/odishatv-khabar/media/media_files/2025/12/28/jharsuguda-home-gurd-exam-2025-12-28-16-07-19.jpg)
Jharsuguda-Home-Gurd-Exam Photograph: (OTV)
ଚାକିରିଟିଏ ପାଇଁ ହନ୍ତସନ୍ତ ଗ୍ରାଜୁଏଟ୍ । ହୋମଗାର୍ଡ ଜବ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ପାସ୍ । କିନ୍ତୁ ପରୀକ୍ଷା ଦେଲେ ପିଜି-ଡିଗ୍ରୀଧାରୀ । ପ୍ରଥମେ ସମ୍ବଲପୁରରେ ବେକାରୀର ଏ ବିକଳ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୧୮୭ଟି ହୋମଗାର୍ଡ ପଦ ପାଇଁ ୮ ହଜାର ପରୀକ୍ଷାର୍ଥୀ ଖୋଲା ଆକାଶ ତଳେ ପରୀକ୍ଷା ଦେଇଥିଲେ । ଆଉ ଏବେ ସେହି ହୋମଗାର୍ଡ ଚାକିରି ପାଇଁ ଝାରସୁଗୁଡାରେ ପରୀକ୍ଷା କରାଯାଉଛି । କୁହୁଡ଼ିଆ ସକାଳରେ ୧୦୨ଟି ହୋମଗାର୍ଡ ପଦ ପାଇଁ ୪ ହଜାରରୁ ଅଧିକ ଉଚ୍ଚଶିକ୍ଷିତ ଯୁବକ-ଯୁବତୀ ପରୀକ୍ଷା ଦେଉଛନ୍ତି । ଆଉ ପରୀକ୍ଷା ବେଳର ଏ ଚିତ୍ର ଆମ ଓଡ଼ିଶାର ବେକାରୀଙ୍କ କଥା କହି ଆମକୁ ଯେମିତି ଉପହାସ କରୁଛି ।
ଆମ ରାଜ୍ୟର ବେକାରୀ ସମସ୍ୟାକୁ ଏ ଚିତ୍ର ପଦାରେ ପକାଇ ଦେଇଛି । ସାଧାରଣ ଚାକିରିଟିଏ ପାଇଁ ଏବେର ଯୁବପିଢ଼ି କିଭଳି ପରିଶ୍ରମ ଜାରି ରଖିଛି ଏ ଚିତ୍ର ବର୍ଣ୍ଣନା କରୁଛି । ହୋମଗାର୍ଡ ଚାକିରିଟିଏ ପାଇବାକୁ ଝାରସୁଗୁଡା ଓଏସ୍ଏପି ବାଟାଲିୟନ ପଡିଆରେ ଲିଖିତ ପରୀକ୍ଷା ଦେଉଛନ୍ତି ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ । ଏହି ଏକ୍ସଜାମରୁ ୧୦୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ । ତେଣୁ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ଆଖି ଆଗରେ ରଖି ପରୀକ୍ଷାସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ମୁତୟନ କରିଛି ପ୍ରଶାସନ ।
ପାଠପଢ଼ି ଉଚ୍ଚଶିକ୍ଷିତ ହୋଇ ମଧ୍ୟ ଯୁବପିଢ଼ିଙ୍କୁ ଚାକିରିଟିଏ ମିଳୁନି । ଯାହାଫଳରେ ପିଲାଙ୍କ ଭବିଷ୍ୟତ ଏବେ ଦିଗହରା ପାଲଟିଛି ।
Army Hunts Terrorists: ଲୁଚିଛନ୍ତି ପାକିସ୍ତାନୀ ଆତଙ୍କୀ, ବରଫ ଉପରେ ଭାରତୀୟ ଯବାନଙ୍କ ଅପରେସନ୍

Cold Wave: କଲବଲ କରୁଛି ଘନ କୁହୁଡ଼ି, ନୂଆବର୍ଷ ଯାଏଁ ପ୍ରବଳ ଶୀତ

Villagers Use Bamboo Bridge: ତଳେ ନଦୀ ପାଣିର ସୁଅ, ଆଉ ଉପରେ ବାଉଁଶ ପୋଲ

Danger on Every Step: ରାସ୍ତାସାରା ଖାଲଖମା, ପାଦେ ପାଦେରେ ବିପଦ

School Without Building: ଶିକ୍ଷାର ବିକଳ ବ୍ୟବସ୍ଥା; ସ୍କୁଲ୍ ନାହିଁ, ପର ବାରଣ୍ଡାରେ ଚାଲିଛି ପାଠପଢା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)