Advertisment

Wild Meat Feast Busted: ଭୋଜିର ଆସର: ରନ୍ଧା ଚାଲିଛି ମାଂସ, ଥୁଆ ହୋଇଛି ମୁଣ୍ଡ

ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ସାଂସର ଭୋଜି । ଗଡ଼ୁଛି ମଦ ବୋତଲ, ନ୍ୟାୟବ ସରପଞ୍ଚ ଭାଙ୍ଗୁଛନ୍ତି ସରକାରଙ୍କ ଆଇନ୍ । ଖବର ପାଇ ବନ ବିଭାଗ ପହଞ୍ଚିଲା ବେଳକୁ ଛତ୍ରଭଙ୍ଗ ଦେଲେ ଜନପ୍ରତିନିଧି।

author-image
Chinmayee Sahoo
Athagarh-Forest-Department

Athagarh-Forest-Department Photograph: (OTV)

ପଞ୍ଚାୟତ ଅଫିରେ ଚାଲିଥିଲା ଭୋଜି । ଜଙ୍ଗଲୀ ଜନ୍ତୁ ଶିକାର କରି ମାଂସ ରାନ୍ଧୁଥିଲେ ଲୋକ ପ୍ରତିନିଧି । ମାଡି ବସିଲା ବନବିଭାଗ । ଖସିଗଲେ ନାଏବ ସରପଞ୍ଚ । ଗତ ସପ୍ତାହରେ ବନବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହେଉଥିଲା । ବିଭିନ୍ନ ପଞ୍ଚାୟତ ବୁଲି ବନବିଭାଗ କର୍ମଚାରୀମାନେ ସଚେତନ କରୁଥିଲେ । କିନ୍ତୁ ଖୋଦ କାର୍ଯ୍ୟାଳୟ ଭିତରେ ଜଙ୍ଗଲୀ ଜନ୍ତୁଙ୍କ ମାଂସ ରାନ୍ଧି ଖାଇବା ସହ ମଦର ଆସର ଖୋଲି ବସିଥିଲେ ଜଣେ ଜନପ୍ରତିନିଧି। ଯାହା ସମସ୍ତଙ୍କୁ ଚକିତ କରିଛି । ସେପଟେ ଏ ଘଟଣାରେ ସରପଞ୍ଚ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିବା ବେଳେ ସ୍ଥାନୀୟ ଲୋକ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଆଠଗଡ ବ୍ଲକ ଅଧିନସ୍ଥ ମହାକାଳବସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିଲା ଏ ଘଟଣା । ଅଫିସ୍ ପରିସରରେ ପଡ଼ିଥିଲା ମଦ ବୋତଲ, ଆଉ ତମାଖୁ ଡବା । ଚଢ଼ାଉ ବେଳେ ଜଣେ ବ୍ୟକ୍ତିଙ୍କୁ ଆଠଗଡ଼ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି । ଆଉ ଖସି ଯାଇଛନ୍ତି ଖୋଦ୍ ନାୟବ ସରପଞ୍ଚ । ଏହି ଘଟଣାରେ ଜନପ୍ରତିନିଧିଙ୍କ ଏଭଳି କାଣ୍ଡକୁ ଆଠଗଡ ବନଖଣ୍ଡର ଭାରପ୍ରାପ୍ତ ଅଧିକାରୀ ନିନ୍ଦା କରିଛନ୍ତି । ତା’ ସହ ତଦନ୍ତ କରାଯାଇ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

Advertisment

ଅଧିକ ଦେଖନ୍ତୁ:

Wild Animal
Advertisment
Related Articles
Advertisment