/odishatv-khabar/media/post_attachments/uploadimage/library/16_9/16_9_0/Horoscope_1654136926.jpg)
ମେଷ-
ଅଶ୍ୱନୀ- ବ୍ୟବସାୟରେ ମଧ୍ୟମ ଧରଣର ଲାଭ ପାଇବେ । ଆପଣଙ୍କୁ ଅର୍ଥଲାଭ ସାଙ୍ଗକୁ ବାକ୍ ବିଳାସ ପ୍ରଦାନ କରିବ। କର୍ମଜୀବିମାନେ କର୍ମ ପ୍ରବଣତା ଦେଖାଇବେ ।
ଦ୍ୱିଜା- ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ବାଣୀ ମନରେ ଆଶ୍ୱସ୍ତି ଭରିପାରେ । ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ଅନ୍ୟମାନଙ୍କ କାମରେ ନିଜକୁ ମଜ୍ଜାଇ ରଖି ପ୍ରଶଂସିତ ହେବେ ।
କୃତିକା- ମହିଳା ମାନେ ନାନା ସମସ୍ୟା ଭିତରେ ଗତି କରିବେ । ରାଜନୀତିରେ ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ । ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ
ବୃଷ-
କୃତିକା- କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।
ରୋହିଣୀ- ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ସାମାଜିକ କାର୍ୟ୍ୟରେ ଆପଣଙ୍କ ରୁଚି ବଢିବ । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ ।
ମୃଗଶିରା- ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ମୃଗଶିରା-ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳ କ୍ରମେ ସମାଧାନ ହେବ । ନୂଆ କାମରେ ଘର ଲୋକ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ଫଳରେ ବ୍ୟବସାୟରେ ପରିବର୍ତନ ହେବ ।
ଆଦ୍ରା- ବିଦ୍ୟାର୍ଥୀ ପାଠପଢାରେ ଧ୍ୟାନ ଦେବେ । ନୂତନ ଚାକିରୀରେ ପ୍ରତିଷ୍ଠିତ ହେବେ । ପ୍ରଶାସନିକ କ୍ଷେତ୍ରରେ ଶୁଭ ଫଳଲାଭ ପାଇପାରିବେ ।
ପୁନର୍ବସୁ- ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ। ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ବିଫଳ ହୋଇପାରନ୍ତି। ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ସ୍ୱାସ୍ଥ୍ୟକୁ ନେଇ ନାନା ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ ।
ପୁଷ୍ୟା- ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ରାଜନିତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆଚାର ବ୍ୟବହାର , କଥାବାର୍ତାରେ ଆୟତ ନ ରଖିଲେ ଅସୁବିଧାରେ ପଡିପାରନ୍ତି ।
ଅଶ୍ଲେଷା- ଛାତ୍ରଛାତ୍ରୀମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ । ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ମଘା-ପରିବାରରେ ପିଲାମାନଙ୍କ ମେଳରେ ଖୁସିରେ ସମୟ କାଟିବେ । ଗ୍ରାହକଙ୍କ ସହ ତର୍କ ବିତର୍କ ହେବା ଫଳରେ ବାଣିଜ୍ୟ କ୍ଷେତ୍ରରେ ସାମାନ୍ୟ କ୍ଷତି ହୋଇପାରେ । ଚର୍ମ ରୋଗ ଦେଖାଦେଇପାରେ ।
ପୂ,ଫାଲଗୁନି- ଚାକିରୀରେ ସମସ୍ୟା ଦେଖାଦେବା ସହ ସ୍ଥାନାନ୍ତରଣର ଯୋଗ ରହିଛି । ଶିକ୍ଷାର୍ଥୀ ମାନେ ଶିକ୍ଷାପ୍ରତି ଯତ୍ନଶୀଳ ରହିଲେ ସଫଳତା ପ୍ରାପ୍ତ କରିବେ । ରାଜନୀତିରେ ଦଳୀୟ ବିବାଦ ଉପୁଜିପାରେ ।
ଉ,ଫାଲଗୁନି- ସଭାସମିତିରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ଆଜି ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି-ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ ।
ହସ୍ତା- ନୂଆ କାମ ପାଇଁ ପ୍ଲାନିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ । ପୁରା ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ଚିତ୍ରା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ ରହିବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଅସହାୟ ଓ ଅଶକ୍ତ ଲୋକଙ୍କୁ ସହେଯାଗ କରିବା ପାଇଁ ହାତ ବଢେଇବେ । କେତେକ କାମ ଅଧାରେ ଅଟକି ଯିବା କାରଣରୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ।
ସ୍ୱାତୀ- ମାନସିକ ସ୍ଥିତି ଠିକ୍ ରହିବ। କାମଗୁଡ଼ିକୁ ସମ୍ପନ୍ନ କରିବାରେ ଆନୁଷଙ୍ଗିକ ସୁବିଧା ସୁଯୋଗ ଅବଶ୍ୟ ପାଇବେ। ଅବହେଳାଜନିତ ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ।
ବିଶାଖା- ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ନୂଆ ଦାୟିତ୍ବ ମିଳିପାରେ। ପ୍ରତିଯୋଗିତାରେ ଖୁବ୍ ଭଲ କରିବେ । ମହିଳା ମାନେ କୈାଣସି ଅଜଣା ବିପଦରେ ପଡି ପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ । ସାସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି । ପାରିବାରିକ ଜୀବନ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।
ଅନୁରାଧା- ଅଫିସ୍ରେ ଭାବିଥିବା କାମ ନିର୍ଦ୍ଧିରିତ ସମୟରେ ସମ୍ପୂର୍ଣ୍ଣ କରିବେ । ରାଜନୀତିରେ ଅଧିକାରୀଙ୍କ ପ୍ରତି ଆପଣଙ୍କ ବ୍ୟବହାର କୋମଳ ରଖନ୍ତୁ । ବିବାଦୀୟ ଘଟଣା ଟିକେ ଜଟିଳ ଆଡକୁ ଗତି କରିବ ।
ଜ୍ୟେଷ୍ଠା- ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ । ଅବହେଳା କରିଥିବା କାର୍ୟ୍ୟ ପାଇଁ ଅନୁତାପ କରିବେ । ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି । ଖେଳ କୁଦରେ ଖୁସି ରହିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ପ୍ରତିଟି କାମ ମନ ଦେଇ କରିଲେ ସଫଳତା ପାଇବେ । ଜୀବନ ସାଥିଙ୍କ ବିଚାର ବୁଝିବାକୁ ଚେଷ୍ଟା କରିବେ । ସେବାସମ୍ବନ୍ଧ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣ କରିବେ । ସମ୍ପର୍କୀୟ ସହାୟତା ଯୋଗୁଁ ଆର୍ଥିକ ସ୍ୱଛଳତା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ ।
ପୂ,ଷାଢା- ବୈବାହିକ କର୍ମ ସକାଶେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।ଆପଣଙ୍କ ଆତ୍ମବିଶ୍ୱାସ ଉଚ୍ଚ ରହିବ ।
ଉ,ଷାଢା- କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି। ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ
ଶ୍ରବଣା- ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ ।
ଧନିଷ୍ଠା- ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ଭାବିଥିବା କୈାଣସି ଜରୁରୀ କାମ ସଂପୂର୍ଣ୍ଣ ହେବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
କୁମ୍ଭ-
ଧନିଷ୍ଠା- ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିପାରେ । ପ୍ରେମିକ ପ୍ରେମିକା ମାନେ ମନ ଭିତରେ ଥିବା ସନ୍ଦେହକୁ ଦୂରେଇ ଦେଇ ନିକଟତର ହେବେ । କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ ଓ ଆର୍ଥିକ ସ୍ଥିତି ପୂର୍ବପରି ରହିବ ।
ଶତଭିଷା- ସରକାରୀ କ୍ଷେତ୍ରରେ ପରୀକ୍ଷା ଦେଲେ ଉତିର୍ଣ୍ଣ ହେବେ । ଆର୍ଥିକ କ୍ଷେତ୍ରରେ ଉତମ ପରିମାଣ ପ୍ରାପ୍ତ ହେବ । ଦୃଢସଂକଳ୍ପ ଓ ଆତ୍ମବିଶ୍ୱାସ ଭରପୁର ରହିବ ।
ପୂ,ଭାଦ୍ରପଦ- ପୈତୃକ ସମ୍ପତ୍ତି କୁ ନେଇ ଦୁଇଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ ହେବେ । ଭାତୃବିବାଦ ଉପୁଜି ପାରେ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉତ୍ତମ ଫଳ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରେମ ଜୀବନ ମଧୁରମୟ ରହିବ । କୈଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ । ବ୍ୟପାର ବୃର୍ତିରେ ପ୍ରଗତି ହେବ ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ ।
ଉ,ଭାଦ୍ରପଦ- ବ୍ୟବସାୟରେ ସାମାନ୍ୟ ପରିବର୍ତନ ହେତୁ ସାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସେମାନେ ଏଥିରେ ସଫଳ ହେବେ
ରେବତୀ- ବିଦ୍ୟାର୍ଥୀ ମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
Today Panchang 25th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Toxic Air Chokes Delhi: ଅଣନିଃଶ୍ବାସୀ କଲାଣି ଦିଲ୍ଲୀ ପବନ , ଘରେ ରହି କାମ କରିବାକୁ ଆସିଲା ନିର୍ଦ୍ଦେଶ

AC Units Stolen: ହାଇ ସିକ୍ୟୁରିଟି ଜୋନରେ ମାତିଛନ୍ତି ଚୋର , ଲୋକସେବା ଭବନରେ ଚୋରାଇ ନେଲେ AC

Dharmendra Passes Away: ୩ ଶହରୁ ଅଧିକ ଫିଲ୍ମରେ ଜୀବନ୍ତ ଅଭିନୟକୁ ଝୁରୁଛନ୍ତି ଫ୍ୟାନ୍ , ବଲିଉଡ୍ ହି-ମ୍ୟାନଙ୍କ ବିୟୋଗରେ ସବୁ ମହଲରେ ଶୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)