Advertisment

₹100 Per Signature: ଲାଞ୍ଚ ନେବାର ଭିଡିଓ ଭାଇରାଲ , ଗୋଟିଏ ଦସ୍ତଖତର ରେଟ୍‌ ଶହେ ଟଙ୍କା

ଜଣେ ମୁଦାଲାଙ୍କ ସମ୍ପର୍କୀୟଙ୍କୁ ବେଲବଣ୍ଡରେ ଦସ୍ତଖତ କରିବା ପାଇଁ ଲାଞ୍ଚ ମାଗିଥିଲେ ଜେଲର ରାଜେନ୍ଦ୍ର ପଣ୍ଡା । ଗୋଟିଏ ଦସ୍ତଖତର ରେଟ୍‌ ଥିଲା ଶହେ ଟଙ୍କା । ମୁଦାଲାଙ୍କ ସଂର୍ପକୀୟ ଏହାକୁ ନିଜ ଫୋନ୍‌ରେ ରେକର୍ଡ କରିଥିଲେ । ଯାହାର ଭିଡିଓ ଆସିଛି ସାମ୍ନାକୁ ।

author-image
Manas Ranjan Mohanty
Bolangir-Jailer-Bribe

Bolangir-Jailer-Bribe Photograph: (OTV)

ଜେଲରଙ୍କ ବାବୁଙ୍କ ଖୋଲାଖୋଲି ଲାଞ୍ଚ ନେବାର ଏକ୍ସକ୍ଳୁସିଭ ଭିଡିଓ ଏ‍ବେ ଭାଇରାଲ ହେଉଛି  । ସୋନପୁର ସବ୍‌-ଜେଲ୍‌ର ଜେଲର ରାଜେନ୍ଦ୍ର ପଣ୍ଡା । ବେଲବଣ୍ଡରେ ଦସ୍ତଖତ କରିବା ପାଇଁ ଲାଞ୍ଚ ନେଇ ଏବେ ଅଡୁଆରେ ପଡିଛନ୍ତି ପଣ୍ଡା ବାବୁ ।

Advertisment

ଜଣେ ମୁଦାଲାଙ୍କ ସମ୍ପର୍କୀୟଙ୍କୁ ବେଲବଣ୍ଡରେ ଦସ୍ତଖତ କରିବା ପାଇଁ ଲାଞ୍ଚ ମାଗିଥିଲେ ଜେଲର ରାଜେନ୍ଦ୍ର ପଣ୍ଡା । ଗୋଟିଏ ଦସ୍ତଖତର ରେଟ୍‌ ଥିଲା ଶହେ ଟଙ୍କା । ମୁଦାଲାଙ୍କ ସଂର୍ପକୀୟ ଏହାକୁ ନିଜ ଫୋନ୍‌ରେ ରେକର୍ଡ କରିଥିଲେ । ଯାହାର ଭିଡିଓ ଆସିଛି ସାମ୍ନାକୁ । ଏଥିରେ ଦେଖାଯାଇଛି, ଜେଲର ବାବୁ ନିଜ ସରକାରୀ କ୍ବାର୍ଟରରେ ଖାକି ଗଞ୍ଜି ପିନ୍ଧି ଖୋଲାଖୋଲି ୫ଶହ ଟଙ୍କା ନେଉଛନ୍ତି । ଆଉ ଶହେ ଟଙ୍କା ନିଜ ସହଯୋଗୀଙ୍କୁ ଦେଉଛନ୍ତି । ଅବଶ୍ୟ ଲାଞ୍ଚ ନେଲା ପରେ, ଚଟାପଟ ଦସ୍ତଖତ କରୁଛନ୍ତି । ଆଉ ମୁହଁ ଟାଣ କରି କହୁଛନ୍ତି, ମୋତେ କ୍ୟାନସର ହୋଇଛି । ତେଣୁ ଚିକିତ୍ସା ପାଇଁ ଟଙ୍କା ନେଲି ।

ଗତ ୨୮ ତାରିଖରେ ସୋନପୁର ଜିଲ୍ଳା ରାମପୁର ଥାନା ବଇରାଗୀ ମୁଣ୍ଡା ଗାଁରେ ଭାଇ ଭାଇ ଭିତରେ ବିବାଦ ହୋଇଥିଲା । ଥାନାରେ ମାମଲା ରୁଜୁ ହେଲା ପରେ, ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଥିଲେ ଅଭିଯୁକ୍ତ । ଗତକାଲି ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଥିଲେ ସୋନପୁର କୋର୍ଟ । ନିୟମ ମୁତାବକ ବିଚାରପତି ଜାମିନ ମଞ୍ଜୁର କଲା ପରେ, ଦିଆଯାଇଥିବା ସର୍ତ୍ତ ଉପରେ ମୁଦାଲାଙ୍କ ସ୍ବୀକୃତି ଦରକାର ହୋଇଥାଏ । ସେ ସର୍ତ୍ତକୁ ମାନିନେଇଛନ୍ତି ବୋଲି, ଜେଲର ବେଲବଣ୍ଡରେ ଦସ୍ତଖତ କରିଥାଆନ୍ତି । ତାପରେ କୋର୍ଟରୁ ବାହାରେ ରିଲିଜ ଅର୍ଡର । ବାସ୍, ଏହି ଦସ୍ତଖତକୁ ନେଇ ପଣ୍ଡା ବାବୁଙ୍କ ମୂଲଚାଲ । ଗୋଟିଏ ଦସ୍ତଖତର ଦାମ ଶହେ ଟଙ୍କା୬ଟି ଦସ୍ତଖତକୁ ୬ଶହ ଟଙ୍କା ନେଲେ ।

Advertisment

ଏହି ଲାଞ୍ଚ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି, କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଓକିଲ ଓ ବୁଦ୍ଧିଜୀବି । ଏନେଇ ସମ୍ପୃକ୍ତ ଜେଲରଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ହୋଇପାରିନି ।

Advertisment
Related Articles
Advertisment