/odishatv-khabar/media/media_files/2025/10/29/montha_aftermath-2025-10-29-10-23-51.jpg)
MONTHA_AFTERMATH Photograph: (OTV)
ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା । ଏବେ ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ସିଷ୍ଟମ ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି । ବର୍ତ୍ତମାନ ଏହାର ବେଗ ୧୦ କିଲୋମିଟର ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ।
ଏବେ ବାତ୍ୟା ଆନ୍ଧ୍ରର ନର୍ସାପୁରଠାରୁ ୨୦ କିଲୋମିଟର ଓ ମଛଲିପଟନମଠାରୁ ୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଡପଲର ରାଡାର ସହାୟତାରେ ବାତ୍ୟାର ଗତିପଥ ଉପରେ ନଜର ରଖିଛି ପାଣିପାଗ ବିଭାଗ ।
• ଦୁର୍ବଳ ହେଉଛି ମୋନ୍ଥା
• ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଉଛି ମୋନ୍ଥା
• ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା
• ଆନ୍ଧ୍ରପ୍ରଦେଶ ଉପକୂଳ ଉପର ଦେଇ ଗତି କରୁଛି ବାତ୍ୟା
• ଆସନ୍ତା ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ
• ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା
• ଡପଲର ରାଡାର ସହାୟତାରେ ବାତ୍ୟା ଉପରେ ନଜର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)