Advertisment

Modi Says Sardar Patel: କଂଗ୍ରେସର ଭୁଲ୍ ଭୋଗିବାକୁ ପଡୁଛି, କଡା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ଭାରତ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇଗଲା ସତ କିନ୍ତୁ ମୁକ୍ତ ହୋଇ ନଥିଲା ଗଡ଼ଜାତ ରାଜ୍ୟରୁ, ମତଭେଦ ଏବଂ ଅସ୍ଥିରତାରୁ। ଏହାରି ମଧ୍ୟରେ ସମଗ୍ର ଦେଶ ଖୋଜୁଥିଲା ଦିଗଦର୍ଶନ। ସେହି ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦୃଢ଼ ନିଷ୍ପତ୍ତି ଏବଂ ଅଟଳ ଦେଶପ୍ରେମର ପ୍ରତୀକ ଭାବରେ ଠିଆ ହୋଇଥିଲେ।

author-image
Manas Ranjan Mohanty
Sardar-Patel-Birth-Day

Sardar-Patel-Birth-Day Photograph: (OTV)

ଭାରତ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇଗଲା ସତ କିନ୍ତୁ ମୁକ୍ତ ହୋଇ ନଥିଲା ଗଡ଼ଜାତ ରାଜ୍ୟରୁ, ମତଭେଦ ଏବଂ ଅସ୍ଥିରତାରୁ। ଏହାରି ମଧ୍ୟରେ ସମଗ୍ର ଦେଶ ଖୋଜୁଥିଲା ଦିଗଦର୍ଶନ। ସେହି ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦୃଢ଼ ନିଷ୍ପତ୍ତି ଏବଂ ଅଟଳ ଦେଶପ୍ରେମର ପ୍ରତୀକ ଭାବରେ ଠିଆ ହୋଇଥିଲେ। ସିଏ ଏମିତି ଜଣେ ନେତା ଥିଲେ, ଯିଏ ଖଣ୍ଡା କିମ୍ବା ଯୁଦ୍ଧରେ ନୁହେଁ, ବରଂ ନିଜର ଅଟଳ ଇଚ୍ଛାଶକ୍ତି ଏବଂ ରାଜନୈତିକ ଜ୍ଞାନ ଦ୍ୱାରା ୫୬୨ଟି ଗଡ଼ଜାତ ରାଜ୍ୟକୁ ଏକାଠି କରି ଭାରତକୁ ଅଖଣ୍ଡ ଶକ୍ତି ପରିଣତ କରିଦେଲେ। ଏହି କାରଣରୁ ତାଙ୍କୁ କେବଳ "ଭାରତର ଲୌହ ପୁରୁଷ" କୁହାଯାଏ ନାହିଁ ବରଂ ଦେଶ ନିର୍ମାଣର ସବୁଠାରୁ ଏକ ବଡ ସ୍ତମ୍ଭ ମଧ୍ୟରୁ ସେ ହେଉଛନ୍ତି ଜଣେ।ଏହି ମହାପୁରୁଷଙ୍କ ଜନ୍ମ ୩୧ ଅକ୍ଟୋବର ୧୮୭୬ରେ ଗୁଜୁରାଟର ନାଡିୟାଦରେ ହୋଇଥିଲା। ସେ ଆଇନର ପାଠ ପଢି ଜଣେ ସଫଳ ଓକିଲ ହୋଇଥିଲେ ସତ, କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଜାତୀୟତାବାଦୀ ଆହ୍ୱାନ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ଦେଶ ସ୍ୱାଧିନତା ପରେ ସେ ପ୍ରଥମ ଗୃହମନ୍ତ୍ରୀର ଦାୟିତ୍ୱ ନେଇଥିଲେ। 

Advertisment

ଆଜି ସାରା ଦେଶ ଏହି ଲୌହ ମାନବଙ୍କ ୧୫୦ ତମ ଜୟନ୍ତୀକୁ ଏକତା ଦିବସ ଭାବେ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ରେ ପଟେଲଙ୍କୁ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଜାତୀୟ ଏକତା ଦିବସ ଅବସରରେ ଏକ ଭବ୍ୟ ପରେଡର ଆୟୋଜନ ହୋଇଥିଲା।

ଏହା ପରେ ସମାବେଶକୁ ସମ୍ବୋଧିତ କରି ମୋଦି କହିଥିଲେ, “ସର୍ଦ୍ଦାର ପଟେଲ ଅନ୍ୟ ଗଡ଼ଜାତ ରାଜ୍ୟ ପରି ସମଗ୍ର କାଶ୍ମୀରକୁ ଭାରତରେ ମିଶ୍ରଣ କରିବାକୁ ଚାହୁଁଥିଲେ, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହା କରିବାକୁ ଦେଇ ନଥିଲେ। କାଶ୍ମୀର ବିଭାଜିତ ହେଲା, ଏହାକୁ ଏକ ପୃଥକ ସମ୍ବିଧାନ ଏବଂ ଏକ ପୃଥକ ପତାକା ଦିଆଗଲା ଏବଂ ଦେଶକୁ ଦଶନ୍ଧି ଧରି କଂଗ୍ରେସର ଏହି ଭୁଲର ପରିଣାମ ଭୋଗିବାକୁ ପଡିଲା ବୋଲି କହି ସେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି।

ଏହି ଅବସରରେ, ମୋଦି ଆର୍କାଇଭ୍ସ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ପଛର ଚିନ୍ତାଧାରା ବିଷୟରେ କୁହାଯାଇଛି। ଏଥିରେ ମନେ ପକାଇ ଦିଆଯାଇଛି ଯେ ଅକ୍ଟୋବର ୨୦୧୦ରେ, ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଭାରତର ଲୌହ ପୁରୁଷଙ୍କୁ ସମ୍ମାନ ଜଣାଇବା ଏବଂ ଦେଶର ଏକତା ଏବଂ ଶକ୍ତିକୁ ପାଳନ କରିବା ପାଇଁ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ।

Advertisment

ସେତେବେଳେ ଏକ ଭାଷଣରେ ମୋଦୀ କହିଥିଲେ, "ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଭାରତର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ଲୋକମାନଙ୍କୁ ମନେ ପକାଇବ ଯେ ଏହି ଦେଶ ଥିଲା, ଅଛି ଏବଂ ସବୁବେଳେ ରହିବ।"

Advertisment
Related Articles
Advertisment