Advertisment

Dark Secrets: ୧୦ ବର୍ଷ ତଳେ ବି କେନ୍ଦୁଝରରୁ ଆସିଥିଲା ସମାନ ଅଭିଯୋଗ , ୨୦୧୫ରେ ନିଖୋଜ ହୋଇଗଲା ମାଲକାନଗିରି ଆଦିବାସୀ ଛାତ୍ର

ଗତ ୧୨ ତାରିଖରେ କେନ୍ଦୁଝର ଅଞ୍ଚଳର ନବମ ଶ୍ରେଣୀର ଛାତ୍ରକୁ ବୀଭତ୍ସ ହତ୍ୟା, ଯୋଡ଼ି ହୋଇଯାଇଛି ‘କିସ୍’ କଳଙ୍କର କଳାଫର୍ଦ୍ଦରେ। ଏଇ ଘଟଣା ତ ଭାତହାଣ୍ଡିରୁ ଗୋଟିଏ। ପରିଚୟ ଗୋପନ ରଖି ଆଉ ଏକ କାହାଣୀ କହୁଛୁ ଆପଣଙ୍କୁ।

author-image
OTV Bureau
Dark Secrets

Dark Secrets Photograph: (OTV)

ରକ୍ତର ସନ୍ତାନକୁ ହରାଇବା ପରେ ଆଉ ବା କ’ଣ ଆଶା କରିଥାନ୍ତେ...ଉପାନ୍ତ ଇଲାକାରୁ ରାଜଧାନୀକୁ ଯାଇ ପାଠ ପଢ଼ି ମଣିଷ ହେଉ ବୋଲି ଯେଉଁ ସନ୍ତାନକୁ ପଠାଇଥିଲେ ବାପା ମା’, ସେହି ନିରୀହ ପିଲା ହତ୍ୟାର ଶିକାର ହେବା ପରେ ଆଉ ବା କ’ଣ କହିଥାନ୍ତେ...ଲୁହ ଆଉ କୋହକୁ ଚାପି, ଛାତିକୁ ବଜ୍ର କରି ସମ୍ପର୍କୀୟ କହିଛନ୍ତି, ‘କିସ୍’କୁ ଯାଇ ଭବିଷ୍ୟତ ଗଢ଼ି ପିଲା ଫେରନ୍ତୁ, କିନ୍ତୁ ଶବ ହୋଇ ନୁହେଁ।

Advertisment

ଗତ ୧୨ ତାରିଖରେ କେନ୍ଦୁଝର ଅଞ୍ଚଳର ନବମ ଶ୍ରେଣୀର ଛାତ୍ରକୁ ବୀଭତ୍ସ ହତ୍ୟା, ଯୋଡ଼ି ହୋଇଯାଇଛି ‘କିସ୍’ କଳଙ୍କର କଳାଫର୍ଦ୍ଦରେ। ଏଇ ଘଟଣା ତ ଭାତହାଣ୍ଡିରୁ ଗୋଟିଏ। ପରିଚୟ ଗୋପନ ରଖି ଆଉ ଏକ କାହାଣୀ କହୁଛୁ ଆପଣଙ୍କୁ। ପାଖାପାଖି ୧୦ ବର୍ଷ ତଳେ ବି ସେହି କେନ୍ଦୁଝର ଜିଲ୍ଲାରୁ ଆସିଥିଲା ସମାନ ଅଭିଯୋଗ। ସେତେବେଳେ ବି ଜଣେ ଛାତ୍ରର ଦେହ ଖରାପ ଥିବା କହି ପରିବାର ଲୋକଙ୍କୁ ତୁରନ୍ତ ଭୁବନେଶ୍ବର ଆସିବାକୁ ଫୋନ କରି ଡାକିଥିଲେ ‘କିସ୍’ କର୍ତ୍ତୃପକ୍ଷ। ବାପା, ମା’ ଆସି ଦେଖିଲା ବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା। ସାଦା କାଗଜରେ ଦସ୍ତଖତ କରାଇ ଶୋକଗ୍ରସ୍ତ ବାପା, ମା’ଙ୍କୁ ସିଧା ଧରାଇ ଦେଇଥିଲେ ପୁଅର ଡେଡବଡ଼ି। ଶେଷରେ ସେହି ପୁଅକୁ ଝୁରି ଝୁରି ବାପା ଆରପାରିକି ଚାଲିଗଲେ ସିନା, ମା’କୁ ପୁଅ ମୃତ୍ୟୁର କାରଣ ସଂପର୍କରେ ‘କିସ୍’ କର୍ତ୍ତୃପକ୍ଷ କହିଲେନି।

୨୦୧୮ ମସିହାର କଥା। ମାଲକାନଗିରିରୁ ବି ଆସିଥିଲା ଏକ ସଂଗୀନ ଅଭିଯୋଗ। ବଣ୍ଡା ଉନ୍ନୟନ ସଂସ୍ଥା ଜରିଆରେ ‘କିସ୍’କୁ ପାଠ ପଢ଼ିବାକୁ ଆସି ୨୦୧୫ରୁ ନିଖୋଜ ହୋଇଯାଇଥିଲା ଜଣେ ନବମ ଶ୍ରେଣୀର ଆଦିବାସୀ ଛାତ୍ର। ଦୀର୍ଘ ବର୍ଷ ଧରି ପିଲାଟି କୁଆଡ଼େ ଗଲା, ସେହି ସମୟରେ କେହି କିଛି ଜାଣିପାରିନଥିଲେ। ସେତେବେଳେ ‘କିସ୍’ କର୍ତ୍ତୃପକ୍ଷ ପାରିବାରିକ ଝଗଡ଼ାରୁ ପିଲାଟି ନିଖୋଜ ଥିବା କହି ଝାଡ଼ିଝୁଡି ହୋଇ ବସିଗଲେ। ଏମିତି ନାନା ଅଘଟଣକୁ ନେଇ NHRC ହୁଅନ୍ତୁ କିମ୍ବା CWC। ‘କିସ୍’ରେ ଆଦିବାସୀ ପିଲାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ଅନେକ ଥର ଉଦବେଗ ପ୍ରକାଶ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ, ଆକ୍ସନ ନେବା ପରିବର୍ତ୍ତେ ସରକାରୀ କର୍ତ୍ତୃପକ୍ଷ ଅସମ୍ଭବ ନୀରବତା ଅବଲମ୍ବନ କରୁଥିବା ଅଭିଯୋଗ ଉଠିଛି। ସତେଯେମିତି ଆଦିବାସୀ ପିଲାଙ୍କ ସୁରକ୍ଷା ଓ ଭବିଷ୍ୟତ ପ୍ରତି କାହାରି ନିଘା ନାହିଁ। ଯାହାକୁ ନେଇ ପ୍ରଶ୍ନ ଉଠାଇ ଏବେ ରାଜ୍ୟବ୍ୟାପି ଘେରିଛନ୍ତି ବିଭିନ୍ନ ଆଦିବାସୀ ସଂଘର କର୍ମକର୍ତ୍ତା। ତାସହ ‘କିସ’ରେ ପିଲାଙ୍କ ସୁରକ୍ଷାକୁ ନେଇ ବି ଉଦବେଗ ପ୍ରକାଶ କରିଛନ୍ତି।  

ସେ କିଟ୍ ହେଉ କି କିସ୍। ସେ ଛାତ୍ର ମୃତ୍ୟୁ ହେଉ କିମ୍ବା ଜମି ଜବରଦଖଲ। ନାନା ଅଭିଯୋଗ ଆଧାରରେ ଓଡ଼ିଶାର ଦାୟିତ୍ବସମ୍ପନ୍ନ ଗଣମାଧ୍ୟମ ଭାବେ ଖବର ପ୍ରସାରଣ କରିଆସୁଛି ଓଟିଭି। ଏଭଳି ସ୍ଥିତିରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ, ‘କିସ୍’ କର୍ତ୍ତୃପକ୍ଷ ଏବଂ ସରକାରୀ ଦାୟିତ୍ବପଣିଆ ଆଡ଼କୁ ଅଙ୍ଗୁଳି ଉଠୁଛି। ଏନେଇ ‘କିସ୍’ କିମ୍ବା କିଟ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment
Related Articles
Advertisment