/odishatv-khabar/media/media_files/2025/11/25/weather-2025-11-25-08-58-41.jpg)
WEATHER Photograph: (OTV)
ବଙ୍ଗୋପସାଗରରେ ଆସୁଛି ବାତ୍ୟା। ସମୁଦ୍ର ଭିତରେ ଆଜି ଅବପାତର ରୂପ ନେଇପାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ। ହେଲେ ଦ୍ବନ୍ଦ୍ବ ବଢ଼ାଉଛି ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ୍। ଗୋଟିଏ ଦାନା ବାନ୍ଧୁଛି, ଆଉ ଗୋଟିଏ ସସପେନ୍ସ ବଢ଼ାଉଛି। କ’ଣ ରହିବ ଗତିପଥ? ଓଡ଼ିଶାରେ କି ପ୍ରଭାବ ପକାଇବ ଶୀତକାଳୀନ ସାଇକ୍ଲୋନ୍? ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ?
ବଢ଼ି ଚାଲିଛି ନାନା ଶଙ୍କା। ଏନେଇ IMD ମଧ୍ୟ ସ୍ପଷ୍ଟ କରିନାହିଁ। ତେବେ ଅନ୍ୟ ଏକ ସିଷ୍ଟମ୍ ଅବପାତରେ ପରିଣତ ହେବାର ୪୮ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।
ବୁଧବାର କିମ୍ବା ଗୁରୁବାର ସୁଦ୍ଧା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିପାରେ। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତଥାପି ୪୮ ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ବୋଲି କହିଛି ପାଣିପାଗ ବିଭାଗ।
• ଗୁରୁବାର ବଙ୍ଗୋପସାଗରରେ ବାତ୍ୟା !
• ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସାଇକ୍ଲୋନ୍
• ଆଜି ଅବପାତର ରୂପ ନେଇପାରେ ୱେଲ ମାର୍କ ଲୋପ୍ରେସର
• ଦ୍ବନ୍ଦ୍ବ ବଢ଼ାଉଛି ବଙ୍ଗୋପସାଗରରେ ଦୁଇ ଦୁଇଟି ସିଷ୍ଟମ୍
• ଗୋଟିଏ ମାଲାକ୍କା, ଅନ୍ୟଟି ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଛି
• ଗୁରୁବାର ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା
• ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ?
• ଦକ୍ଷିଣ ଓଡ଼ିଶାରେ ବର୍ଷା ଆଶଙ୍କା
• ପରିସ୍ଥିତିର ମୁକାବିଲା ପାଇଁ ସଜାଗ ସରକାର
Dharma Dhwaja installation: ଆଜି ରାମ ମନ୍ଦିର ଶିଖରରେ ଧର୍ମ ଧ୍ବଜା ସ୍ଥାପନ ଉତ୍ସବ, ଝଲସୁଛି ଅଯୋଧ୍ୟା ନଗରୀ

Daily Horoscope 25th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 25th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Toxic Air Chokes Delhi: ଅଣନିଃଶ୍ବାସୀ କଲାଣି ଦିଲ୍ଲୀ ପବନ , ଘରେ ରହି କାମ କରିବାକୁ ଆସିଲା ନିର୍ଦ୍ଦେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)