Advertisment

Bride Made A Royal Entry: ଧୂମ୍ ଷ୍ଟାଇଲ୍‌ରେ ମାରିଲେ ଏଣ୍ଟ୍ରୀ , ଚାରିଆଡ଼େ ହୋଇଗଲା ଧୂଆଁ ଧୂଆଁ

ଏହି ଭିଡିଓଟି ଲୋକଙ୍କୁ ଜନ୍ ଆବ୍ରାହମଙ୍କ ଫିଲ୍ମ "ଧୂମ୍" କଥା ମନେ ପକାଇଦେଇଛି। ଅନେକ ୟୁଜର୍ସ ଝିଅକୁ ଜଣେ ଷ୍ଟାଇଲିସ୍ କନ୍ୟା ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ସବୁଠାରୁ ବୋଲ୍ଡ ଏଣ୍ଟ୍ରି ବୋଲି କହିଛନ୍ତି।

author-image
Manas Ranjan Mohanty
Bride-Bike-Entry

Bride-Bike-Entry Photograph: (OTV)

କନ୍ୟା ପାଲିଙ୍କୀ ନୁହେଁ କି କାର୍‌ ନୁହେଁ, ଧୂମ୍ ଷ୍ଟାଇଲ୍‌ରେ ବାଇକ୍‌ରେ ମାରିଲେ ଏଣ୍ଟ୍ରୀ। ତାହା ପୁଣି ୨୬୦ କିଲୋଗ୍ରାମର ସ୍ପୋର୍ଟସ୍ ବାଇକ୍, 'Hayabusa'। ବିବାହ ମଣ୍ଡପକୁ କନ୍ୟାଙ୍କ ଏମିତି ଏଣ୍ଟ୍ରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

Advertisment

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, କନ୍ୟା ଲାଲ ବିବାହ ପୋଷାକ, ଅଳଙ୍କାର ଏବଂ ମେକଅପ୍ ପିନ୍ଧିଛନ୍ତି। କିନ୍ତୁ, ଯେତେବେଳେ ସେ ଧଳା Suzuki Hayabusa ରେ ଏଣ୍ଟ୍ରୀ କରୁଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଉଛି। ଭାରୀ ଲେହେଙ୍ଗା ପିନ୍ଧିଥିବା କନ୍ୟା ନିଜେ ବାଇକ୍ ଚଲାଉଥିବା ଦେଖି ଅନେକ ଏହାକୁ ସଜହରେ ହଜମ କରିପାରୁ ନାହାନ୍ତି।

ତେବେ କନ୍ୟାଙ୍କ ବାଇକ୍ ଏଣ୍ଟ୍ରୀକୁ ଆହୁରି ରୋମାଞ୍ଚକର କରିବା ପାଇଁ ଚାରି ପାଖରୁ ଧୂଆଁ ଛଡା ଯାଇଥିଲା ଆଉ ସେହି ଧୂଆଁ ଭିତରେ ପୂରା ଫିଲ୍ମ ଷ୍ଟାଇଲ୍‌ରେ ଏଣ୍ଟ୍ରୀ ମାରିଥିଲେ କନ୍ୟା।

Advertisment

ଏହି ଭିଡିଓଟି ଲୋକଙ୍କୁ ଜନ୍ ଆବ୍ରାହମଙ୍କ ଫିଲ୍ମ "ଧୂମ୍" କଥା ମନେ ପକାଇଦେଇଛି। ଅନେକ ୟୁଜର୍ସ ଝିଅକୁ ଜଣେ ଷ୍ଟାଇଲିସ୍ କନ୍ୟା ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ସବୁଠାରୁ ବୋଲ୍ଡ ଏଣ୍ଟ୍ରି ବୋଲି କହିଛନ୍ତି। ତେବେ କନ୍ୟା ଜଣଙ୍କ ଯେଉଁ ସ୍ପୋର୍ଟସ୍ ବାଇକ୍ ଚଲାଉଛନ୍ତି ତାହା ଏତେ ଭାରୀ ଯେ, ଯାହାକୁ ସମ୍ଭାଳିବା ସହଜ ନୁହେଁ। କିନ୍ତୁ ସେ ଖୁବ୍ ଆତ୍ମବିଶ୍ୱାସର ସହିତ ଏଣ୍ଟ୍ରୀ ମାରୁଥିବାକୁ ଲୋକେ ତାଙ୍କୁ ରିୟଲ୍ ଲାଇଫ୍‌ର 'ଧୂମ୍ ଗାର୍ଲ' ବୋଲି କହୁଛନ୍ତି।

ତେବେ ସାଧାରଣତଃ କନ୍ୟାମାନେ ପାରମ୍ପରିକ ପାଲିଙ୍କୀ କିମ୍ବା କାରରେ ଆସିଥାନ୍ତି। କିନ୍ତୁ ଏହି କନ୍ୟା ଜଣଙ୍କ ପ୍ରମାଣ କରିଦେଇଛନ୍ତି ଯେ ଆଜିର କନ୍ୟାମାନେ କୌଣସି ପଛରେ ନାହାନ୍ତି। ଏହି ଭାଇରାଲ ଭିଡିଓଟି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବୋଲି କୁହାଯାଉଛି।

Advertisment