/odishatv-khabar/media/media_files/2025/10/22/pitabas-panda-murder-case-2025-10-22-12-31-32.jpg)
Pitabas Panda Murder Case Photograph: (OTV)
ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ୍। ଏଥିସହ ପୁର୍ବତନ ମେୟର ଶିବଶଙ୍କର ଦାସ୍ ଓରଫ ପିଣ୍ଟୁ ମଧ୍ୟ ଗିରଫ ହୋଇଛନ୍ତି। ମୋଟ ୧୨ ଜଣଙ୍କୁ ପୋଲିସ୍ ଗିରଫ କରିଛି। କର୍ପୋରେଟର ମଳୟ ବିଷୋୟୀ ଗିରଫ ହୋଇଛନ୍ତି। ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ ବି ଗିରଫ ହୋଇଛନ୍ତି। ୨ ସାର୍ପ ସୁଟର, ରେକି କରୁଥିବା ବ୍ୟକ୍ତି, ଜଣେ ଲୋକାଲ ସୁଟର ଗିରଫ ହୋଛନ୍ତି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ୍। ବ୍ରହ୍ମପୁର କୋର୍ଟ ପରିସରରେ ବିକ୍ରମ ପଣ୍ଡାଙ୍କୁ ଅଣାଯିବା ପରେ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି।
ଗତ କାଲି ରାତିରେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା ପୋଲିସ। ବିକ୍ରମ ପଣ୍ଡାଙ୍କୁ ଅଟକ ନେଇ ବିଜେଡି ପ୍ରତିବାଦ କରିଛି। ବିଜେଡି ପକ୍ଷରୁ ବ୍ରହ୍ମପୁର ଏସ୍ପି ଅଫିସ୍ ଘେରାଉ ଉଦ୍ୟମ କରାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଯୋଗ୍ୟ, ଗତ ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ସେ ତାଙ୍କ ଚାମ୍ବରରୁ ଘରକୁ ଫେରିବା ବାଟରେ ଖୁବ ନିକଟରୁ ଗୁଳି କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)