Advertisment

Shreemayee Slams: ବିଜୁ ଲିଗାସିକୁ ଶ୍ରୀମୟୀଙ୍କ ଶକ୍ତ ଚାପୁଡା , ବରିଷ୍ଠ ନେତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ

୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇଦିଆଗଲା ଦଳ ସରକାରରୁ ପଳାଇଲା। ଏବେ ପୁଣି କାହିଁକି ସାଲିସ ବୋଲି କହିଛନ୍ତି। ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି।

author-image
Manas Ranjan Mohanty
SHRIMAYEE

SHRIMAYEE Photograph: (OTV)

ବିଜୁ ଲିଗାସିକୁ ଶ୍ରୀମୟୀଙ୍କ ଶକ୍ତ ଚାପୁଡା। ଯେଉଁ ନେତା ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ , ବିଜୁ ବାବୁଙ୍କ ସମୟରୁ ରାଜନୀତି କରୁଛୁ ବୋଲି କହି ଗର୍ବ କରୁଥିଲେ ସେହି ଆଗଧାଡିର ନେତା ଦଳର ବିପର୍ଯୟ ସମୟରେ ନୀରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ।

Advertisment

ବିଜୁ ବାବୁଙ୍କ ନାଁରେ ଗଠିତ ଦଳରେ ରହି ନିଜ ସ୍ବାଭିମାନ ଓ ଆଦର୍ଶ ସହ ସାଲିସ କଣ ପାଇଁ ବୋଲି ପ୍ରଶ୍ନ କରି କହିଛନ୍ତି ଏବେ ପୁଣି କେଉଁ ଭୟ ଘାରିଛି। ଦଳର ଦୟନୀୟ ସ୍ଥିତି ପରେ ବି ମୁହଁ ଖୋଲିବାକୁ ଡର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ତାମିଲ ଆଦର୍ଶକୁ ସୁହାଇବା ଭଳି ଆଚରଣ କଣ ଆପଣଙ୍କର ବିଜୁ ଆଦର୍ଶ ବୋଲି ପ୍ରଶ୍ନ କରିଛନ୍ତି।

୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇଦିଆଗଲା ଦଳ ସରକାରରୁ ପଳାଇଲା। ଏବେ ପୁଣି କାହିଁକି ସାଲିସ ବୋଲି କହିଛନ୍ତି। ଶ୍ରୀମୟୀ ତାଙ୍କ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି। ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହି। 

Advertisment

ବିଜୁ ଲିଗାସିକୁ ଶ୍ରୀମୟୀଙ୍କ ଶକ୍ତ ଚାପୁଡା
ବରିଷ୍ଠ ନେତାଙ୍କୁ ଶ୍ରୀମୟୀଙ୍କ ପ୍ରଶ୍ନବାଣ
'ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ନେତା ନୀରବ କାହିଁକି'
'ବିଜୁ ବାବୁଙ୍କ ନାଁରେ ଗଠିତ ଦଳରେ ରହି ସ୍ବାଭିମାନ ସହ ସାଲିସ କାହିଁକି'
ତାମିଲ ଆଦର୍ଶକୁ ସୁହାଇବା ଭଳି ଆଚରଣ କଣ ଆପଣଙ୍କର ବିଜୁ ଆଦର୍ଶ କି ? 

Advertisment
Related Articles
Advertisment