Advertisment

Gold, silver prices fall: ଗ୍ରାହକଙ୍କୁ ଆଶ୍ବସ୍ତି; ଖସିଲା ସୁନା, ରୁପା ଦର

ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧, ୨୭,୨୦୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧,୧୬,୬୦୦ ଟଙ୍କା ହୋଇଛି । ସେହିପରି ରୂପା ଦର ମଧ୍ୟ କମିଛି।

author-image
Tapaswini Nayak
Gold Silver Rate

Gold Silver Rate Photograph: (OTV)

ହୁ ହୁ ହୋଇ ବଢ଼ି ଚାଲିଥିଲା ସୁନା, ରୁପା ରେଟ୍‌। ଦରରେ ଲାଗୁନଥିଲା ବ୍ରେକ୍‌। ସୁନା କିଣିବା ପାଇଁ ଲୋକେ ଦେଉଥିଲେ ପଛଘୁଞ୍ଚା। ହେଲେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମିଳିଛି ଖୁସି ଖବର । ଶସ୍ତା ହେଲା ସୁନା ଓ ରୁପା । ଦରରେ ଲାଗିଛି ସାମାନ୍ୟ ବ୍ରେକ୍‌। 
୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩  ହଜାର  ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି। 
ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୦,୫୮୦ ଟଙ୍କା ଥିବା ବେଳେ ଆଜି ୩  ହଜାର  ୩୮୦ଟଙ୍କା କମି ୧, ୨୭,୨୦୦ ଟଙ୍କା ହୋଇଛି ।  ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୧,୧୯.୭୦୦ଟଙ୍କା ଥିବା ବେଳେ ଆଜି ୩ହଜାର ୧୦୦ ଟଙ୍କା କମି ୧,୧୬,୬୦୦ଟଙ୍କାରେ ପହଞ୍ଚିଛି । 
ସେହିପରି  କଟକରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୦,୫୮୦ ଟଙ୍କା ଥିବା ବେଳେ ଆଜି ୩  ହଜାର  ୩୮୦ଟଙ୍କା କମି ୧, ୨୭,୨୦୦ ଟଙ୍କା ହୋଇଛି ।  ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୧,୧୯.୭୦୦ଟଙ୍କା ଥିବା ବେଳେ ଆଜି ୩ହଜାର ୧୦୦ ଟଙ୍କା କମି ୧,୧୬,୬୦୦ଟଙ୍କାରେ ପହଞ୍ଚିଛି । 
ଅନ୍ୟପଟେ ରୁପା ଦର ମଧ୍ୟ ଖସିଛି। ଗତ ୬ ଦିନରେ ରୁପା ଦର ୨୫ ହଜାର ଟଙ୍କା କମ୍ ହୋଇଛି। ଭୁବନେଶ୍ବରରେ ରୁପା କେଜି ମଙ୍ଗଳବାର ୮୦୦୦ ଟଙ୍କା କମି ୧,୮୨,୦୦୦ ଟଙ୍କା କମିଛି। ଚଳିତ ମାସ ୧୫ ତାରିଖରେ ରୁପା କେଜି ଏହାର ସବୋର୍ଚ୍ଚ ସ୍ତର ୨,୦୭,୦୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। କେବଳ ଧନତେରସ ଦିନ ରୁପା କେଜି ୧୩ ହଜାର ଟଙ୍କା ଶସ୍ତା ହୋଇଥିଲା। 

Advertisment

Gold Silver Price Today
Advertisment
Related Articles
Advertisment