/odishatv-khabar/media/post_attachments/uploadimage/library/16_9/16_9_0/Horoscope_1642647381.jpg)
ମେଷ-
ଅଶ୍ୱନୀ- ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ।
ଦ୍ୱିଜା- ଆଜି ଦୂରଯାତ୍ରା, ବାଣିଜ୍ୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ବ୍ୟକ୍ତି ସବୁକଥାକୁ ଭଲରୂପେ ବିଚାରି କାମ ନ କଲେ ସମସ୍ୟା ମାଡ଼ି ଆସିପାରେ। ଭାଇ ବନ୍ଧୁ ମିତ୍ରଙ୍କ ସାହାଯ୍ୟ ସହଯୋଗ ପାଇ ସୁଖ ସମୃଦ୍ଧି ବୃଦ୍ଧି ହେବ ।
କୃତିକା- ଆଶା ପୂରଣ ହେବାରେ ଜଣେ ସହକର୍ମୀ ସାହାଯ୍ୟ କରିବେ। ଅଭାବ, ଅଶାନ୍ତି ମଧ୍ୟରେ ସମୟ କାଟିବାକୁ ବାଧ୍ୟ ହୋଇପାରନ୍ତି । ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା-ପାରିବାରିକ ସମସ୍ୟା ବୁଝାମଣା ଭିତରେ ସମାଧାନ ହେବ । ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୁର୍ଣ୍ଣ ହେବ ନାହିଁ । ଆର୍ଥିକ ଦିଗରୁ ଉପକୃତ ହେବେ ।
ରୋହିଣୀ- ଶାରୀରିକ ଅସୁସ୍ଥତା ଦୂରହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଚାକିରୀରେ ଅପମାନିତ ହୋଇପାରନ୍ତି । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ ।
ମୃଗଶିରା- ଅନେକ ସ୍ଥାନରେ ଭୁଲ୍ କରି ଅପମାନିତ ହୋଇପାରନ୍ତି । ଭୋଜନ ଆଦିରେ ତୃପ୍ତି ମିଳିବ । ମାନସିକ ବ୍ୟସ୍ତତା ଦେଖାଯିବ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ଯେଉଁ କାମ ହାତକୁ ନେଇଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡ଼ିବା ପାଇଁ ଚିନ୍ତା କରିବେ।
ଆଦ୍ରା- ପରିବାରରେ କୈାଣସି ଗୁରୁ ଦାୟିତ୍ୱ ତୁଲାଇବେ । ବ୍ୟବସାୟରେ ବ୍ୟସ୍ତ ରହିବେ, ମାତ୍ର ବିଶେଷ ଭାବରେ ଲାଭବାନ୍ ହେବେ। ଆପଣ ଅଧ୍ୟୟନ କରିବାକୁ ବହୁତ ଆଗ୍ରହୀ ହେବେ ।
ପୁନର୍ବସୁ- ପୂର୍ବ ଶତ୍ରୁତା କାରଣରୁ ପ୍ରତ୍ୟେକ କାର୍ୟ୍ୟାବଳୀର ସଠିକ୍ ସମୀକ୍ଷା କରିପାରିବେ ନାହିଁ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରେ ସାଧାରଣ ସମସ୍ୟା ଲାଗି ରହିବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାରେ ପାଇବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବାରେ ସହାୟକ ହେବେ । ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ ଓ ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ ।
ପୁଷ୍ୟା- ଚାହୁଁଥିବା ସୁଯୋଗ ହାତଛଡା କରିବେ । ପରୀକ୍ଷାରେ ଉଚ୍ଚଫଳ ମିଳିବ । ପିଲାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ମନେମନେ ବିରକ୍ତ ହେବେ । ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ ।
ଅଶ୍ଲେଷା- ସତର୍କତା ଅବଲମ୍ବନ ନ କଲେ ମାନ ସମ୍ମାନ ହାନୀହେବାର ବିଶେଷ ସମ୍ଭାବନା ଅଛି । ମାଙ୍ଗଳିକ କାର୍ଯ୍ୟରେ ଆନନ୍ଦ ଲାଭ କରିବେ । ଦୂର ଯାତ୍ରାର ସୁଯୋଗ ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ମଘା- ପରିବାରରେ ଭୁଲ୍ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡ଼ିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅଭାବ ନ ଥିଲେ ମଧ୍ୟ ଅନାବଶ୍ୟକ ବ୍ୟୟରୁ ବିଚଳିତ ହେବେ । କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ବନ୍ଧୁତ୍ୱ ସୃଷ୍ଟି ହେବ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ଆଗାମୀ ସମୟର ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ପାଇଁ ଅସୁବିଧା ଆସିପାରେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ ।
ଉ,ଫାଲଗୁନି- ସାମାଜିକ ସ୍ତରରେ ସମ୍ପର୍କ ବୃଦ୍ଧି ପାଇଲେ ମଧ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ତାହାର ପଥରୋଧ କରିବ । ବ୍ୟବସାୟିକ ଦିଗଟି ଗତାନୁଗତିକ ରୀତିରେ ଗଡ଼ିଚାଲିବ । ବାଦ ବିବାଦ ମାଲିମୋକଦ୍ଦମାରେ କୃତକାର୍ଯ୍ୟ ହେବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
ଉ,ଫଳଗୁନି- ବ୍ୟବସାୟରେ ମାନସିକ ସ୍ଥିତି ଭଲ ରହିବା ସହ କେତେକ ମୂଲ୍ୟବାନ ଦ୍ରବ୍ୟକ୍ରୟ କରିବେ । ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ଚାଲୁ ରଖି ପାରନ୍ତି । ସ୍ୱାସ୍ଥ୍ୟରେ ସୁଧାର ଆସିବ ।
ହସ୍ତା- ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣ କରି ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ । ଋଣ ନେଇଥିବା ବ୍ୟକ୍ତି ଋଣ ସୁଝିପାରିବେ ।
ଚିତ୍ରା-ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାର୍ଯ୍ୟ ଉପରେ ନିର୍ଭର କରିବେ । ସନ୍ତାନ ସନ୍ତତି ପକ୍ଷରୁ ଶୁଭ ଖବର ଶୁଣି ଖୁସି ହେବେ । ଭାଗ୍ୟ ବୃଦ୍ଧି ପାଇଁ ସୁଯୋଗ ଆସିବ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ଲଢ଼େଇ କରି ପରିସ୍ଥିତିର ମୁକାବିଲାରେ ସମର୍ଥ ହେବେ। ଯାନ୍ତ୍ରିକ ତ୍ରୁଟି କାରଣରୁ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ।ବ୍ୟବହାରରେ ପରିବର୍ତ୍ତନକରି ଗୁରୁଜନଙ୍କ ସନ୍ତୋଷ ଭାଜନ ହେବେ । ସ୍ୱାତୀ- କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଅତୀତ ଘଟଣାର ସମୀକ୍ଷା କରିବେ। ଛାତ୍ରଛାତ୍ରୀ ମାନେ ବିଶେଷ ଫଳ ପ୍ରଦର୍ଶନ କରିବେ ନାହିଁ ।
ବିଶାଖା- ଶତ୍ରୁତା କାରଣରୁ ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଦୀର୍ଘଦିନର ଆଶା ପୂରଣ ହୋଇପାରେ । ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ବିଛା-
ବିଶାଖା- କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଉତମକାର୍ଯ୍ୟ କରି ପଦୋନ୍ନତି ପାଇବେ । ବ୍ୟବସାୟ ଶୁଭାରମ୍ଭବ କରିବାର ସୁଯୋଗ ପାଇବେ । ବହୁ ଭ୍ରମଣ କରିବାକୁ ସଯୋଗ ପାଇବେ ।
ଅନୁରାଧା- ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବା ଫଳରେ ଉପରିସ୍ଥଙ୍କ କୃପାଭାଜନ ହେବେ । ଆୟକୁ ଚାହିଁ ବ୍ୟୟ ଅଟକଳ ନ କଲେ ଲୋକହସା ହେବେ ।
ଜ୍ୟେଷ୍ଠା-ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ପୈତୃକ ସମ୍ପତି କୁ ନେଇ ଭାତୃ ବିବାଦ ତୁଟିଯିବ । ଚାକିରୀ କ୍ଷେତ୍ରରେ ଉତ୍ସାହିତ ହେବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ବ୍ୟବସାୟରେ ଭାଇ ଭଉଣୀଙ୍କ ଠାରୁ ସହଯୋଗ ମିଳିବ । ଭୋଗବିଳାସ, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍ ସକାଶେ ମନ ବଳାଇବେ। ପରିବାରରେ ସୁଖଶାନ୍ତି ପ୍ରାପ୍ତ ହେବ ।
ପୂ,ଷାଢା- ଗବେଷଣା, ସଭାସମିତି, କଳା, ସାହିତ୍ୟ ଓ ରଚନାମତ୍କ କାର୍ୟ୍ୟରେ ଅଗ୍ରଗତି ଘଟିବ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ ।
ଉ,ଷାଢା- ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ଦିନଟି ଏକପ୍ରକାର ଭଲରେ ଅତିବାହିତ ହେବ। ସହକର୍ମୀ ମାନଙ୍କ ସୌହାର୍ଦ୍ଦ୍ୟରୁ ସମସ୍ୟା ଗୁଡ଼ିକ ସୁଧୁରି ଯିବ। ନିକଟ ସମ୍ପର୍କୀୟମାନଙ୍କଠାରୁ ପରାମର୍ଶ ନେବା ଭଲ ହେବ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ମକର-
ଉ,ଷାଢା-ପରିବାରିକ ସଦସ୍ୟମାନଙ୍କ ସହିତ ସମୟ କଟିବ । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଅର୍ଥ ଅବସ୍ଥା ବୃଦ୍ଧି କରିବା ପାଇଁ ଚିହ୍ନା ଲୋକଙ୍କଠୁ ନୂଆ ସ୍ରୋତ ମିଳିପାରେ ।
ଶ୍ରବଣା- ଅଫିସରେ ଜଣେ ବନ୍ଧୁଙ୍କୁ କେଦ୍ର କରି ଝଗଡା ଲାଗିପାରେ । ବିଦ୍ୟାର୍ଥୀ ମାନବଙ୍କ ପାଇଁ ସମୟ ଅନୁକୂଳ ରହିବ । ରାଜନୈତିକ କ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ଧନିଷ୍ଠା- ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ବିଗିଡିଯିବ । ଅନ୍ୟ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅଟକିରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ବିବାଦ ଭିତରକୁ ଟାଣି ହୋଇଯିବାର ଆଶଙ୍କା ରହିଛି।
ଶତଭିଷା- ସରକାରୀ ସହାୟତା ପାଇବେ । ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ରାଜନୀତିରେ ମାନ ସମ୍ମାନ ଲାଭ କରିବେ ।
ପୂ,ଭାଦ୍ରପଦ- ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ । ପାରିଶ୍ରମିକ ମନ ଲାଖି ନହେବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ଦୈହିକ ଦୁର୍ବଳତା ସହିତ ଧୈର୍ଯ୍ୟହରା ଓ ନୈରାଶ୍ୟ ବ୍ୟସ୍ତବିବ୍ରତ କରାଇବ । ନିଜର ଉନ୍ନତି ପାଇଁ କଠିନ ପରିଶ୍ରମ କରିବେ । ବୈବାହିକ ଜୀବନ ଭଲ ରହିବ ।
ଉ,ଭାଦ୍ରପଦ- ରାଜନୈତିକ ମାନେ ସମାଜ ସେବାରେ ସ୍ୱନାମ ଅର୍ଜନ କରିପାରିବେ । ଶତୃ ପରାଜିତ ହେବା ସହ ବ୍ୟବସାୟରେ ଭଲ ଲାଭ ପାଇବ । ଭାଗିଦାରି ମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ ।
ରେବତୀ- ଦୂର ଯାତ୍ରରେ ଲାଭ ପାଇ ପାରନ୍ତି । ଚାକିରୀରେ ସମ୍ମାନ ମିଳିବ । ଅଜଣାତରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ସୁସ୍ୱାଦୁ ଭୋଜନ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ
Today Panchang 4th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

MLA Byomkesh Ray Under Fire: ମେଢ଼ ବୁଲିବାକୁ ଯାଇ ବ୍ୟୋମକେଶ ରାୟ ହଟହଟା, ବିଧାୟକ ପକ୍କା ଘର ଆଉ ଭତ୍ତା ଟଙ୍କା ଖାଇଥିବା ଅଭିଯୋଗ

Blanket-and-Rope Escape: ଚୌଦ୍ବାର ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ, କମ୍ବଳ ଓ ଦଉଡ଼ି ପକାଇ ପାଚେରୀ ଡେଇଁଲେ

Nature’s Fury From the Hills: ପାହାଡ଼ ଉପରୁ ମାଡ଼ିଆସିଲା ବିପଦ, ମାଟିତଳେ ପୋତିହୋଇଗଲା ଦୁଇ ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)