Advertisment

Stone-Pelting Incident: ପୋଲିସ ଉପରକୁ କରିଥିଲେ ଟେକାପଥର ମାଡ଼, ଏବେ ଥାନାରେ ଅଟକ

୬୮ ଗ୍ରାମ୍ ବ୍ରାଉନ୍ ସୁଗର ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ରେଡ୍ ବେଳେ ଆକ୍ରମଣର ଶିକାର ହୋଇଥିଲା ସହଦେବଖୁଣ୍ଟା ପୋଲିସ। ଅର୍ଡର ବଜାର ଅଞ୍ଚଳ ବ୍ରାଉନ ସୁଗରର ହବ୍ ପାଲଟିଥିବାର ଅଭିଯୋଗ ହେଉଛି ।

author-image
Tapan Swain
police

police Photograph: (OTV)

ପୋଲିସ ଉପରକୁ ଟେକାପଥର ମାଡ଼ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଅଟକ। ବାଲେଶ୍ବର ଅର୍ଡର ବଜାର ବସ୍ତିରୁ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ। ଗତକାଲିର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ପୋଲିସର ଆକ୍ସନ। ଗତକାଲି ୬୮ ଗ୍ରାମ୍ ବ୍ରାଉନ୍ ସୁଗର ସହ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।

Advertisment

ପୋଲିସ ରେଡ୍ ବେଳେ ଆକ୍ରମଣର ଶିକାର ହୋଇଥିଲା ସହଦେବଖୁଣ୍ଟା ପୋଲିସ। ଅର୍ଡର ବଜାର ଅଞ୍ଚଳ ବ୍ରାଉନ ସୁଗରର ହବ୍ ପାଲଟିଥିବାର ଅଭିଯୋଗ ହେଉଥିବା ବେଳେ ପୋଲିସ ଆକ୍ସନ ମୋଡରେ ରହିଛି । ବ୍ରାଉନ ସୁଗର କାରବାର ଉପରେ କଡ଼ା ନଜର ରଖିଛି ପୋଲିସ୍ । ତେବେ ଏହି ବସ୍ତିରେ ରେଡ୍ ବେଳେ ଆକ୍ରମଣ ଘଟଣାକୁ ପୋଲିସ ସହଜରେ ଗ୍ରହଣ କରିପାରୁନି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ନିଶା କାରବାରକୁ ଆଦୌ ବରଦାସ୍ତ କରାଯିବନି । 

ବାଲେଶ୍ବର ପୋଲିସକୁ ଆକ୍ରମଣ ଘଟଣା

ପୋଲିସ ଉପରକୁ ଟେକା ମାଡ଼ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଅଟକ
ଅର୍ଡର ବଜାର ବସ୍ତିରୁ ୩୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷଙ୍କୁ ଉଠାଇ ନେଲା ପୋଲିସ
କାଲିର ଆକ୍ରମଣ ଘଟଣାକୁ ନେଇ ସହଦେବଖୁଣ୍ଟା ପୋଲିସର ଆକ୍ସନ
କାଲି ୬୮ ଗ୍ରାମ୍ ବ୍ରାଉନ୍ ସୁଗର ସହ ୨ ଜଣଙ୍କୁ ଗିରଫ କରିଥିଲା
ପୋଲିସ ରେଡ୍ ବେଳେ ଆକ୍ରମଣର ଶିକାର ହୋଇଥିଲା ସହଦେବଖୁଣ୍ଟା ପୋଲିସ

Advertisment

Police Attack
Advertisment
Related Articles
Advertisment