Advertisment

Tiger Tracks Found: ‍ବଣଭୋଜି କରୁଥିଲେ ଆସିଲା ବାଘ, ଆଉ ତାପରେ .....

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବାଘ ଆତଙ୍କ । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ଭାଲୁମୁଣ୍ଡା ନିକଟରେ ବାଘକୁ ଦେଖିଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି । ଜଙ୍ଗଲରେ ଭୋଜି କରିବା ସମୟରେ ବାଘକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଲୋକେ ।

author-image
Manas Ranjan Mohanty
tiger

tiger Photograph: (OTV)

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବାଘ ଆତଙ୍କ । କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ଭାଲୁମୁଣ୍ଡା ନିକଟରେ ବାଘକୁ ଦେଖିଥିବା କିଛି ସ୍ଥାନୀୟ ଲୋକେ କହିଛନ୍ତି । ଜଙ୍ଗଲରେ ଭୋଜି କରିବା ସମୟରେ ବାଘକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଲୋକେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦଚିହ୍ନ ଠାବ କରିବା ସହିତ ଗତିବିଧି ନୀରିକ୍ଷଣ କରୁଛି । 

Advertisment

ବାଘକୁ ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ଓ ପୂର୍ବାଞ୍ଚଳ ରେଞ୍ଜ ଅଞ୍ଚଳରେ କୋକୁଆ ଭୟ। କନ୍ତାରିପାଟ ଗାଁ ଜଙ୍ଗଲରେ ଷଣ୍ଢର ମୃତଦେହ ଉଦ୍ଧାର ପରେ ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକ। ଷଣ୍ଢକୁ ମହାବଳ ବାଘ ମାରିଥିବା ଅନୁମାନ କରାଯାଉଛି। ମହାବଳ ବାଘ ନେଇ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଉଛି ବନ ବିଭାଗ। ୪ ଦିନ ହେଲାଣି ରେଞ୍ଜ ପରେ ରେଞ୍ଜ ଘୁରି ବୁଲୁଛି ମହାବଳ। ଜଙ୍ଗଲରେ ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। କିନ୍ତୁ ଏଯାଏଁ ବାଘକୁ କାବୁ କରାଯାଇନି। ପୂର୍ବରୁ ୨ଟି ଗାଈକୁ ମାରିଥିବା ଅଭିଯୋଗ ହୋଇଥିଲା। ... 

କାମାକ୍ଷାନଗର ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କ
ପୂର୍ବାଞ୍ଚଳ ରେଞ୍ଜ କନ୍ତାରିପାଟ ଗାଁ ଜଙ୍ଗଲରେ ଷଣ୍ଢର ମୃତଦେହ
ମହାବଳ ବାଘ ମାରିଥିବା ଅନୁମାନ, ଲୋକେ ଭୟଭୀତ
୪ ଦିନ ହେଲାଣି ରେଞ୍ଜ ପରେ ରେଞ୍ଜ ଘୁରି ବୁଲୁଛି ମହାବଳ
ପୂର୍ବରୁ ୨ଟି ଗାଈକୁ ମାରିଥିଲା, ସ୍ଥାନୀୟ ଅଞ୍ଚଳରେ ଆତଙ୍କ
ବାଘ ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

Advertisment
Advertisment
Related Articles
Advertisment