Advertisment

Aircraft Makes Forced Landing: ଦୁର୍ଘଟଣାଗ୍ରସ୍ତ ବିମାନର ଇଞ୍ଜିନରେ ତ୍ରୁଟି ! କରିଥିଲା ଫୋର୍ସ ଲ୍ୟାଣ୍ଡିଂ

ଜଲଦାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ରହିଛନ୍ତି । ୪ ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ରହିଛନ୍ତି।

author-image
Tapan Swain
Aircraft

Aircraft Photograph: (OTV)

ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜଲଦାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ରହିଛନ୍ତି । ୪ ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ରହିଛନ୍ତି। ଆହତମାନେ ହେଲେ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ। ବିମାନଟି ୯ ସିଟର୍ ଥିଲା।

Advertisment

ଭୁବନେଶ୍ବରରୁ ରାଉରକେଲା ଯାଉଥିଲା ବିମାନ। ରାଉରକେଲାରୁ ପ୍ରାୟ ୧୦ କିମି ଦୂରରେ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଇଞ୍ଜିନରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି। ଅବତରଣର ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଥିଲା ଚାର୍ଟର ବିମାନ। ...

ରାଉରକେଲାରେ ବିମାନ ଫୋର୍ସ ଲ୍ୟାଣ୍ଡିଂ: ୬ ଆହତ

ରାଉରକେଲା ଜଲଦାରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ
ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା କହିଲେ ପରିବହନ ମନ୍ତ୍ରୀ
୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ଥିଲେ 
୪ ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା
ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ
୯ ସିଟର୍ ଥିଲା ବିମାନ, ଭୁବନେଶ୍ବରରୁ ରାଉରକେଲା ଯାଉଥିଲା
କେଉଁ ପରିସ୍ଥିତିରେ ଫୋର୍ସ ଲ୍ୟାଣ୍ଡିଂ କଲା ସ୍ପଷ୍ଟ ହୋଇନି

Advertisment
Rourkela Aircraft Crashes
Advertisment