Advertisment

OAS Officer: ଝିଅ ପାଇଲା ଓଏଏସ୍, ବାଣ ରୋଷଣୀରେ ସ୍ବାଗତ କଲେ ଗାଁର ବୁଢାଠୁ ପିଲା

ଭଦ୍ରକ ବ୍ଲକ ବଲଭଦ୍ର ପୁର ଗାଁର ପ୍ରଥମ OAS ହୋଇଛନ୍ତି ସୁନା ଝିଅ ସ୍ଵାତୀଦୀପା। ନିଜ ପାଇଁ ସମ୍ମାନର ପହାଡ଼ ତିଆରି କରି ଅନ୍ୟ ମାନଙ୍କ ପାଇଁ ସ୍ବାତୀଦୀପା ପାଲଟିଛନ୍ତି ଉଦାହରଣ ।

author-image
Chinmayee Sahoo
Bhadrak-Village-Girl-OAS

Bhadrak-Village-Girl-OAS Photograph: (OTV)

ରୋଷଣୀ କରି ଗାଁକୁ ଫେରୁଛି ଝିଅ । ବାଜା ବାଜୁଛି… ବାଣ ଫୁଟୁଛି । ଆଉ ଡିଜେର ତାଳେତାଳେ ନାଚୁଛନ୍ତି ଗାଁର ବୁଢ଼ାଠୁ ପିଲା । କାରଣ ଗରିବ ଘରର ଝିଅଟି ଆଜି ଗାଁକୁ ଗୌରବ ଆଣିଛି । OCS ପରୀକ୍ଷାରେ ୪୬ ନମ୍ବର ରାଙ୍କ ରଖି OAS ଅଫିସର ହୋଇଛି । ଦିନେ ଯେଉଁ ପରିବାର ଆର୍ଥିକ ଅନଟନ ଭିତରେ ଯୁଝିଯୁଝି ଝିଅକୁ ପାଠ ପଢ଼ାଉଥିଲା । ସେଇ ବାପା-ମା’ଙ୍କ ଛାତି ଆଜି କୁଣ୍ଢେମୋଟ ହୋଇଯାଇଛି । ତାଙ୍କ ଝିଅ ଗାଁର ନାଁ ରଖିଛି । ଆଉ ଆଗକୁ ଜିଲ୍ଳାପାଳ ହେବାକୁ ଯାଉଛି ।
ବାପା-ମା’ଙ୍କ ଢେର ଭଲପାଇବା । ବଡ଼ ମାନଙ୍କ ଅଜସ୍ର ଆଶୀର୍ବାଦ । ଆଉ ନିଜର ପରିଶ୍ରମ ତାଙ୍କୁ ଆଜି ସ୍ବତନ୍ତ୍ର ପରିଚୟ ଦେଇଛି । ଫଳରେ ଭଦ୍ରକ ବ୍ଲକ ବଲଭଦ୍ର ପୁର ଗାଁର ପ୍ରଥମ OAS ହୋଇଛନ୍ତି ସୁନା ଝିଅ ସ୍ଵାତୀଦୀପା । ଅର୍ଥ ଅଭାବରୁ କୋଚିଂ ନେବା ତାଙ୍କ ପକ୍ଷେ ସମ୍ଭବ ନଥିଲା । କେବଳ ସେ ଅନଲାଇନରେ କ୍ଲାସ କରୁଥିଲେ । ପରେ ଶିକ୍ଷକଙ୍କ ସହଯୋଗ ତାଙ୍କ ସ୍ବପ୍ନକୁ ସାକାର କରିଥିବା କହିଛନ୍ତି ସ୍ଵାତୀଦିପାଙ୍କ ମା’ । ଆଉ ସେ ତାଙ୍କ ଗେହ୍ଲା ଝିଅ ପାଇଁ ଆଜି ଖୁବ୍ ଗର୍ବ କରୁଛନ୍ତି ।
ଏଠି ଗରିବୀ ଭାଙ୍ଗିପାରିନି ମନୋବଳ । ଅର୍ଥର ଅଭାବ ଚାପି ପାରିନି ଆଖିର ସ୍ବପ୍ନକୁ । ଦୃଢ଼ ଇଚ୍ଛାକ୍ତି ଆଜି ସବୁ ସ୍ବପ୍ନକୁ ସାକାର କରିଛି । ପରିବାରର ନାଁ ରଖିଛି, ତା’ ଛୋଟ ଗାଁକୁ ସାରା ଓଡ଼ିଶାକୁ ଚିହ୍ନାଇଛି । ଆଉ ନିଜ ପାଇଁ ସମ୍ମାନର ପହାଡ଼ ତିଆରି କରି ଅନ୍ୟ ମାନଙ୍କ ପାଇଁ ସ୍ବାତୀଦୀପା ପାଲଟିଛନ୍ତି ଉଦାହରଣ ।

Advertisment

ଅଧିକ ଦେଖନ୍ତୁ:

OAS Officer
Advertisment
Related Articles
Advertisment