Advertisment

MLA Byomkesh Ray Under Fire: ମେଢ଼ ବୁଲିବାକୁ ଯାଇ ବ୍ୟୋମକେଶ ରାୟ ହଟହଟା, ବିଧାୟକ ପକ୍କା ଘର ଆଉ ଭତ୍ତା ଟଙ୍କା ଖାଇଥିବା ଅଭିଯୋଗ

ପୂଜାରେ ବୁଲୁଥିବା ସମୟରେ ବିଜେଡି ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଏଭଳି ଅପଦସ୍ତ ହେବାକୁ ପଡ଼ିଛି । ନବମୀ ଦିନ ଚାନ୍ଦବାଲି ବ୍ଲକ ଖେରଙ୍ଗକୁ ପୂଜା ବୁଲିବାକୁ ଯାଇଥିଲେ ବିଧାୟକ ବ୍ୟୋମକେଶ । ଆଉ ସେ ପହଞ୍ଚୁ ପହଞ୍ଚୁ ଆରମ୍ଭ ହୋଇଥିଲା ବିରୋଧ ।

author-image
Tapan Swain
Byomakesh Ray

Byomakesh Ray Photograph: (OTV)

୩ ଥର ଧରି ଜିତିଥିବା ବିଜେଡି ବିଧାୟକ ହେଲେ ହଟହଟା । କିଏ କହିଲା ଭତ୍ତା ଚୋର ତ କିଏ ଘର ପାଇନଥିବାରୁ କଲା ଗାଳିଗୁଲଜ । ଦୁର୍ଗା ମଣ୍ଡପ ବୁଲିବାକୁ ଯାଇ ହଟହଟା ହେଇ ଫେରିଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ । ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।...

Advertisment

ବିଜେଡି ବିଧାୟକଙ୍କୁ ଭତ୍ତା ଚୋର କହି ଘେରିଲେ ଲୋକେ । ଦଶହରା ମେଢ଼ ବୁଲିବାକୁ ଯାଇ ହଟହଟା ହେଲେ ବିଧାୟକ । ବିରୋଧ, ପ୍ରତିବାଦ ସହ କଲେ ଗାଳି ଗୁଲଜ । ...

 ଲଗାଥର ୩ ଥର ଜିତିଥିବା ବିଧାୟକ ବ୍ୟୋମକେଶ ରାୟ ଜନ ଆକ୍ରୋଶର ଶିକାର ହୋଇଛନ୍ତି । ପୂଜାରେ ବୁଲୁଥିବା ସମୟରେ ବିଜେଡି ଚାନ୍ଦବାଲି ବିଧାୟକ ବ୍ୟୋମକେଶ( Byomakesh Ray) ଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଏଭଳି ଅପଦସ୍ତ ହେବାକୁ ପଡ଼ିଛି । ନବମୀ ଦିନ ଚାନ୍ଦବାଲି ବ୍ଲକ ଖେରଙ୍ଗକୁ ପୂଜା ବୁଲିବାକୁ ଯାଇଥିଲେ ବିଧାୟକ ବ୍ୟୋମକେଶ । ଆଉ ସେ ପହଞ୍ଚୁ ପହଞ୍ଚୁ ଆରମ୍ଭ ହୋଇଥିଲା ବିରୋଧ ।

Advertisment

ସ୍ଥାନୀୟ ବାସିନ୍ଦା ବିଧାୟକଙ୍କୁ ବିରୋଧୀ କରିବା ସହ ଭତ୍ତା ଚୋର କହି ଘଉଡ଼ାଇ ଥିଲେ । ଏମିତି ଅବସ୍ଥା ହୋଇଥିଲା ଯେ, ବିଧାୟକ ବାଟ ନପାଇ ଫେରିଥିଲେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ । ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ବିଧାୟକ ପକ୍କା ଘର ଆଉ ଭତ୍ତା ଟଙ୍କା ଖାଇଛନ୍ତି ସେଥିପାଇଁ ବିରୋଧୀ କଲୁ ।

ତେବେ ଏନେଇ ବ୍ୟୋମକେଶ ପ୍ରତିକ୍ରିୟା ଦେଇ ନଥିବା ବେଳେ ତେଜିଛି ରାଜନୀତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଚାନ୍ଦବାଲି ବିଧାୟକ ଜଣେ ଶାନ୍ତି ପ୍ରିୟ ନେତା । ସାମାଜିକ କାର୍ଯ୍ୟ କ୍ରମରେ ଯୋଗଦେବାକୁ ଯାଇଥିବାବେଳେ ଜଣେ ଜନପ୍ରତିନିଧି ଙ୍କୁ ଏଭଳି ବ୍ୟବହାର କରିବା ନିନ୍ଦନୀୟ । ବିଜେପି ଚାହୁଁଚି ବିଜେଡ଼ି ନେତା ଅପଦସ୍ତ ହୁଅନ୍ତୁ । ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି କହିଛନ୍ତି ଘଟଣା ବିଷୟର ସେ ଜାଣି ନାହାନ୍ତି । କାହାର ବ୍ୟକ୍ତିଗତ ସମସ୍ୟା ଥିବ କିଏ କଣ କରିଥିବ । 

BJD Byomakesh Ray MLA
Advertisment
Related Articles
Advertisment