/odishatv-khabar/media/media_files/2025/12/18/swargadwar-2025-12-18-17-49-17.jpg)
Swargadwar Photograph: (OTV)
ବଢ଼ୁଛି ଶବ ସଂଖ୍ୟା, ମିଳୁନି କାଠ । ଶବ ସତ୍କାର କରିବାକୁ ପର୍ଯ୍ୟାପ୍ତ ହେଉନି ମହଜୁଦ କାଠ । ବିକଳ୍ପ ଚିନ୍ତା ନ କଲେ ସ୍ଥିତି ହେବ ଜଟିଳ । ସ୍ୱର୍ଗଦ୍ୱାର କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କଲେ ଆତ୍ମା ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ କୋଟିକୋଟି ହିନ୍ଦୁ ଧର୍ମର ଲୋକ ନିଜର ବନ୍ଧୁପରିଜନ, ଆତ୍ମୀୟ ସ୍ବଜନ ଓ ପରିବାର ଲୋକଙ୍କ ଶବସତ୍କାର କରିବାକୁ ଦୂରଦୂରାନ୍ତରୁ ସ୍ୱର୍ଗଦ୍ୱାରକୁ ଆସିଥାନ୍ତି।
ହେଲେ ଏବେ ଦିନକୁ ଦିନ ଶବ ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଅନ୍ତେଷ୍ଟିକ୍ରିୟା କରିବା ପାଇଁ କାଠର ଅଭାବ ଦେଖାଦେଲାଣି। ତେଣୁ ଶବ ସତ୍କାର କରିବାକୁ ଆସି ହୀନସ୍ତା ହେଉଛନ୍ତି ସମ୍ପର୍କୀୟ ।
ଗତ ୧୫ ତାରିଖରେ ସ୍ୱର୍ଗଦ୍ୱାରରେ ରେକର୍ଡ ସଂଖ୍ୟକ ଶବସତ୍କାର ହୋଇଥିଲା। ଉକ୍ତ ଦିନ ସ୍ବର୍ଗଦ୍ବାରରେ ୧୩୬ଟି ଶବ ପୋଡା ହୋଇଥିବା ବେଳେ ତାହା ହେଉଛି ସର୍ବକାଳୀନ ରେକର୍ଡ। ଗତ ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ ୧୨୨ଟି ଶବ ଆସିଥିବା ରେକର୍ଡ ରହିଥିଲା।
ଶବ ସଂଖ୍ୟା ୧୩୦ ଟପିଲା
ସ୍ୱର୍ଗଦ୍ୱାରରେ ମୋଟ୍ ୨୮ଟି ପିଣ୍ଡି ରହିଥିବା ବେଳେ ମୃତଦେହ ତୁଳନାରେ ଏହା ବହୁତ୍ କମ୍। ତେଣୁ ସରକାର ପର୍ଯ୍ୟାପ୍ତ ପରିମାଣର କାଠ ଯୋଗାଇବା ସହ ପିଣ୍ଡି ସଂଖ୍ୟା ବଢାଇବାକୁ ହେଲେ ସ୍ୱର୍ଗଦ୍ୱାର ସଂପ୍ରସାରଣର ଆବଶ୍ୟକତା ରହିଛି। ହରିଶ୍ଚନ୍ଦ୍ର ଯୋଜନାରେ ଶବ ପିଛା ୧.୮୦ କ୍ବିଣ୍ଟାଲ କାଠ ଯୋଗାଇ ଦିଆଯାଉଛି। ଏବେ ଶବ ସଂଖ୍ୟା ୧୩୦ ଅତିକ୍ରମ କରୁଥିବାରୁ ୨୦୦ କ୍ବିଣ୍ଟାଲ୍ ରୁ ଅଧିକ କାଠର ଆବଶ୍ୟକତା ପଡ଼ୁଛି। ଏହା କେବଳ ହରିଶ୍ଚନ୍ଦ୍ର ଯୋଜନା ହିସାବ। ହରିଶ୍ଚନ୍ଦ୍ର ଯୋଜନା ବାଦ୍ ନିଜସ୍ବ ଖର୍ଚ୍ଚରେ ହେଉଥିବା ଶବଦାହ ପାଇଁ କାଠକୁ ହିସାବ କଲେ ପରିମାଣ ଆହୁରି ବଢ଼ିଯିବ।
ଅନ୍ୟପଟେ କାଠର ଅଭାବକୁ ପୂରଣ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ହୋଇଥିବା କହିଛନ୍ତି ଓଏଫଡ଼ିସି କର୍ମଚାରୀ। ତେବେ ଅଳ୍ପ କିଛି ଦିନ ପାଇଁ ଇଲେକ୍ଟ୍ରି ଚୁଲା ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ସେଥିପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ କାଠର ଚୋରାଚାଲାଣ ରୋକିବା ସହ ଜଙ୍ଗଲ ସୃଷ୍ଟି କଲେ ସ୍ୱର୍ଗଦ୍ୱାରରେ କାଠର ଅଭାବ ରହିବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି।
Shock at Home: ରାକ୍ଷସୀ ପାଲଟିଗଲା ବୋହୂ, ନେଇଗଲା ଶାଶୁର ଜୀବନ

Migrant Labour Horror: ଦାଦନ ଖଟିବାକୁ ଯାଇ ଅଖିବୁଜିଲା ଭେଣ୍ଡିଆ ପୁଅ, ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ

Mastermind Joker Happy: ପୋଲିସ କବଜାରେ ଜହ୍ଲାଦ , ଧଉଳି ଦୟାନଦୀ ପଠାରେ ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ

How Rural Workers Get Paid: ୧୨୫ ଦିନ କାମ ଦେବାକୁ ଗ୍ୟାରେଣ୍ଟି , ବେକାରୀ ଭତ୍ତା ମିଳିବା ନେଇ ପ୍ରସ୍ତାବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)