/odishatv-khabar/media/media_files/2025/11/16/wife-2025-11-16-17-06-18.jpg)
Wife Photograph: (OTV)
ସ୍ୱାମୀର ଶବକୁ ଜଗିଛି ସ୍ତ୍ରୀ... ୨ ଦିନ ହେଲାଣି, ଅଛୁଆଁ ଜାତି ବୋଲି କହି ଉଠାଉନାହାନ୍ତି ମୃତଦେହ । ସାହିଭାଇ କାନ୍ଧ ଦେବେ କଣ, କେହି ଛୁଁ ନାହାନ୍ତି । ଗୋଟିଏ ବୋଲି ପୁଅ, ସିଏ ବି ବାପାର ମୃତ୍ୟୁ ଖବର ଶୁଣିବା ପରେ ଧାଇଁ ଆସୁନି । ଆଉ ଏ ଅସହାୟ ମହିଳା ଜଣକ ବା କ'ଣ କରିପାରନ୍ତା । ଆଖିର ଲୁହକୁ ଛାତିରେ ଚାପି ରାତିଦିନ ମଲା ସ୍ୱାମୀକୁ ଜଗିବସିଛି । ଏବେ ପାଗେଳି ପ୍ରାୟ ହୋଇଗଲାଣି ।...
ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଧlନସିମୁଳିଆ ଗ୍ରାମର ଏ ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଲଜ୍ଜାଜନକ ମଧ୍ୟ । ଆଜିର ସଭ୍ୟ ସମାଜରେ ଏବେ ବି ବଞ୍ଚିରହିଛି କୁତ୍ସିତ ଜାତିପ୍ରଥା ।
ଧାନସିମୁଳିଆ ଗାଁର ବିଶ୍ଵନାଥ ଦେହୁରୀ । ସେ ମୟୂରଭଞ୍ଜର ମୂଳ ବାସିନ୍ଦା ହୋଇଥିବା ବେଳେ ଅନେକ ବର୍ଷ ତଳୁ ଏହି ଗାଁକୁ ଚାଲିଆସିଥିଲେ । ଆଉ ଏଇଠି କାମଧନ୍ଦା କରି ଚଳୁଥିଲେ ।
କାଲି ବିଲରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ ବିଶ୍ୱନାଥ । ଅପରାହ୍ନ ୨ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ଜାତିପ୍ରଥା ଯୋଗୁଁ ତାଙ୍କର ମୃତଦେହକୁ କାନ୍ଧଦେବାକୁ ରାଜି ହୋଇନଥିଲେ ଗାଁ ଲୋକେ । ଫଳରେ ଦୁଇ ଦିନ ହେଲା ଶବସତ୍କାର ହୋଇପାରୁନି ।
ସେପଟେ ବାହାର ରାଜ୍ୟରେ କାମ କରୁଥିବା ଏକମାତ୍ର ପୁଅକୁ ବି ଖବର ଦିଆଯାଇଥିଲା । ହେଲେ ବାପାର ଅନ୍ତିମ ସତ୍କାର ପାଇଁ ଯାଇପାରିବନି ବୋଲି ରୋକଠୋକ୍ ଶୁଣାଇ ଦେଲା ପୁଅ । ଆଉ ବାକି ରହିଲେ ତାଙ୍କ ସ୍ତ୍ରୀ । ସେ ଏକୁଟିଆ କଣ ବା କରନ୍ତେ, ଦୁଇ ଦିନ ହେଲାଣି ପିଣ୍ଡାରେ ସ୍ୱାମୀର ନିର୍ଜୀବ ଶରୀରଟାକୁ ସେମିତି ଜଗି ବସିଥିଲା ।
ଏ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନ 'ହେଲ୍ପ ଫର୍ ୟୁ' ଏହି ଅସହାୟ ପରିବାର ପାଖରେ ପହଞ୍ଚିଥିବା ଜଣାପଡିଛି । ମୃତକଙ୍କ ଅନ୍ତିମ ସତ୍କାର ପାଇଁ ଉଦ୍ୟମ ଆରମ୍ଭ କରିଛି । ହେଲେ ଏଠି ପ୍ରଶ୍ନ ଉଠୁଛି, ଆମେ କେମିତିକା ସଭ୍ୟ ସମାଜରେ ବଞ୍ଚୁଛେ ? ଯେଉଁଠି ମୃତ୍ୟୁ ପରେ ବି ପିଛା ଛାଡୁନି ଜାତିପ୍ରଥା । ସେ ଜନ୍ମକଲା ପୁଅକୁ ବି ଧିକ୍ ବୋଲି କହୁଛନ୍ତି ସ୍ଥାନୀୟ ଲୋକ !
Jadeja Out of CSK: ରବୀନ୍ଦ୍ର ଜାଡେଜାଙ୍କୁ କାହିଁକି ବାହାର କଲା CSK ? ୧୮ କୋଟିରେ ରିଟେନ୍ କରି ୧୪ କୋଟିରେ ବିକିଲା

Kolkata Clash Wrapped Up in Just 2.5 Days: କୋଲକାତା ଟେଷ୍ଟ ହାରିଲା ଭାରତ, ଅଢେଇ ଦିନ ପୂର୍ବରୁ ଲଢ଼େଇ ଶେଷ

Shubman Gill: ଶୁଭମନ ଗିଲ୍ ଅସୁସ୍ଥ, ହସ୍ପିଟାଲର ଆଇସିୟୁରେ ଆଡମିଟ୍

Viral Video: ବିଡିଓ ହେବ ତ ଏମିତି... ୩ କିଲୋମିଟର ପାହାଡ଼ ଚଢିଲେ, ଲୋକଙ୍କ ସମସ୍ୟା ବୁଝିଲେ

Doctor Dies On Duty: ଡାକ୍ତରଙ୍କ ଅକାଳ ମୃତ୍ୟୁ: ରୋଗୀ ଦେଖୁ ଦେଖୁ ଟଳି ପଡିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)