀ ମାଇକ ଧରି ଉପସ୍ଥିତ ଥିବା ଲୋକଙ୍କୁ ଭୁଲ ମାଗିଥିଲେ। ଆଉ ଏପରି କିଛି କହିଥିଲେ ଯାହା ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଥିଲା।

Advertisment

ଈଶ୍ବରଙ୍କୁ ବିଶ୍ବାସ କରେନି

ସେ କହିଥିଲେ, ମୁଁ ଯେତେବେଳେ ଏହି ଇଭେଣ୍ଟ ପାଇଁ ଆସୁଥିଲି ବାପା ମୋତେ କହିଥିଲେ , ସବୁ ଭଲ ହେବ, ହନୁମାନଜୀ ତୋ ପଥ ପ୍ରଦର୍ଶକ ହେବେ। କିନ୍ତୁ ଏଭଳି ଯାନ୍ତ୍ରିକ ତ୍ରୁଟି କାହିଁକି ହେଲା? ହନୁମାନ ତ ଆସି ମୋତେ  ସାହାଯ୍ୟ କଲେନି। ମୋତେ ଭାରି ରାଗ ଲାଗୁଛି। ସେଥିପାଇଁ ମୁଁ ଈଶ୍ବରଙ୍କୁ ବିଶ୍ବାସ କରେନାହିଁ ’। ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ପତ୍ନୀ ହନୁମାନଙ୍କୁ ଖୁବ ମାନନ୍ତି। ସାଙ୍ଗ ଭଳି କଥା ମଧ୍ୟ ହୁଅନ୍ତି। ହେଲେ ଏପରି ଅଘଟଣ କାହିଁକି ହେଲା ପ୍ରଶ୍ନ କରି ଉପହାସ କରିଥିଲେ ରାଜମୌଲୀ।

ତେବେ ଏସଏସ ରାଜାମୌଲିଙ୍କ ଏହି ବୟାନ ପରେ, ତାଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଭଗବାନ ହନୁମାନଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ରାଷ୍ଟ୍ରୀୟ ବାନର ସେନାର ସଦସ୍ୟମାନେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାୟର କରିଛନ୍ତି। ସେମାନେ କହିଛନ୍ତି ଯେ ରାଜାମୌଲିଙ୍କ ବୟାନ ଲୋକଙ୍କ ଭାବନାକୁ ଆଘାତ ଦେଇଛି। ହେଲେ ଏନେଇ ରାଜାମୌଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । 

Controversy S. S. Rajamouli
Advertisment
Related Articles
Advertisment