Advertisment

CM Speaks to Durgapur Victim’s Father: ଦୁର୍ଗାପୁର ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଫୋନ୍ ଯୋଗେ ଦୁର୍ଗାପୁର ପୀଡ଼ିତାଙ୍କ ବାପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୀଡ଼ିତାଙ୍କ ବାପାଙ୍କୁ ସମବେଦନା ଜଣାଇଲେ। ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରତିଶ୍ରୁତି ଦେଲେ।

author-image
Chinmayee Sahoo
CM-TALK-WITH-KOLKATA-STUDENT-FATHER

CM-TALK-WITH-KOLKATA-STUDENT-FATHER Photograph: (OTV)

ଦୁର୍ଗାପୁର ପୀ଼ଡ଼ିତା ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇନ୍ତି ସିଏମ ମୋହନ ଚରଣ ମାଝୀ (Chief Minister Mohan Majhi)। ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ।  
ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି । ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ  ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି । ଯଦି ଅନ୍ୟ କୌଣସି ସହାୟତାର ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଅଧିକ ଦେଖନ୍ତୁ:

Chief Minister Mohan Majhi
Advertisment
Related Articles
Advertisment