Advertisment

Congress Protests PUCC: PUCC ପ୍ରସଙ୍ଗକୁ କଂଗ୍ରେସର ବିରୋଧ, ମନ୍ତ୍ରୀ କହିଲେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ

ସାଇକେଲ୍ ରାଲି କରି ବାସଭବନ ଘେରାଉ କରିଛନ୍ତି ଯୁବ କଂଗ୍ରେସ କର୍ମୀ। ରାଲି ବେଳେ ଭୁବନେଶ୍ୱର କ୍ଲବ ନିକଟରେ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ ଡେଇଁବାକୁ ଉଦ୍ୟମ ବେଳେ ୨୦ରୁ ଅଧିକ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।

author-image
Tapan Swain
PUCC

PUCC Photograph: (OTV)

PUCC ପ୍ରସଙ୍ଗକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ। ସାଇକେଲ୍ ରାଲି କରି ବାସଭବନ ଘେରାଉ କରିଛନ୍ତି ଯୁବ କଂଗ୍ରେସ କର୍ମୀ। ରାଲି ବେଳେ ଭୁବନେଶ୍ୱର କ୍ଲବ ନିକଟରେ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଥିଲା ପୋଲିସ । ବ୍ୟାରିକେଡ ଡେଇଁବାକୁ ଉଦ୍ୟମ ବେଳେ ୨୦ରୁ ଅଧିକ ଯୁବ କଂଗ୍ରେସ ନେତାଙ୍କୁ ପୋଲିସ ଉଠାଇ ନେଇଛି ।ଏତିକିବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଛି।

Advertisment

ପରିବହନ ମନ୍ତ୍ରୀଙ୍କ ସଫେଇ 

PUCCକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି ବିରୋଧୀ। ମିଡିଆରେ ରହିବାକୁ ଏଭଳି କହୁଛନ୍ତି। ଛାଟ ପଡିବା ପରେ ଅମାନିଆ ବେଶୀ କହୁଛନ୍ତି। ପୂର୍ବରୁ ଯେଉଁମାନେ ଜୋରିମାନା ଲାଗୁ କରିଥିଲେ ସେମାନେ ବେଶୀ ପାଟି କରୁଛନ୍ତି।

୨୦୧୯ରେ ୧୦ହଜାର ଫାଇନ ଲାଗୁ କରାଯାଇଥିଲା। ପରିବେଶକୁ ଦୃଷ୍ଟିରେ ରଖି PUCC ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି। କମିବ PUCC ଫାଇନ। ମଧ୍ୟପ୍ରଦେଶରେ ଦୁଇ ହଜାର ଟଙ୍କା ଫାଇନ ଥିବା ବେଳେ ଲୋକଙ୍କୁ ନ ବାଧିଲା ଭଳି ନୂଆ ଫାଇନ ମୂଲ୍ୟ ଆସିବ। ସରକାର ଏ ନେଇ ବିଚାର କରୁଛନ୍ତି। ଲୋକଙ୍କ ପାଇଁ ଫାଇନ ଏବେ ସମ୍ପୂର୍ଣ୍ଣ କୋହଳ କରାଯାଇଛି। ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ ଓ ମାର୍ଚ୍ଚ ସୁଦ୍ଧା ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ I ...

Advertisment

PUCCକୁ ନେଇ ବିରୋଧୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିଶାନା
ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି: ପରିବହନ ମନ୍ତ୍ରୀ
'ଛାଟ ପଡିବା ପରେ ଅମାନିଆ ବେଶୀ କହୁଛନ୍ତି'
'ପୂର୍ବରୁ ଯେଉଁମାନେ ଜରିମାନା ଲାଗୁ କରିଥିଲେ ସେମାନେ ବେଶୀ ପାଟି କରୁଛନ୍ତି'
'୨୦୧୯ରେ ୧୦ହଜାର ଫାଇନ ଲାଗୁ କରାଯାଇଥିଲା'
ପରିବେଶକୁ ଦୃଷ୍ଟିରେ ରଖି PUCC ସାର୍ଟିଫିକେଟ ବାଧ୍ୟତାମୂଳକ 'କରାଯାଇଛି'

Congress PUCC
Advertisment
Related Articles
Advertisment