/odishatv-khabar/media/media_files/2026/01/14/employees-salary-2026-01-14-10-37-30.jpg)
Employees Salary Photograph: (OTV)
ସରକାର ଆଣିବେ ନୂଆ ନିୟମ ! ସରାକରୀ ଚାକିରିଆଙ୍କ ବାପା-ମା’ ପାଇବେ ଦରମା । ସିଧାସଳଖ ବୃଦ୍ଧ ବାପା-ମା’ଙ୍କ ଆକାଉଣ୍ଟ ହେବ କ୍ରେଡିଟ୍ । ପିଲାମାନଙ୍କ ଅବହେଳାର ଶିକାର ହେବେନି ବୃଦ୍ଧ ବାପା-ମା’ । ପରିଣତ ବୟସରେ ଆଉ ହେବାକୁ ପଡ଼ିବନି ଦହଗଞ୍ଜ ।
ପିତାମାତାଙ୍କ ଯତ୍ନ ପାଇଁ ତେଲେଙ୍ଗାନା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ସରକାରୀ କର୍ମଚାରୀଙ୍କ ୧୦ ପ୍ରତିଶତ ଦରମା କାଟି ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ଏକ ଆଇନ ପ୍ରଣୟନ କରିବେ ବୋଲି କୁହାଯାଇଛି ।
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସୋମବାର ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ରେବନ୍ତ କହିଛନ୍ତି, ବୃଦ୍ଧ ବାପା-ମା’ ମାନେ ଅନେକ ସମୟରେ ସେମାନଙ୍କ ପୁଅ-ଝିଅଙ୍କ ପ୍ରତି ଅଭିଯୋଗ ଆଣୁଛନ୍ତି । ଯାହାକୁ ସରକାର ଗମ୍ଭୀର ପ୍ରସଙ୍ଗ ଭାବେ ଗ୍ରହଣ କରାଯିବା ଉଚିତ । ଏଥି ସହ ବାପା-ମା’ଙ୍କ ସୁବିଧା ପାଇଁ ସେମାନଙ୍କ ଆକାଉଣ୍ଟକୁ ତାଙ୍କ ପିଲାମାନଙ୍କର ଦରମାର ୧୦ ପ୍ରତିଶତ ଦରମା ଟଙ୍କା ସ୍ଥାନାନ୍ତର କରିଯିବା ଉଚିତ୍ ।
ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ରେଟ୍ରୋଫିଟେଡ୍ ମୋଟରଚାଳିତ ଯାନବାହାନ, ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ୍, ବ୍ୟାଟେରୀ ହ୍ୱିଲଚେୟାର, ଲାପଟପ୍, ଶ୍ରବଣ ଯନ୍ତ୍ର, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଉନ୍ନତ ଉପକରଣ ବଣ୍ଟନ କରିବା ସମୟରେ ଏହି ଘୋଷଣା କରିଛନ୍ତି ।
ତା’ ସହ ରାଜ୍ୟରେ ନୂତନ ଯୋଜନା ପାଇଁ ୫୦ କୋଟି ଟଙ୍କା ସରକାର ବ୍ୟୟବରାଦ କରିଛନ୍ତି ବୋଲି ସେ କହିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ଡେକେୟାର ସେଣ୍ଟର, 'ପ୍ରଣାମ' ମଧ୍ୟ ସ୍ଥାପନ କରୁଛନ୍ତି ।
ଅନେକ ସମୟରେ ବୃଦ୍ଧ ବାପା-ମା’ଙ୍କୁ ପିଲାମାନେ ପଚାରୁନଥିବା ଖବର ସାମ୍ନାକୁ ଆସିଛି । ବାପା-ମା’ ମାନେ କାନ୍ଦି କାନ୍ଦି ଅଭିଯୋଗ କରୁଥିବା ମଧ୍ୟ ର୍ଦେଖିବାକୁ ମିଳିଛି ।
ଏପରି ଘଟଣା କେବଳ ତେଲେଙ୍ଗାନାରେ ନୁହେଁ, ଓଡ଼ିଶା ଓ ପୂରା ଦେଶରେ ଦେଖିବାକୁ ମିଳୁଛି । ଯାହାକୁ ଦୃଷ୍ଟିରେ ରଖି ତେଲେଙ୍କାନା ସରକାର ଏପରି ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି । ଦିନକୁ ଦିନ ବୃଦ୍ଧ ବାପା-ମା’ ସେମାନଙ୍କ ପୁଅ-ଝିଅଙ୍କ ଅବହେଳାର ଶିକାର ହେଉଛନ୍ତି ।
Item Dance: ଉତୁରିଗଲା ଅଶ୍ଳୀଳ ନାଚ ନିଶା, ନଗ୍ନ ନୃତ୍ୟ ଦେଖି ଉପଜିଲ୍ଲାପାଳ ବିଦା

Four Seriously Injured in Explosion: ଭୋଗି ପୋଡ଼ି ଉତ୍ସବ ପାଳନ ବେଳେ ଅଘଟଣ, ୪ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

Makar Rice to Be Offered to Lord Jagannath: ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି, ମହାପ୍ରଭୁଙ୍କୁ ପରସାଯିବ ମକରଚାଉଳ

Baby Falls into Burning Stove: ମାଆ କୋଳରୁ ଚୁଲିରେ ଖସିପଡ଼ିଲା ଛୁଆ, ଅଭାବନୀୟ ଘଟଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)