Advertisment

Political Heat Rises: ପୁଣିଥରେ ନୂଆପଡ଼ା ଯିବେ ସିଏମ ମୋହନ ମାଝୀ, ୩ରେ ନୂଆପଡ଼ାରେ ପ୍ରଚାର କରିବେ ନବୀନ

ଯେତିକି ପାଖଉଛି ଭୋଟ୍ ତାରିଖ, ସେତିକି ଜମୁଛି ପ୍ରଚାର ମୈଦାନ। ନୂଆପଡ଼ା ଉପନିର୍ବାଚନ ରଣଭୂମିରେ ଏବେ ସବୁ ଦଳର ଛାମୁଆ ନେତା। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୀ ଜାନ୍ ଲଗାଇଛନ୍ତି ସବୁ ଦଳର ଦମ୍ଭିଲା ନେତା।

author-image
Manas Ranjan Mohanty
nuapada

nuapada Photograph: (OTV)

ଯେତିକି ପାଖଉଛି ଭୋଟ୍ ତାରିଖ, ସେତିକି ଜମୁଛି ପ୍ରଚାର ମୈଦାନ। ନୂଆପଡ଼ା ଉପନିର୍ବାଚନ ରଣଭୂମିରେ ଏବେ ସବୁ ଦଳର ଛାମୁଆ ନେତା। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୀ ଜାନ୍ ଲଗାଇଛନ୍ତି ସବୁ ଦଳର ଦମ୍ଭିଲା ନେତା। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଥମ ଥର କ୍ୟାମ୍ପେନ୍ ପରେ ଏବେ ଦ୍ବିତୀୟ ଏବଂ ତୃତୀୟ ଦଫାରେ ଗ୍ରାଉଣ୍ଡ ଯିବାକୁ ଯୋଜନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Advertisment

ଆଉ ଏପଟେ ପ୍ରଚାରରେ ପଛରେ ନପଡ଼ିବାକୁ ସବୁ କଳ ବଳ ଲଗାଇଥିଲେ ବି ବିଜେଡି ପାଇଁ ଅଭାବ ଥିଲା କେବଳ ନବୀନଙ୍କ ଉପସ୍ଥିତି। ହେଲେ ସେ ଅଭାବ ଦୂର କରି ବିଜେଡି କ୍ୟାମ୍ପେନରେ ନବୀନ ଟଚ୍ ଦେବାକୁ 3ରେ ନୂଆପଡ଼ା ବ୍ୟାଟେଲ ଗ୍ରାଉଣ୍ଡକୁ ଓହ୍ଲାଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେହିଦିନ କୋମନା ଓ ଖରିଆରରେ ବିଶାଳ ସଭାରେ ଯୋଗଦେବେ ବିଜେଡି ସଭାପତି। ଏପଟେ ଆରମ୍ଭରୁ କ୍ୟାମ୍ପେନକୁ ଶକ୍ତିଶାଳୀ କରିଥିବା କଂଗ୍ରେସ ପାଇଁ ଭୋଟ୍ ମାଗୁଛନ୍ତି ରାଜ୍ୟ ମୁଖିଆ ଭକ୍ତ ଦାସ। ଆଉ ଦଳର ଜଣେ ପରେ ଜଣେ କେନ୍ଦ୍ରୀୟ ନେତା ବି ପ୍ରଚାରରେ ସାମିଲ ହୋଇ ବଢାଉଛନ୍ତି ପ୍ରାର୍ଥୀଙ୍କ ମନୋବଳ।...


ଏପଟେ ନୂଆପଡ଼ା ଉପନିର୍ବାଚନ ରଣନୀତିର ଏପିକ୍ ସେଣ୍ଟର ପାଲଟିଛି କୋମନା। ନିର୍ବାଚନମଣ୍ଡଳୀର ସବୁଠୁ ଅଧିକ ଭୋଟର ଏଇ ବ୍ଲକରେ। ତେଣୁ ସବୁ ଦଳର ଫୋକସରେ କୋମନା।କୋମନାବାସୀଙ୍କୁ ମନେଇବା ସହ ପୁରା ନୂଆପଡ଼ା ବିଧାନସଭା କ୍ଷେତ୍ରକୁ ଅକ୍ତିଆର କରିବାକୁ ଏଇଠୁ ଚାଲିଛି ବିଜେପି- ବିଜେଡିର ଗୋଟି ଚାଳନା। ଏ ଦୁଇ ଦଳର ପ୍ରଚାର ବେଳେ ଆଉ ଏକ ସମୀକରଣ ବି ସାମ୍ନାକୁ ଆସିଛି। କୋମନାରେ ରଣନୀତି ପ୍ରସ୍ତୁତ କରୁଥିବା ଦୁଇ ପାର୍ଟିର ନେତୃତ୍ବ ନେଉଛନ୍ତି ଯାଜପୁରର ଦୁଇ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। କୋମନା ପାଇଁ ବିଜେଡିର ମଂଗ ଧରିଛନ୍ତି ବବି। ଠିକ ସେମିତି ବିଜେପିର ଗଡ ସମ୍ଭାଳୁଛନ୍ତ ଲିକୁ। ଏପରିକି ପ୍ରଚାର ବେଳେ ଦୁହିଁଙ୍କ ସମର୍ଥକ ଓ କର୍ମୀ ମୁହାଁମୁହିଁ ହେଉଥିବାର ଚର୍ଚ୍ଚା ବି ହେଉଛି।


Advertisment
Advertisment
Related Articles
Advertisment