/odishatv-khabar/media/media_files/2025/12/02/chennai-metro-train-2025-12-02-19-58-26.jpg)
Chennai-Metro-Train Photograph: (OTV)
ଫସେଇ ଦେଲା ମେଟ୍ରୋ ରେଳ । ଚାଲିଚାଲି ଯାତ୍ରୀ ହେଲେ ଝାଳନାଳ । ଟନେଲ୍ ଭିତରେ ଏମିତିଥିଲା ସେହି ସମୟର ପରିସ୍ଥିତି । ମେଟ୍ରୋଟି ଚେନ୍ନାଇରୁ ୱିମକୋ ଯିବା ବାଟରେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା । ଫଳରେ ଅଧାରାସ୍ତାରେ ଅଟକି ରହିଥିଲା ମେଟ୍ରୋ । ତେଣୁ ଯାତ୍ରୀମାନେ ହଟ୍ଟହଟ୍ଟା ହୋଇଥିଲେ । ଏମିତିକି ରେଳ ଧାରଣାରେ ଲୋକମାନେ ଚାଲିଚାଲି ଯିବାକୁ ବାଧ୍ୟ ହୋଇଥିଲେ । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବାବେଳେ ସେଣ୍ଟ୍ରାଲ୍ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ମେଟ୍ରୋଟି ଅଟକି ରହିଥିଲା ।
ଖାଲି ସେତିକି ନୁହେଁ, ଯାତ୍ରା କରୁଥିବା ମେଟ୍ରୋରେ ବିଦ୍ୟୁତ୍ ନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଏମିତିକି ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ମଧ୍ୟ ଟ୍ରେନ୍ ଭିତର ଅନ୍ଧାର ରହିଛି । ଯାତ୍ରୀଙ୍କ କୋଳାହଳ ଶୁଭୁଛି । ଚେନ୍ନାଇ ପରି ସହରରେ ଏପରି ରେଳ ସେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚେନ୍ନାଇ ପରି ସହରରେ ଏପରି ରେଳ ସେବାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ ।
ବିନା ବିଦ୍ୟୁତରେ ଟ୍ରେନ୍ ଭିତରେ ଯାତ୍ରୀମାନେ ପ୍ରାୟ ୧୦ ମିନିଟ୍ ରହିଥିଲେ । ଟ୍ରେନ୍ ଭିତରେ ଫସିଥିବା ଅନୁଭବ କରି ଯାତ୍ରରମାନେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ । ଆଉ ପରେ ସେମାନଙ୍କୁ ଚାଲି ଚାଲି ଯିବାକୁ କୁହାଯାଇଥିଲା । ପ୍ରାୟ ୫ଶହ ମିଟର ଚାଲି ଯିବା ପରେ ଯାତ୍ରୀମାନେ ଷ୍ଟେସନରେ ପହଞ୍ଚିଥିବା ଅଭିଯୋଗ ଆସିଛି । ଅନେକ ଯାତ୍ରୀ ସୁଡ଼ଙ୍ଗ ଭିତରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି ।
ସେପଟେ ବ୍ଲୁ-ଲାଇନ ବିମାନବନ୍ଦର ଏବଂ ୱିମକୋ ନଗର ଡିପୋ ମଧ୍ୟରେ ମେଟ୍ରୋ ଟ୍ରେନ ସେବା ସ୍ୱାଭାବିକ କରିବାକୁ କାର୍ଯ୍ୟ ଜାରି ରହିଛି । ଅନେକ ସ୍ଥାନରେ ନୂଆ ମେଟ୍ରୋ ଲାଇନ୍ ପାଇଁ କାର୍ଯ୍ୟ କରାଯାଉଛି । ମେଟ୍ରୋକୁ ନେଇ ଦିଲ୍ଳୀ ହେଉକି ଚେନ୍ନାଇ ଅନେକ ସମୟରେ ବିଭିନ୍ନ ଅଭିଯୋଗ ଆସିଛି ।
Hidden in Odisha’s Hills: ପାହାଡ଼ ଜଙ୍ଗଲରେ ଲୁଚିଛି ଅମୂଲ୍ୟ ଐତିହ୍ୟ ...ପ୍ରାୟ ୪,୦୦୦ ବର୍ଷ ପୁରୁଣା କଳା

Unique Village: ଏହି ଗାଁର ଲୋକେ ଦୁଇଟି ଦେଶରେ ରୁହନ୍ତି...ବେଡ୍ରୁମ ଅଛି ଭାରତରେ, ରୋଷେଇ ଘର...

Blind Date to Married in 4 Hours: ୪ ଘଣ୍ଟାରେ ବିବାହ, ୧୮ ଦିନରେ କାଙ୍ଗାଳ...

Social Message: ଏମିତି ବିବାହ ଦେଖିନଥିବେ କି ଶୁଣିନଥିବେ , ଘୋଡ଼ାରେ ଆସିଲେ ୨୧ ବର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)