/odishatv-khabar/media/media_files/2025/10/31/exam-2025-10-31-20-55-15.jpg)
exam Photograph: (OTV)
ଏଥର ଡବଲ୍ ବୋର୍ଡ ଏକଜାମ୍ ଦେବେ ସିବିଏସଇ ପରୀକ୍ଷାର୍ଥୀ । ଦଶମରେ ଦୁଇ ଦୁଇ ଥର ପରୀକ୍ଷାରେ ବସିବେ ଛାତ୍ରଛାତ୍ରୀ ।ପ୍ରଥମଟି ଭଲ ନ ହେଲେ ରହିଛି ସେକେଣ୍ଡ ଚାନ୍ସ ।
ଆସନ୍ତା ବର୍ଷ ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଏନେଇ ୧୧୦ ଦିନ ପୂର୍ବରୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ।
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ସିବିଏସ୍ଇ ପ୍ରଥମଥର ଦଶମ ପରୀକ୍ଷାକୁ ଦୁଇଟି ସୋପାନରେ କରିବାକୁ ଯାଉଛି। ଏପରି ଦୁଇଟି ପରୀକ୍ଷା ଦ୍ବାରା ପିଲାଙ୍କ ପାଇଁ କଣ ରହିବ ଚାଲେଞ୍ଜ ? କିପରି ହେବ ପରୀକ୍ଷା ଏବଂ କେଉଁ ପରୀକ୍ଷାର ନମ୍ବରକୁ ଅଗ୍ରାଧିକାର ଦେବ ବୋର୍ଡ ? ତାରିଖ ଘୋଷଣା ହେଉ ହେଉ ତାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଭିତରେ ଉତ୍କଣ୍ଠା ବଢିଛି । କାରଣ ପ୍ରଥମଥର ପାଇଁ ଏଭଳି ଦୁଇଟି ପରୀକ୍ଷା କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ବୋଝ ହାଲୁକା ହେବା ସହ ତ୍ରୁଟିକୁ ସଂଶୋଧନ କରିପାରିବେ । ଏଥିସହିତ ଚାପକୁ ବି ଏଡାଇ ପାରିବେ । ପରୀକ୍ଷାରେ ଅଧିକ ଭଲ ମାର୍କ ରଖିବା ସହ ନିଜକୁ ପ୍ରସ୍ତୁତ କରିବା ପାଇଁ ଯଥେଷ୍ଟ ସମୟ ପାଇବେ।
ବଡ଼ କଥା, ପରୀକ୍ଷାର୍ଥୀ ଚାହିଁଲେ ସର୍ବାଧିକ ଖରାପ ପ୍ରଦର୍ଶନ କରିଥିବା ତିନୋଟି ପେପରକୁ ଆଉଥରେ ଦେଇପାରିବେ । ଯେଉଁଥିରେ ଅଧିକ ନମ୍ବର ଥିବ ତାହା ଫାଇନାଲ୍ ପରୀକ୍ଷାର ପ୍ରୋଭିଜିନାଲ ମାର୍କ ସିଟ୍ ରେ ପ୍ରକାଶ ପାଇବ ।
ଡବଲ୍ ପରୀକ୍ଷା ନୀତିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶିକ୍ଷାବିତ୍। ସେମାନଙ୍କ ମତରେ, ଅଧିକାଂଶ ସିବିଏସଇ ଅନୁବନ୍ଧିତ ସ୍କୁଲରେ ପାଠ ପଢାଇବା ପାଇଁ ଶିକ୍ଷକଙ୍କ ଅଭାବ ରହିଛି । ଦୁଇ ଦୁଇ ଥର ପରୀକ୍ଷା ଦ୍ବାରା ସମୟ ନଷ୍ଟ ହେବ। କେବଳ ଏହା ନୁହଁ ପ୍ରତିବର୍ଷ ଅଧିକ ନମ୍ବର ଆଶାରେ ଛାତ୍ରଛାତ୍ରୀ ଦୁଇ ଦୁଇ ଥର ପରୀକ୍ଷା ଦେବାକୁ ଆଗ୍ରହୀ ହେବେ। ଏହି ନିଷ୍ପତ୍ତି କେବଳ ଫେଲ ପିଲାଙ୍କ ପାଇଁ ପ୍ରଜୁଯ୍ୟ ହେବା ଉଚିତ୍ ।
ସିବିଏସଇ ଦଶମ ପରୀକ୍ଷା ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୯ ଯାଏଁ ଚାଲିବ । ପରୀକ୍ଷାପାଇଁ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତା ମୂଳକ କରିଛି ସିବିଏସଇ।...
Police Raid: ନୂଆପଡ଼ାରେ ପ୍ରୀତିରଞ୍ଜନ ଘଡ଼େଇ ରହୁଥିବା ଘରେ ଚଢ଼ାଉ, ସାମିଲ ଥିଲେ ପ୍ରାୟ ୪୦ ପୋଲିସ କର୍ମଚାରୀ

First White Lynx: କ୍ୟାମେରାରେ କଏଦ ହେଲା ରହସ୍ୟମୟ ଜୀବ ! ଦେଖିଲେ ଡରିଯିବେ

BJP Attacks: ବଙ୍ଗଳାର ଫଟୋ ସହ କେଜ୍ରିୱାଲଙ୍କୁ ବିଜେପିର ଟାର୍ଗେଟ , ଦିଲ୍ଲୀ ପରେ ପଞ୍ଜାବରେ ଶିଶମହଲ ?

Garbage Returns Gift: ଘରକୁ ଗିଫ୍ଟରେ ଆସିବ ଅଳିଆ ଆବର୍ଜନା, ଯଦି କରୁଛନ୍ତି ଏଭଳି କାମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)