/odishatv-khabar/media/media_files/2025/10/01/earthquake-2025-10-01-10-34-51.jpg)
Earthquake Photograph: (OTV)
ଫିଲିପାଇନ୍ସରେ ଶକ୍ତିଶାଳୀ ଭୂକଂପ ଝଟକାରେ ୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି। ଉପକୂଳ ସହର ବୋଗୋରେ ୬.୯ ତୀବ୍ରତାର ଭୂକଂପ ହୋଇଥିଲା।
ଫିଲିପାଇନ୍ସରେ ଭୟଙ୍କର ଭୂକଂପ ଝଟକା ଅନୁଭୂତ ହ୍ଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୯। ସେଣ୍ଟ୍ରାଲ ଫିଲିପାଇନ୍ସରେ ଭୂକଂପର କେନ୍ଦ୍ର ସ୍ଥଳ ଥିବା ସୂଚନା ମିଳିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୫୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଭଙ୍ଗା ଅଟାଳିକା ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବଡ଼ ଧରଣର ରେସ୍କ୍ୟୁ ଅପରେସନ। ଭୂମିକମ୍ପରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି । ପାହାଡ଼ ଧସିବାରୁ ତଳେ ଥିବା ଗାଁ ମାଟି ଅତଡ଼ାରେ ଚାପି ହୋଇଯାଇଛି।
ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଉପକୂଳବର୍ତ୍ତୀ ସହର ବୋଗୋର ଉତ୍ତର-ପୂର୍ବରେ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ। ଏହି ଅଞ୍ଚଳ ଏକ ଜନବହୁଳ ସହର। ଏଠାରେ ପ୍ରାୟ ୯୦ ହଜାର ଲୋକ ବସବାସ କରନ୍ତି।
ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ଗୋଟିଏ ହେଉଛି ବୋଗୋ। ଯେଉଁଠାରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯଦିଓ ଉଦ୍ଧାର କାର୍ଯ୍ୟ ଚାଲିଛି, ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି। ଏକ ପାହାଡିଆ ଗାଁରେ ଭୂସ୍ଖଳନ ଯୋଗୁଁ ଏକ ଝୁମ୍ପୁଡ଼ି ଘର ସମ୍ପୂର୍ଣ୍ଣ ପୋତି ହୋଇ ଯାଇଛି। ତେଣୁ ବିପଦ ଥିବାରୁ ଉଦ୍ଧାର କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଥିବା ଅଧିକାରୀମାନେ କହିଛନ୍ତି। ପଥର ଏବଂ ମାଟି ତଳେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି।
ସାନ୍ ରେମିଗିଓ ଟାଉନରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସାନ ରେମିଗିଓ ସହରରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ତଟରକ୍ଷୀ ବାହିନୀ କର୍ମଚାରୀ, ଜଣେ ଅଗ୍ନିଶମ କର୍ମଚାରୀ ଏବଂ ଜଣେ ଶିଶୁ ଅଛନ୍ତି।
ବୋଗୋର ପ୍ରତ୍ୟକ୍ଷଦର୍ଶୀମାନେ ବର୍ଣ୍ଣନା କରି କହିଛନ୍ତି ଯେ, ତୀବ୍ର ଭୂମିକମ୍ପରେ କାନ୍ଥ, ଘର ଏବଂ ରାସ୍ତା ଫାଟି ଯିବା ସହ ଅନେକ କ୍ଷତିଗ୍ରସ୍ତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)