/odishatv-khabar/media/media_files/2025/11/19/accident-2025-11-19-20-29-25.jpg)
ACCIDENT Photograph: (OTV)
ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା । ସହରର ଏଜି ସ୍କୋୟାରରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଘଣ୍ଟା। ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି ।
ପରିବହନ କମିଶନରଙ୍କ ସହ ପରାମର୍ଶ କରି ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଧେଶକ ଙ୍କ ଚିଠି। ଏହି ଘଣ୍ଟା ଆପଣଙ୍କୁ କହିବ ଦୁର୍ଘଟଣା କଥା । ସମୟ ଅନୁସାରେ ଦେବ ଦୁର୍ଘଟଣାର ସତର୍କ ବାଣୀ । କେଉଁ ସମୟରେ କେଉଁଠି ଦୁର୍ଘଟଣା ଘଟିଛି ? କେମିତି ଦୁର୍ଘଟଣା ଘଟିଛି ? ଦୁର୍ଘଟଣାରୁ ବର୍ତିବା ପାଇଁ କଣ ସତର୍କତା ଅବଲମ୍ବନ କରିବା ଜରୁରୀ । ଏହି ଦୁର୍ଘଟଣା ଜନିତ ଘଣ୍ଟା ପୂର୍ବରୁ ଅନେକ ସହରରେ ଲାଗିଛି ।
ଏବେ ଏହା ଭୁବନେଶ୍ବରରେ ଲାଗିବା ନେଇ ନିଷ୍ପତି ନିଆଯାଇଥିବା କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ । ସେପଟେ ଚିନ୍ତା ବଢାଇଛି ପିକନିକ ଋତୁ । ନଭେମ୍ବର ୧୬ ରୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଜୋରଦାର ଚେକିଂ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଥାନା ଓ ପରିବହନ ବିଭାଗ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 4 ମାସ ଜୋରଦାର୍ ଚେକିଂ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ । ସବୁ ଥାନାର ପୋଲିସ ରାସ୍ତାରେ କଡାକଡି ଚେକିଂ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା
ସହରର ଏଜି ସ୍କୋୟାରରେ ସ୍ଥାପନ ହେବ ଘଣ୍ଟା
ସଡ଼କ ଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବ
Puri Jagannath Temple : ଆଉ ଛିଡ଼ା ହେବେନି ଘଣ୍ଟା ଘଣ୍ଟା ! ଜଗା ଦର୍ଶନରେ ହେବନି କୌଣସି ଅସୁବିଧା

Odisha's Literary Scene Buzzes: ସମ୍ମାନୀତ ହେବେ ୧୦ ଯୁବ ଲେଖକ, ଉନ୍ମୋଚିତ ହେବ ୧୦ ପୁସ୍ତକ

After Singers Death: ସାମ୍ନାକୁ ଆସିଲା ଆଉ ଏକ ଭାଇରାଲ୍ ଭିଡିଓ , ହ୍ୟୁମାନ ସାଗରଙ୍କ ଫୋନରେ ରହିଛି କେଉଁ ପ୍ରମାଣ ?

Shreemayee Slams: ବିଜୁ ଲିଗାସିକୁ ଶ୍ରୀମୟୀଙ୍କ ଶକ୍ତ ଚାପୁଡା , ବରିଷ୍ଠ ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)