Advertisment

Killer Manja Thread: ସାବଧାନ! ଛନକା ବଢ଼ାଇଛି ତଣ୍ଟି କଟା ମାଞ୍ଜା ସୂତା

କଟୁଛି ତଣ୍ଟି, କାଳ ସାଜୁଛି କିଲର ମାଞ୍ଜା ସୂତା। ବେଆଇନ୍ ମାଞ୍ଜା ସୂତା କି ଏଥିରେ ଗୁଡ଼ି ତିଆରି କରି ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାଇଛି ପୋଲିସ।

author-image
Chinmayee Sahoo
Manja Thread

Manja Thread Photograph: (OTV)

କଟୁଛି ତଣ୍ଟି, କାଳ ସାଜୁଛି କିଲର ମାଞ୍ଜା ସୂତା। ପ୍ରାଣଘାତୀ ମାଞ୍ଜା ସୂତାକୁ ନେଇ ରାଜ୍ୟରେ ଧରପଗଡ଼ ଜୋରଦାର । କଟକ, ଭୁବନେଶ୍ବର, ପୁରୀରେ ପୋଲିସ ସ୍ପେଶାଲ୍ ଡ୍ରାଇଭ କରି ବିଭିନ୍ନ ଦୋକାନରେ ପଞ୍ଝା ମାରିଛି। ବେଆଇନ୍ ମାଞ୍ଜା ସୂତା କି ଏଥିରେ ଗୁଡ଼ି ତିଆରି କରି ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାଇଛି ପୋଲିସ। 
ଗୋଟିଏ ଗୁଡ଼ିକୁ ଆଉ ଗୋଟିଏ ଗୁଡ଼ି କାଟିବା ପରେ ଏହାର ସୂତା ବାଇକ୍ ଆରୋହୀଙ୍କ ଜୀବନକୁ ବିପଦରେ ପକାଇଥାଏ। ସୁରତରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ବିପଦରୁ ସୁରକ୍ଷା ଦେବାକୁ ବାଇକ୍ ଆରୋହୀଙ୍କୁ ୟୁ-ଗାର୍ଡ ବାଣ୍ଟିଛି ପୋଲିସ। ଯାହା ପ୍ରାଣଘାତୀ ସୂତାକୁ ଆରୋହୀଙ୍କ ବେକ କିମ୍ବା ଶରୀର ସଂସ୍ପର୍ଶରେ ଆସିବାକୁ ରୋକିବ। 

Advertisment

ସେହିପରି ବିଭିନ୍ନ ଛକରେ ବାଇକ୍ ଆରୋହୀ ଓ ପଛରେ ବସିଥିବା ଲୋକଙ୍କୁ ନେକ୍ କଲାର ବି ବାଣ୍ଟିଛି ପୋଲିସ। ଗୋଟିଏ ପଟେ ମକରରେ ଗୁଡ଼ା ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ମାଞ୍ଜା ସୂତାରେ ଜୀବନ ହରାଇଥିବା ପରିବାର ଛାତିରେ ଏହି ମକର ଆସିଲେ ଛନକା ପଶୁଛି।

ମକରରେ ଗୁଡ଼ି ଉଡ଼ାଇବା ନେଇ ପ୍ରବଳ ଉତ୍ସାହ
ମିଳୁଛି ରଙ୍ଗ ବେରଙ୍ଗର କୌତୁକିଆ ଓ ମନଲୋଭା ଗୁଡ଼
ଛନକା ବଢ଼ାଇଛି ତଣ୍ଟି କଟା ମାଞ୍ଜା ସୂତା
ଜୀବନକୁ ବିପଦରେ ପକାଉଛି ମାଞ୍ଜା ସୂତା
ଗୁଡ଼ି କିଣିବାକୁ ଉତ୍ସାହ ଭିତରେ ମାର୍କେଟରେ ରେଡ୍
ପରମ୍ପରା ନାଁରେ ନଯାଉ କାହା ଜୀବନ 
ପ୍ଲାଷ୍ଟିକ କିମ୍ବା ମାଞ୍ଜା ସୂତାରେ ଗୁଡ଼ି ବିକ୍ରି ବ୍ୟାନ୍
ବିଭିନ୍ନ ସ୍ଥାନରେ ମାଞ୍ଜା ସୂତାକୁ ନେଇ ଘନଘନ ରେଡ୍
ସୁରତରେ ବାଇକ୍ ଆରୋହୀଙ୍କୁ ବଣ୍ଟାଗଲା ୟୁ-ଗାର୍ଡ
ବାଇକ୍ ଆରୋହୀ ଓ ପଛରେ ବସିଥିବା ଲୋକଙ୍କୁ ବଣ୍ଟାଗଲା ନେକ୍ କଲାର

Advertisment
Deadly Manja
Advertisment
Related Articles
Advertisment