/odishatv-khabar/media/media_files/2025/10/03/prisoner-2025-10-03-20-34-58.jpg)
Prisoner Photograph: (OTV)
କଡ଼ା ସୁରକ୍ଷା ବଳୟରେ ରହୁଥିବା କଟକ ଚୌଦ୍ବାର ମଣ୍ଡଳ କାରାଗାରରୁ ରାତି ଅଧରେ ଚମ୍ପଟ ମାରିଲେ ବିହାରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ଜେଲ୍ ଭିତରେ ପୂଜା ସେଲିବ୍ରେସନର ମଉକା ଦେଖି ଛୁ ମାରିଛନ୍ତି ଦୁଇ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ। ଜେଲର ସେଲ୍ ତାଡ଼ି, କମ୍ବଳ, ଗାମୁଛା , ନିଜେ ପିନ୍ଧିଥିବା ସାର୍ଟ ଓ ପ୍ୟାଣ୍ଟକୁ ରଶି ବନେଇ ପୁରା ଫିଲ୍ମ ଷ୍ଟାଇଲରେ ଫେରାର ମାରିଛନ୍ତି ।
ଏହା ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଦୁଇ ଅପରାଧୀଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଛି କମିଶନରେଟ୍ ପୋଲିସ.....
ଜେଲରେ ଚାଲିଥିଲା ପୂଜା ସେଲିବ୍ରେସନ୍ । ଏଣେ ଛୁ ମାରିଲେ କଏଦୀ । ଚୌଦ୍ବାର ଜେଲ ଡେଇଁ ଫେରାର୍ ବିହାରୀ କଏଦୀ ?
ସୁରକ୍ଷା ବ୍ୟବସ୍ଥା ଏମିତି ଢିଲା କେମିତି ହେଲା ? କେହି ଜାଣି ପାରିଲେନି କେମିତି ?
ଓଡ଼ିଶାର ଜେଲ୍ ପାଚେରୀ ଡେଇଁ, ଚମ୍ପଟ ମାରିଛନ୍ତି ବିହାରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ । ଯାହାଙ୍କୁ ଯାଜପୁର ଜିଲ୍ଲା ପୋଲିସ ଧରି ଚୌଦ୍ବାର ଜେଲ୍ ପଠାଇଥିଲା ସେମାନେ ଏବେ ପାଚେରୀ ଡେଇ ଛୁ ମାରିଛନ୍ତି । ନିଜ ସେଲର ଲୁହା ଗ୍ରୀଲ୍ କାଟି ବାହାରକୁ ଆସିଥିଲେ ଏହି ଦୁଇ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ । ପାଚେରୀ ଡେଇଁବା ପାଇଁ ବ୍ୟବହାର କରିଥିଲେ ସେମାନେ ପିନ୍ଧିଥିବା ପୋଷାକ, କମ୍ବଳ ଓ ଦଉଡ଼ି । ପୂରା ଫିଲ୍ମ ଷ୍ଟାଇଲ ଆପଣାଇଲେ , ସୁରକ୍ଷା ବଳୟ ଭେଦ କଲେ ।
ପୋଲିସ ଜେଲ୍ କର୍ମଚାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପାଚେରୀ ଡେଇଁ ଚମ୍ପଟ ମାରିଲେ । ଅନ୍ଧାର ରାତିର ମଉକା ନେଇ, ଜେଲ୍ ଭିତରେ ଚାଲିଥିବା ପୂଜା ସେଲିବ୍ରେସନ୍ ର ସୁଯୋଗ ଦେଖି ଚମ୍ପଟ ମାରିଛନ୍ତି ଦୁର୍ଦ୍ଦାନ୍ତ ମଧୁ ଓ ରାଜା ।
କଏଦୀ ଚମ୍ପଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ଜେଲ୍ ବିଭାଗ। କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର ଓ ଚିଫ୍ ୱାର୍ଡର ସସପେଣ୍ଡ୍ ହୋଇଛନ୍ତି।ଘଟଣାର ତଦନ୍ତ ଭାର କଟକ ରେଞ୍ଜ୍ ଡିଆଇଜିଙ୍କୁ ଦେଇଛନ୍ତି ଜେଲ୍ ବିଭାଗ ଡିଜି ।... ଫେରାର୍ ମଧୁ ଓ ରାଜା ଗତ ଜାନୁଆରି ୪ ତାରିଖରେ ଯାଜପୁର ପାଣିକୋଇଲିରେ ପଣ୍ଡା ଆଳଙ୍କାର ଲୁଟ୍ ଘଟଣାରେ ଧରାପଡ଼ିଥିଲେ। ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ। ଲୁଟେରାଙ୍କ ଗୁଳିମାଡ଼ରେ ୨ ଜଣଙ୍କର ଜୀବନ ବି ଯାଇଥିଲା। ସେହି ସମୟରେ ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ।
ଏବେ ସେମାନେ ଫେରାର ମାରିଥିବା ଖବର ଶୁଣି ମୃତକଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ଧରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ସେପଟେ ଚମ୍ପଟ ମାରିଥିବା ମଧୁ ଓ ରାଜାଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି କମିଶନରେଟ୍ ପୋଲିସ୍ । ଏନେଇ ସେମାନଙ୍କ ଫଟୋ ମଧ୍ୟ ଜାରି କରିଛି ।
ଘଟଣାକୁ ନେଇ ଆଇନ ମନ୍ତ୍ରୀ କହିଛନ୍ତି, ପୋଲିସ ବିଭାଗ ଏବଂ ଜେଲ ବିଭାଗ ଯାହା ପଦକ୍ଷେପ ନେବା କଥା ନେଇଛନ୍ତି । ଜେଲ ଡିଜି, ଡିଆଇଜି ସେଣ୍ଟ୍ରାଲ ରେଞ୍ଜଙ୍କୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Nature’s Fury From the Hills: ପାହାଡ଼ ଉପରୁ ମାଡ଼ିଆସିଲା ବିପଦ, ମାଟିତଳେ ପୋତିହୋଇଗଲା ଦୁଇ ଜୀବନ

Police SI Recruitment Scam: ବ୍ୟାପମ୍ ଦୁର୍ନୀତିକୁ ବଳିଯିବ କି `ପୋଲିସ SI' ମହାଘୋଟାଲା ? କିଙ୍ଗପିନ୍ ମୁନା ଓ ଶଙ୍କର ସାମ୍ନାକୁ ଆସିବା ପରେ ବଢ଼ିଲା ଚର୍ଚ୍ଚା

SI Recruitment Scam Widens: ପୋଲିସ SI ପରୀକ୍ଷା ଜାଲିଆତିରେ ବହୁ ବଡ଼ ମାଛ, କ୍ରାଇମବ୍ରାଞ୍ଚ ସ୍କାନରେ ନାମୀ କୋଚିଂ ସେଣ୍ଟର ଓ ଦଲାଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)