Advertisment

Car Catches Fire: କାରରେ ଶୋଇଥିଲେ ୩ଜଣ, ହଠାତ ନିଆଁ ଲାଗି ଜଳିଗଲା...ଆଉ ତାପରେ

ରାତିରେ ଥଣ୍ଡା ହେବାରୁ ଗାଡ଼ି ଭିତରେ ହିଟର ଲଗାଇ ୩ ଜଣ ଶୋଇଥିଲେ। ହଠାତ ଗରମ ହୋଇ ଗାଡ଼ିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଆଖି ଆଗରେ ମହେନ୍ଦ୍ରା ଗାଡି ନିଆଁ ଲାଗି ପାଉଁଶ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ ଏକ ଘରୋଇ ହସ୍ପିଟାଲ ପରିସରରେ।

author-image
Manas Ranjan Mohanty
lamtaput car fire

lamtaput car fire Photograph: (OTV)

ରାତିରେ ଥଣ୍ଡା ହେବାରୁ ଗାଡ଼ି ଭିତରେ ହିଟର ଲଗାଇ ୩ ଜଣ ଶୋଇଥିଲେ। ହଠାତ ଗରମ ହୋଇ ଗାଡ଼ିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଆଖି ଆଗରେ ମହେନ୍ଦ୍ରା ଗାଡି ନିଆଁ ଲାଗି ପାଉଁଶ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ ଏକ ଘରୋଇ ହସ୍ପିଟାଲ ପରିସରରେ। ଗତକାଲି ନନ୍ଦପୁର ବାଇରପଡା ଗାଁର ଟଙ୍କଧର ମାଛ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଯୋଗୁଁ ମେଡିକାଲ ଆଣିଥିଲେ। ସକାଳୁ ସକାଳୁ ସାମାନ୍ୟ ଶୀତ ହେବାରୁ ନିଜ ଗାଡିରେ ବିଶ୍ରାମ ନେବା ପାଇଁ ଟଙ୍କଧର ମାଛ, ତାଙ୍କ ଭାଇ ଓ ଡ୍ରାଇଭର ହିଟର ଲଗାଇ ବିଶ୍ରାମ ନେଉଥିଲେ। ହଠାତ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଗାଡ଼ିରେ ନିଆଁ ଲାଗିଥିବା ଦେଖି ୩ ଜଣ ବାହାରକୁ ବାହାରି ଆସିଥିଲେ। ପରେ ନିଆଁକୁ ଆୟତ କରାଯାଇଥିଲା। ହେଲେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି... 

Advertisment

ଗାଡିରେ ହିଟର ଲଗାଇ ଶୋଇଥିବା ବେଳେ ଲାଗିଲା ନିଆଁ
ଅଳ୍ପକେ ବର୍ତ୍ତିଲେ ଗାଡିରେ ଶୋଇଥିବା ୩ ଯାତ୍ରୀ
ନିଆଁ ଲାଗି ହୁତୁହୁତୁ ହୋଇ ଜଳିଗଲା କାର୍ 
ଲମତାପୁଟ ସ୍ଥିତ ଏକ ଘରୋଇ ହସ୍ପିଟାଲ ପରିସରର ଘଟଣା

Advertisment