Advertisment

President Droupadi Murmu: ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ରାଫେଲରେ ଉଡ଼ିବେ। ହରିଆଣା ଅମ୍ବାଲାରୁ ଉଡ଼ାଣ ଭରିବେ ରାଷ୍ଟ୍ରପତି। ରାଫେଲରେ ଉଡ଼ିବାରେ ପ୍ରଥମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ।

author-image
Chinmayee Sahoo
PRESIDENT_IN_RAFFAEL

PRESIDENT_IN_RAFFAEL Photograph: (OTV)

ଆଜି ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରେ ଉଡ଼ିବେ ମାଡାମ୍ ଦ୍ରୌପଦୀ ମୁର୍ମୁ। ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ରାଫେଲରେ ଭରିବେ ଉଡ଼ାଣ।
ଆଜି ରାଫେଲରେ ଉଡ଼ିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରେ ଉଡ଼ିବେ ମାଡାମ୍ ଦ୍ରୌପଦୀ ମୁର୍ମୁ। ହରିଆଣା ଗସ୍ତରେ ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ରାଫେଲରେ ଭରିବେ ଉଡ଼ାଣ। ଉପସ୍ଥିତ ରହିବେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର। 
ରାଷ୍ଟ୍ରପତି ଯେଉଁ ରାଫେଲରେ ଉଡ଼ାଣ ଭରିବେ ତାହା ଅପରେସନ ସିନ୍ଦୂର ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ୧୭ତମ ରାଫେଲ ସ୍କ୍ୱାଡ୍ରନ୍ ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା । 
ରାଫେଲ ଯୁଦ୍ଧ ବିମାନର ଗୋଲ୍ଡେନ ଆରୋ ବା ୧୭ତମ ସ୍କ୍ୱାଡ୍ରନ୍ ଅମ୍ବାଲାରେ ଅବସ୍ଥିତ। ଏହି ସ୍କ୍ୱାଡ୍ରନର ଯୁଦ୍ଧ ବିମାନଗୁଡ଼ିକ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଧ୍ୱଂସ କରିଦେଇଥିଲେ। ଆଜି ରାଷ୍ଟ୍ରପତି ହରିଆଣାର ଅମ୍ବାଲା ଗସ୍ତ କରିବେ । 
ଗସ୍ତ ସମୟରେ ସେ ରାଫେଲରେ ଉଡ଼ାଣ ଭରିବା କାର୍ଯ୍ୟକ୍ରମ ରହିଛି ।  ଉଡ଼ାଣ ସମୟରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଅମ୍ବାଲା ଏୟାରବେସରେ ଉପସ୍ଥିତ ରହିବେ। ରାଫେଲରେ ଉଡାଣ ଭରିବାରେ ପ୍ରଥମ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ । ଏହାସହ ଫାଇଟର ଜେଟରେ ଉଡ଼ିବାରେ ସେ ତୃତୀୟ ରାଷ୍ଟ୍ରପତି ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ।

Advertisment

President Droupadi Murmu
Advertisment
Related Articles
Advertisment