/odishatv-khabar/media/media_files/2025/12/28/cold-wave-2025-12-28-09-00-07.jpg)
COLD WAVE Photograph: (OTV)
ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ନୂଆବର୍ଷ ଯାଏଁ ଶୀତରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୦ ଡିଗ୍ରୀ ତଳେ ରହିଛି ୧୦ରୁ ଅଧିକ ସହରର ପାରଦ। କନ୍ଧମାଳ, କୋରାପୁଟ, ରାଉରକେଲା, ଝାରସୁଗୁଡ଼ା, ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି।
ଶୀତ ସହିତ ଅଧିକ କଲବଲ କରୁଛି ଘନ କୁହୁଡ଼ି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ଓ କାଲି ସୁନ୍ଦରଗଡ଼, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ ଓ କୋରାପୁଟକୁ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି। ଉପକୂଳ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବି ହନ୍ତସନ୍ତ କରିପାରେ ଘନକୁହୁଡ଼ି। ୩ରୁ ୪ଦିନ ପରେ ଶୀତ ସାମାନ୍ୟ କମିବା ସମ୍ଭାବନା ରହିଛି।
ଉଦୟଗିରି ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୪ଡିଗ୍ରି ରେକର୍ଡ ହୋଇଛି। ଗତକାଲି ସର୍ବନିମ୍ନ ପାରଦ ୭.୮ ଡିଗ୍ରି ଥିଲା। ଗୋଟିଏ ଦିନରେ ୩.୪ ଡିଗ୍ରି ପାରଦ ଖସିଛି। ଦୁର୍ଗମ ଅଞ୍ଚଳରେ ପାରଦ ଆହୁରି ଏକରୁ ଦୁଇ ଡିଗ୍ରି କମ୍ ରହିଥିବା ଆକଳନ କରାଯାଇଛି। ସେହିଭଳି ଦାରିଙ୍ଗବାଡ଼ି ତାପମାତ୍ରା ୬ ଡିଗ୍ରିକୁ ହ୍ରାସ ପାଇଥିବା ବେଳେ କୋରାପୁଟରେ ୬.୬, ସେମିଳିଗୁଡ଼ାରେ ୬.୭, ରାଉରକେଲାରେ ୭, ଝାରସୁଗୁଡ଼ାରେ ୭.୪, ନବରଙ୍ଗପୁରରେ ୯, କେନ୍ଦୁଝରରେ ୯.୧, ସୁନ୍ଦରଗଡ଼ରେ ୯.୪, ବଲାଙ୍ଗୀରରେ ୯.୫ ଡିଗ୍ରି ରେକର୍ଡ କରାଯାଇଛି।
• ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା
• ନୂଆବର୍ଷ ଯାଏଁ ତାପମାତ୍ରାରେ ହେବନି ପରିବର୍ତ୍ତନ
• ଆସନ୍ତା ୪ ଦିନ ପରେ ସାମାନ୍ୟ କମିପାରେ ଶୀତ
• ୧୦ ଡିଗ୍ରୀ ତଳେ ୧୦ରୁ ଅଧିକ ସହର
• କନ୍ଧମାଳ, କୋରାପୁଟ, ରାଉରକେଲାରେ ଅସହ୍ୟ
• ଅଧିକ କଲବଲ କରୁଛି ଘନ କୁହୁଡ଼ି
• ଆଗାମୀ ୫ ଦିନ କୁହୁଡ଼ି ସତର୍କତା ଜାରି
Army Hunts Terrorists: ଲୁଚିଛନ୍ତି ପାକିସ୍ତାନୀ ଆତଙ୍କୀ, ବରଫ ଉପରେ ଭାରତୀୟ ଯବାନଙ୍କ ଅପରେସନ୍

Daily Horoscope 28th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 28th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Surya Upasana: ଦୈନିକ କଲେ ସୂର୍ଯ୍ୟ ଉପାସନା, ମିଳିଥାଏ ଏହି ୧୫ ଫାଇଦା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)