/odishatv-khabar/media/media_files/2026/01/14/chhatishgarh-jatra-controversy-2026-01-14-10-26-50.jpg)
Chhatishgarh Jatra controversy Photograph: (OTV)
ନିଶାଙ୍କ ନିଶାରେ ଚୁର୍ ଥିଲେ ଉପ ଜିଲ୍ଲାପାଳ । ପସନ୍ଦ ଥିଲା ନିଶା-ଭାଗ୍ୟଶ୍ରୀଙ୍କ ନଗ୍ନ ନୃତ୍ୟ । ଅଶ୍ଳୀଳ ନାଚ ବେଳେ ହାତ ଧରିପକାଉଥିଲେ । ମଞ୍ଚ ତଳେ ଥାଇ ଆଇଟମ୍ ଡ୍ୟାନ୍ସରଙ୍କ ସହ ଅଣ୍ଟା ହଲାଉଥିଲେ । ହେଲେ ଉପଜିଲ୍ଳାପାଳଙ୍କ ଏ କ୍ଷଣିକ ସୁଖକୁ ସହିପାରିଲାନି ଛତିଶଗଡ଼ ପ୍ରଶାସନ ।
ଅନ୍ୟତ୍ର ବଦଳି ହେଲେ ଉପଜିଲ୍ଲାପାଳ, ଆକ୍ସନ ମୋଡରେ ବନ୍ଧା ହେଲେ ୧୭ ଜଣ ଆୟୋଜକ । ଆଇଟମ୍ ଡ୍ୟାନ୍ସ ନାଁରେ ସୀମା ଟପିଥିବା ନିଶା ମହାରଣା ଏବଂ ସାହୁ ଭାଉଜ ଓରଫ୍ ଭାଗ୍ୟଶ୍ରୀ ସାହୁଙ୍କ ନାଚ ଦେଖିବା ଓ ଦେଖାଇବାକୁ ନେଇ ୧୮ ଜଣ ହରଡ଼ଘଣାରେ ପଡ଼ିଛନ୍ତି ।
୧୭ ଜଣ ଆୟୋଜକ ଜେଲ୍ ଯାଇଥିବା ବେଳେ ଉପଜିଲ୍ଳାପାଳ ନିଜେ ଅଶ୍ଳୀଳ ନୃତ୍ୟ ଦେଖୁଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି ଜିଲ୍ଲାପାଳ । ଆଉ ଆଗକୁ ଯେପରି ଏମିତି କିଛି ନହୁଏ ସେଥିପାଇଁ କଡ଼ା ତାଗିଦ୍ କରିଛନ୍ତି ଗରିଆବନ୍ଦ ଅତିରିକ୍ତ ଏସପି ।
ନିଶା ମହାରଣାଙ୍କୁ ନେଇ ଛତିଶଗଡ଼ ଉଠୁଛି ପଡ଼ୁଛି । ଭାଗ୍ୟଶ୍ରୀଙ୍କ ବାଜେ ଡ୍ୟାନ୍ସ ପାଇଁ ଗିରଫ ହୋଇଛନ୍ତି ୧୭ ଜଣ । ଉପ ଜିଲ୍ଳାପାଳଙ୍କୁ ବି ଭଲ ଶିକ୍ଷାଟିଏ ଦିଆଯାଇଛି । ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା ।
୯ ତାରିଖରେ ଷ୍ଟେଜ ସୋ’ କରିଥିଲେ ନିଶା ମହାରଣା । ତାଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ହଙ୍ଗାମା ହୋଇଥିଲା । ଏହାପରେ ଗରିଆବନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୦ ତାରିଖରେ ଯାତ୍ରା ବନ୍ଦ ହୋଇଥିଲା । ଆଉ ଅପେରା ପାଇଁ ଅନୁମତି ଦେଇଥିବାରୁ ଉପଜିଲ୍ଲାପାଳ ତୁଳସୀଦାସ ମକରମଙ୍କୁ ବଦଳି କରାଯିବା ସହ ସେଦିନ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଖୋଦ୍ ଏହି ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ ।
ଅପେରା ପାର୍ଟିରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି ଆକ୍ସନ ନେଇଛି ଛତିଶଗଡ଼ ପ୍ରଶାସନ । ହେଲେ ଓଡ଼ିଶାରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ପ୍ରଶାସନ କୌଣସି ଆକ୍ସନ ନେଉନାହିଁ । କି ସରକାର ସେମିତି କିଛି ଗାଇଡଲାଇନ୍ ଆଣୁନାହାନ୍ତି ।
ବର୍ତ୍ତମାନ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି । ଛତିଶଗଡ଼ ଭଳି ଓଡ଼ିଶାରେ ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? କଡ଼ା ଆକ୍ସନ ନେବେ କି ରାଜ୍ୟ ସରକାର ? ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? ନିଶା-ଭାଗ୍ୟଶ୍ରୀଙ୍କ ଉପରେ ବାଜିବ କି ଛାଟ ? ଅଶ୍ଳୀଳ ଡ୍ୟାନ୍ସ କରାଉଥିବା ଯାତ୍ରା ଆୟୋଜକଙ୍କ ବିରୋଧରେ ଆକ୍ସନ ହେବ କି ?
Four Seriously Injured in Explosion: ଭୋଗି ପୋଡ଼ି ଉତ୍ସବ ପାଳନ ବେଳେ ଅଘଟଣ, ୪ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

Makar Rice to Be Offered to Lord Jagannath: ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି, ମହାପ୍ରଭୁଙ୍କୁ ପରସାଯିବ ମକରଚାଉଳ

Baby Falls into Burning Stove: ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ, ଅଭାବନୀୟ ଘଟଣା

Bhogi Festivities Mark Makar Sankranti: ମକର ପାଇଁ ଉତ୍ସବମୁଖର, ରାତି ସାରା ‘ଭୋଗୀ’ ପାଳିଲେ ଲୋକେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)