Advertisment

Nobel Peace Dream: ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଲା ଟ୍ରମ୍ପଙ୍କ ସ୍ବପ୍ନ , ଫୁସକି ଗଲା ୭ଟି ଯୁଦ୍ଧ ରୋକିବାର ପ୍ରଚାର

ଆମେରିକାର ରାଷ୍ଟ୍ରପତି ଡୋନାନ୍ଡ ଟ୍ରମ୍ପଙ୍କ ଭାଙ୍ଗିଗଲା ସ୍ୱପ୍ନ, ଜଳିଗଲା ହୃଦୟ। ରାଷ୍ଟ୍ରପତି ହେବା ପରଠୁ କଳେ ବଳେ କୌଶଳେ ସେ ନୋବେଲ ଶାନ୍ତି ପୁରସ୍କାର ହାସଲ କରିବାକୁ ଚାହୁଁଥିଲେ। ହେଲେ ତାହା ହାତଛଡ଼ା ହୋଇଯାଇଛି। ମାନେ ସିଧା ସିଧା କହିବାକୁ ଗଲେ ଟ୍ରମ୍ପଙ୍କ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯାଇଛି।

author-image
Manas Ranjan Mohanty
Trump-Nobel-Prize-Issue

Trump-Nobel-Prize-Issue Photograph: (OTV)

ଆମେରିକାର ରାଷ୍ଟ୍ରପତି ଡୋନାନ୍ଡ ଟ୍ରମ୍ପଙ୍କ ଭାଙ୍ଗିଗଲା ସ୍ୱପ୍ନ, ଜଳିଗଲା ହୃଦୟ। ରାଷ୍ଟ୍ରପତି ହେବା ପରଠୁ କଳେ ବଳେ କୌଶଳେ ସେ ନୋବେଲ ଶାନ୍ତି ପୁରସ୍କାର ହାସଲ କରିବାକୁ ଚାହୁଁଥିଲେ। ହେଲେ ତାହା ହାତଛଡ଼ା ହୋଇଯାଇଛି। ମାନେ ସିଧା ସିଧା କହିବାକୁ ଗଲେ ଟ୍ରମ୍ପଙ୍କ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯାଇଛି। ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୩୩୮ ଜଣ ବ୍ୟକ୍ତି ଏବଂ ସଂଗଠନଙ୍କ ମଧ୍ୟରୁ ମନୋନୀତ କରାଯାଇଥିଲା। ଆଉ ଶେଷରେ ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଭେନେଜୁଏଲା ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ମାରିଆ। ଏହି ବିଶେଷ ଅବଦାନ ପାଇଁ ନରୱେଜିଆନ ନୋବେଲ କମିଟି ତାଙ୍କୁ ବିଜେତା ଭାବେ ଚୟନ କରିଛି। 

Advertisment

ତେବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ନିଜକୁ ପ୍ରମୁଖ ଦାବିଦାର ବୋଲି ପ୍ରଚାର କରିଆସୁଥିଲେ। ସେ ଇସ୍ରାଏଲ ଏବଂ ଇରାନ, ଭାରତ-ପାକିସ୍ତାନ, ଥାଇଲାଣ୍ଡ-କମ୍ବୋଡିଆ, ସର୍ବିଆ-କୋସୋଭୋ, ଇଜିପ୍ଟ-ଇଥିଓପିଆ ଏବଂ ରୱାଣ୍ଡା-କଙ୍ଗୋ, ମୋଟ୍ ସାତଟି ଯୁଦ୍ଧରେ ଶାନ୍ତି ଆଣିଥିବା କଥା ବାରମ୍ବାର ଦାବି କରିଆସୁଥିଲେ। ଦୁନିଆ ଆଗରେ ସର୍ବଦା ନିଜକୁ ଏକ ଶାନ୍ତି ଦୂତ ଭାବେ ଦେଖେଇ ହେଉଥିଲେ ଟ୍ରମ୍ପ। ଟ୍ରମ୍ପ୍ ଦାବି କରିଥିଲେ ଯେ ତାଙ୍କର ଓଭାଲ୍ ଅଫିସ ମାସ ମାସ ଧରି ବିଶ୍ୱର ସମସ୍ତ ଶାନ୍ତି ଚୁକ୍ତିର କେନ୍ଦ୍ର ଥିଲା। ଜାନୁଆରୀରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମଧ୍ୟ, ସେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ-ହମାସ ବିବାଦର ଅନ୍ତ ପାଇଁ ଆଲୋଚନା ପାଇଁ ଜୋର ଦେଇଥିଲେ। ଏହା ସତ୍ତ୍ୱେ ସେ ନୋବେଲ ଶାନ୍ତି ପୁରସ୍କାର ପାଇପାରିଲେ ନାହିଁ।

ତେବେ ଟ୍ରମ୍ପଙ୍କୁ ନୋବେଲ ମିଳିବା ନେଇ ନରୱେଜିଆନ ନୋବେଲ କମିଟି କହଛି ଯେ, ପୁରସ୍କାର ନିଷ୍ପତ୍ତି ବ୍ୟକ୍ତିଗତ କୃତଜ୍ଞତା କିମ୍ବା ରାଜନୈତିକ ଚାପ ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବାର ନିଷ୍ପତ୍ତି ନୋବେଲ୍ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲଙ୍କ କାର୍ଯ୍ୟ ଏବଂ ଇଚ୍ଛା ଉପରେ ଆଧାରିତ। କମିଟି ବାର୍ଷିକ ପୁରସ୍କାର ପ୍ରଦାନ କରିବା ସମୟରେ ସାହସ ଏବଂ ସଚ୍ଚୋଟତାକୁ ଆଖିଆଗରେ ରଖି ନିଷ୍ପତ୍ତି ନିଏ। 

Advertisment

ତେବେ ନୋବେଲ ନମିଳିବା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ବିପର୍ଯ୍ୟୟ। କାରଣ ସେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ମନୋନୀତ ହୋଇ ମଧ୍ୟ ତାଙ୍କୁ ନୋବେଲ ମିଳିନଥିଲା। ବର୍ତ୍ତମାନ ୨ୟ କାର୍ଯ୍ୟକାଳରେ ମଧ୍ୟ ପୁରସ୍କାର ପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ସେ ସବୁକିଛି କରିଥିଲେ। ଏପରିକି ପାକିସ୍ତାନ, ଇସ୍ରାଏଲ ଓ ଅନେକ ଅନ୍ତର୍ଜାତୀୟ ନେତା ମଧ୍ୟ ତାଙ୍କୁ ନୋବେଲ ପାଇଁ ମନୋନୀତ କରିଥିଲା। ହେଲେ ଶେଷ ମୂହୂର୍ତ୍ତରେ ସବୁକିଛି ଫସର ଫାଟିଯାଇଥିଲା। ଅତୀତରେ ଚାରି ଜଣ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ୧୯୦୬ ମସିହାରେ ଥିଓଡୋର ରୁଜଭେଲ୍ଟ, ୧୯୧୯ରେ ଉଡ୍ରୋ ୱିଲସନ୍, ୨୦୦୨ରେ ଜିମି କାର୍ଟର ଏବଂ ଶେଷଥର ପାଇଁ ୨୦୦୯ରେ ବାରାକ୍ ଓବାମାଙ୍କୁ ନୋବେଲ୍ ପୁରସ୍କାର ମିଳିଛି। ହେଲେ ଏହି ଲିଷ୍ଟରେ ସାମିଲ ହେବାକୁ ଟ୍ରମ୍ପଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି ।

Advertisment
Related Articles
Advertisment