Advertisment

Dense Fog Strands Passenger Ferry: ନୂଆବର୍ଷରେ ବଡ଼ ଅଘଟଣ; ଭସାପୋଲରୁ ବ୍ୟକ୍ତି ନିଖୋଜ

କୁହୁଡ଼ି ହେଲା କାଳ, ମଝି ଚିଲିକାରେ ଫସିଲେ ଯାତ୍ରୀ। ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ। ୩୦ମିନିଟ୍‌ରୁ ଅଧିକ ସମୟ ଧରି ମଝି ଚିଲିକାରେ ଅଟକି ରହିଛି।

author-image
Chinmayee Sahoo
Dense Fog Strands Passenger Ferry

Dense Fog Strands Passenger Ferry Photograph: (OTV)

କୁହୁଡ଼ି ହେଲା କାଳ, ମଝି ଚିଲିକାରେ ଫସିଲେ ଯାତ୍ରୀ, ଜଣେ ନିଖୋଜ ମିଳୁନି ପତ୍ତା। ଚିଲିକାରେ ଫସିଲା ଯାତ୍ରୀବାହୀ ଭସାପୋଲ। କିଛି ଘଣ୍ଟା ଧରି ମଝି ଚିଲିକାରେ ଅଟକି ରହିଛି। ଭସାପୋଲଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା। ଏଥିରେ ୫୦ ଯାତ୍ରୀ ସହ ଗୋଟିଏ ଯାତ୍ରୀବାହୀ ବସ, ୨ଟି କାର ରହିଛି। 

Advertisment

ଚିଲିକାରେ ପ୍ରବଳ କୁହୁଡି କାରଣରୁ ବାଟ ନ ଦେଖାଯିବାରୁ ଅଟକି ଯାଇଛି ଭସାପୋଲ। ହେଲେ ଏସବୁ ଭିତରେ ଏକ ବଡ଼ ଅଘଟଣ ଖବର ଆସିଛି। ଗତକାଲି ଚିଲିକାରେ ନୂଆବର୍ଷ ପାଳନ କରି ଆଜି ଫେରିବା ସମୟରେ ଜଣେ ବ୍ୟକ୍ତି ଏହି ଭସାପୋଲରୁ ନିଖୋଜ ଅଛନ୍ତି। 

ନିଖୋଜ ବ୍ୟକ୍ତି ଜଣକ ହେଲେ ଉମାଶଙ୍କର ଶାବତ, ସେ ବ୍ରହ୍ମପୁରରୁ ବୋଲି ଜଣାପଡ଼ିଛି। ଭସାପୋଲ ପାଖରେ ତାଙ୍କ ଟୋପି ଓ ଚପଲ ପଡ଼ିଛି। କିନ୍ତୁ ତାଙ୍କ ପତ୍ତା ମିଳୁନି।

Advertisment

ମଝି ଚିଲିକାରେ ଫସିଲେ ଯାତ୍ରୀ 
ଭସାପୋଲରେ ଆସୁଥିବା ବେଳେ ନିଖୋଜ
ଚିଲିକାରେ ନିଖୋଜଙ୍କୁ ଖୋଜାଖୋଜି ଜାରି
ନିଖୋଜଙ୍କ ଟୋପି ଓ ଚପଲ ମିଳିଲା
ନିଖୋଜ ଯାତ୍ରୀ ଜଣକ ଉମାଶଙ୍କର ଶାବତ 

Chilika
Advertisment
Related Articles
Advertisment