Advertisment

Strong Depression Forms in Bay of Bengal: ବଙ୍ଗୋପସାଗରରେ ବାତ୍ୟା ଭୟ: ୧୨ ଘଣ୍ଟାରେ ଗଭୀର ଅବପାତ

ବଙ୍ଗୋପସାଗରରେ ବାତ୍ୟା ଭୟ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ। ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ।

author-image
Chinmayee Sahoo
weather-cyclone

weather-cyclone Photograph: (OTV)

ବଙ୍ଗୋପସାଗରରେ ବାତ୍ୟା ଭୟ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏବେ କେନ୍ଦ୍ରୀଭୂତ ହୋଇଛି ଅବପାତ । ଏହା ପରବର୍ତ୍ତୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରେ ଏହା ଆହୁରି ବଳ ଗୋଟାଇବା ସହ ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

Advertisment

ଏହି ସିଷ୍ଟମ ଉତ୍ତର ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସେନେଇ କୌଣସି ଆକଳନ ହୋଇନାହିଁ ।

•    ବଙ୍ଗୋପସାଗରରେ ବାତ୍ୟା ଭୟ 
•    ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି ଅବପାତ 
•    ପରବର୍ତ୍ତୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ
•    ଅଧିକ ଘନୀଭୂତ ହୋଇ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ 
•    ଉତ୍ତର ତାମିଲନାଡ଼ୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଆଡ଼କୁ ମୁହାଁଇବ 
•    ଓଡ଼ିଶା ଉପରେ କେତେ ପଡ଼ିବ ପ୍ରଭାବ ସେନେଇ ମିଳିନି ସୂଚନା

Advertisment
Deep Depression Bay Of Bengal
Advertisment
Related Articles
Advertisment