/odishatv-khabar/media/media_files/2025/11/03/murder-2025-11-03-08-59-23.jpg)
MURDER Photograph: (OTV)
ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସ୍ବାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଦଶପଲ୍ଲାର ଗଣିଆ ଥାନା ଅଞ୍ଚଳରେ । ଘରେ କେହି ନଥିବା ବେଳେ ମୃତ ମହିଳାଙ୍କୁ ଗାଁର ଜଣେ ଯୁବକ ଗଳାକାଟି ହତ୍ୟା କରିଥିବା ନେଇ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ ।
ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ଗ୍ରାମର ଜଣେ ଯୁବକ ମୃତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖୁଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି ସ୍ୱାମୀ । ମୃତ ମହିଳାଙ୍କ ସ୍ବାମୀ ଭାରତ ସାହୁଙ୍କ ଅଭିଯୋଗ ଆଧାରରେ ଗଣିଆ ପୋଲିସ ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଏହାସହ ସେହି ଗ୍ରାମର ଜଣେ ଯୁବକଙ୍କୁ ଉଠାଇ ନେଇ ଗଣିଆ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ତଦନ୍ତ ପରେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା।
• ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
• ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସ୍ବାମୀ
• ନୟାଗଡ଼ ଦଶପଲ୍ଲାର ଗଣିଆ ଥାନା ଅଞ୍ଚଳର ଘଟଣା
• ମୃତ ମହିଳାଙ୍କୁ ଗାଁର ଜଣେ ଯୁବକ ଗଳାକାଟି ହତ୍ୟା କରିଥିବା ଅଭିଯୋଗ
• ଗଣିଆ ଥାନାରେ ଲିଖିତ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ
• ମୃତଦେହକୁ ଜବତ କରି ପୋଲିସର ତଦନ୍ତ
• ଗାଁର ଜଣେ ଯୁବକଙ୍କୁ ଉଠାଇ ନେଇ ଗଣିଆ ଥାନାରେ ପଚରାଉଚରା
Amar Patnaik: ପଦ୍ମ ଧରିବେ ବିଜେଡିର ବଡ଼ ନେତା! ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

India Clebrates: ବିଶ୍ବବିଜୟୀ ମହିଳା କ୍ରିକେଟ୍ ଟିମ୍କୁ ଶୁଭେଚ୍ଛାର ସୁଅ: ସାରା ଦେଶରେ ସେଲିବ୍ରେସନ

World Cup Champion: ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍: ବିଶ୍ବକପ ଚାଂପିଅନ୍ ଟାଇଟଲ ହାତେଇଲା

Weekly Horoscope From 3rd November 2025 To 9th November 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)