/odishatv-khabar/media/media_files/2025/12/28/bamboo-bridge-2025-12-28-10-12-27.jpg)
Bamboo Bridge Photograph: (OTV)
ତଳେ ନଦୀ ପାଣିର ସୁଅ, ଆଉ ଉପରେ ବାଉଁଶ ପୋଲ। ତାହାରି ଉପରେ ଯାତାୟତ ଛୋଟ ପିଲା ଠାରୁ ବଡ଼ ମଣିଷ। ଖାଲି ସେତିକି ନୁହେଁ ଏହାରି ଉପରେ ଯାଉଛି ସାଇକେଲ୍ ଆଉ ବାଇକ୍ ବି। କେତେବେଳେ କ’ଣ ଯେ ଘଟିବ ତାହା କହିବା ମୁସ୍କିଲ। ହେଲେ ଏହି ରାସ୍ତାରେ ନ ଗଲେ ଦୀର୍ଘ ୨୫ କିଲୋମିଟର ବୁଲିବାକୁ ପଡିବ। ଏଭଳି ଅବସ୍ଥାରେ ଯାତାୟାତ କରୁଛନ୍ତି ୪ଟି ପଞ୍ଚାୟତର ଲୋକେ।
ଉଦଳା ବ୍ଲକ ଏବଂ ଗୋପବନ୍ଧୁନଗର ବ୍ଲକ ମଧ୍ୟରେ ବାଧକ ସାଜିଛି ସୋନ ନଦୀ। ଆଉ ବାଉଁଶ ପୋଲ ସାଜିଛି ସାହାରା। ଏହି ନଦୀ ଉପରେ ପୋଲଟିଏ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିବା ବେଳେ ୨୦୧୯ ମସିହାରେ ପୋଲ ନିର୍ମାଣ ହେବା ନେଇ ଦିଆଯାଇଥିଲା ଶୁଭ। ବାରମ୍ବାର ବିଭାଗୀୟ ଅଧିକାରୀ ଆସି ମାପଚୁପ କରୁଛନ୍ତି ସତ ହେଲେ ତାହାର କାଣିଚାଏ କାମ ଆଜି ପର୍ଯ୍ୟନ୍ତ ହୋଇ ନାହିଁ। ଫଳରେ ଗ୍ରାମବାସୀ ନିଜ ଖର୍ଚ୍ଚରେ କରିଛନ୍ତି ଏହି ବାଉଁଶ ପୋଲ ଆଉ ତାହାରି ଉପରେ ବିପଦ ସଂକୁଳ ଅବସ୍ଥାରେ କରୁଛନ୍ତି ଯାତାୟାତ।
ଖରା ଏବଂ ଅନ୍ୟ ଦିନରେ ଯେନେତେନେ ପ୍ରକାରେ ଏହି ବାଉଁଶ ପୋଲକୁ ଭରସା କରି କାମ ଚଳିଯାଉଛି। ହେଲେ ବର୍ଷା ଦିନେ ଦୁଃଖ ହୋଇଯାଏ ଦୁଇଗୁଣ। ବର୍ଷା ଦିନେ ନଦୀରେ ପାଣି ବଢିଯାଏ ଆଉ ପୋଲ ଭାସିଯାଏ। ତେଣୁ ୨୫ କିଲୋମିଟର ବୁଲି ଉଦଳା, ଖୁଣ୍ଟା ମେଡିକାଲ ଠାରୁ ଆରମ୍ଭ କରି ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ।
ବାରମ୍ବାର ଦାବି ପରେ ମଧ୍ୟ ଗ୍ରାମବାସୀଙ୍କ ପାଇଁ ପୋଲଟିଏ ନିର୍ମାଣ ହେଉ ନ ଥିବାରୁ ଏହାକୁ ନେଇ ନିଜର ଅସନ୍ତୋଷ ବାଢିଛନ୍ତି ଗ୍ରାମବାସୀ। କେବେ ସରକାର ବାହାଦୁରଙ୍କ ନଜର ପଡ଼ିବ ଓ ସ୍ଥାୟୀ ପୋଲଟିଏ ନିର୍ମାଣ ହେବ ତାକୁ ଅପେକ୍ଷା କରି ରହିଛନ୍ତି ଅଞ୍ଚଳବାସୀ ।
Cold Wave: କଲବଲ କରୁଛି ଘନ କୁହୁଡ଼ି, ନୂଆବର୍ଷ ଯାଏଁ ପ୍ରବଳ ଶୀତ

Army Hunts Terrorists: ଲୁଚିଛନ୍ତି ପାକିସ୍ତାନୀ ଆତଙ୍କୀ, ବରଫ ଉପରେ ଭାରତୀୟ ଯବାନଙ୍କ ଅପରେସନ୍

Daily Horoscope 28th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 28th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)