Advertisment

Bhasani Festival: ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଢେଲା ମାଡ଼ରେ ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ

ବିଳମ୍ବିତ ରାତିରେ ଦରଘାବଜାର ଥାନା ଅଞ୍ଚଳରେ ଗଣ୍ଡଗୋଳ ହୋଇଛି। ଗୀତ ବଜାଇବାକୁ ବିରୋଧ କରି ଦୁଇ ଗୋଷ୍ଠୀ ଭିତରେ ଢେଲା ଓ କାଚ ବୋତଲ ମାଡ଼ ହୋଇଛି। ବିସର୍ଜନ ନ ହୋଇ ଅଟକି ରହିଛି ଅନେକ ମେଢ଼।

author-image
Chinmayee Sahoo
Bhasani

Bhasani Photograph: (OTV)

କଟକରେ ଦୁର୍ଗା ମେଢ ଭସାଣି ବେଳେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ହୋଇଛି। ଉଭୟ ଗୋଷ୍ଠୀ ଭିତରେ ଢେଲା ଓ କାଚ ବୋତଲ ମାଡ଼ କରାଯାଇଛି। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦରଘାବଜାର ଥାନା ଅଞ୍ଚଳରେ ଗଣ୍ଡଗୋଳ ପରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହା ପରେ ଢେଲା ଓ କାଚ ବୋତଲ ମାଡ଼ କରିଥିଲେ ଉଭୟ ଗୋଷ୍ଠୀ। ଏଥିରେ ଡିସିପି ରିଷିକେଷ ଖିଲାରି ବି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 
ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିମାଡ କରିଥିଲା। ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ପ୍ରତିମା ଶୋଭାଯାତ୍ରାରେ ବିସର୍ଜନ ପାଇଁ ଦେବୀଗଡା ଅଭିମୁଖେ ଯାଉଥିଲା। ଶୋଭାଯାତ୍ରାରେ ବାଜୁଥିବା ଗୀତକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ। ଏହାପରେ ଦରଘାବଜାର ଜେଲ ରୋଡର ଏକ ନିର୍ଦ୍ଧିଷ୍ଟ ଦିଗରୁ ହଠାତ ଢେଲା ପଥର ମାଡ଼ ହୋଇଥିଲା। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଢେଲା ଓ କାଚ ବୋତଲ ମାଡ। ସେଠାରେ ଥିବା ଗାଡି ମୋଟର ବି ଭାଙ୍ଗିରୁଜି ଯାଇଛି। 
ପରିସ୍ଥିତି କିଛି ସମୟ ଶାନ୍ତ ପଡିବା ପରେ ରାଉସାପାଟଣା ମେଢ ଆସିବା ବେଳେ ପୁଣି ଢେଲା ପଥର ମାଡ ହୋଇଥିଲା। ପ୍ରତିବାଦରେ ଶୋଭାଯାତ୍ରାରେ ଆସୁଥିବା ଲୋକ ରାସ୍ତା ଉପରେ ଧାରଣାରେ ବସିବା ସହ ଭସାଣ ଶୋଭାଯାତ୍ରା ବନ୍ଦ କରିଥିଲେ। ଫଳରେ ରାତି ସାଢ଼େ ୨ଟା ପରେ ଏହି ରାସ୍ତାରେ ପ୍ରତିମା ଶୋଭାଯାତ୍ରା ବନ୍ଦ ହୋଇଥିଲା। ବିସର୍ଜନ ନ ହୋଇ ଅଟକି ରହିଛି ଅନେକ ମେଢ଼। ଦେବୀଗଡା ଅଭିମୁଖେ ଯାଉଥିବା ମେଢ ଗୁଡିକ ରାସ୍ତାରେ ଅଟକି ରହିଛନ୍ତି।
ସେହିପରି ନିମ ସାହିରେ ମଧ୍ୟ ଅଟକି ରହିଛି ରାଉସପାଟଣା ଦୁର୍ଗା ମେଢ। ଗତ ରାତିରେ ଆକ୍ରମଣକୁ ନେଇ ଧାରଣାରେ ବସିଛନ୍ତି  ଶତାଧିକ ପୂଜା କମିଟି ସଦସ୍ୟ। ଢେଲା ପଥର ଆକ୍ରମଣ ପରେ ମେଢ ପଛକୁ ନେବାକୁ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଆକ୍ରମଣକାରୀଙ୍କ ଗିରଫଦାରୀ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂଜା କମିଟି ସଦସ୍ୟ।

Advertisment

ଅଧିକ ଦେଖନ୍ତୁ:

Cuttack
Advertisment
Related Articles
Advertisment