/odishatv-khabar/media/media_files/2025/12/08/goa-horror-2025-12-08-20-33-47.jpg)
GOA-HORROR Photograph: (OTV)
ଗୋଆରେ ହରର୍...ଭୁବନେଶ୍ବର ଏବେ ଥରହର। ନର୍ଥ ଗୋଆର ରୋମିଓ ଲେନରେ ଅଗ୍ନିକାଣ୍ଡ...ଭୁବନେଶ୍ବର ରୋମିଓ ଲେନ୍ ରେ ବି ହୋଇଛି ଯାଞ୍ଚ। ରାତିର ତାତି ବଢାଉଥିବା କ୍ଲବ ଓ ପବରେ ପାଣି ଢାଳିବାକୁ ତୟାର ଅଗ୍ନିଶମ ବାହିନୀ। କାରଣ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥାଇ ଚାଲୁଥିବା କ୍ଲବ୍ ଓ ପବରେ ପଡ଼ିିବ ତାଲା। ତେଣୁ ରାଜଧାନୀର ସବୁ ପବ୍ ଓ କ୍ଲବରେ ପଶି ଯାଞ୍ଚ କରିବାକୁ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେଇଛନ୍ତି।
ଗତ ଶନିବାର ମିଡନାଇଟରେ ଗୋଆ କ୍ଲବରେ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଏଭଳି ଅଣ୍ଟାଭିଡ଼ିଛି ଅଗ୍ନିଶମ ବାହିନୀ। କୌଣସି ଅଘଟଣ ପୂର୍ବରୁ ସବୁ ନିରାପତ୍ତା ଯାଞ୍ଚ କରିବାକୁ ଗଠନ ହୋଇଛି ଟିମ୍ । ରାଜଧାନୀରେ ଥିବା ସମସ୍ତ କ୍ଲବ, ବାର ଓ ଡ୍ୟାନ୍ସ ପବ୍ ରେ ଚେକିଂ ପାଇଁ ହୋଇଛି ତାଲିକା। ଶହେ ସିଟ କାପାସିଟି ଥିବା ରେଷ୍ଟୁରାଣ୍ଟର ହେବ ଚେକିଂ। ୧୦ ଦିନ ମଧ୍ୟରେ ଅଗ୍ନିଶମ ନିରାପତ୍ତା ରିପୋର୍ଟ ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନିରାପତ୍ତା ସମ୍ବନ୍ଧିତ ସରଞ୍ଜାମ ରହିଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ କରାଯିବ।
କେବଳ ଅଗ୍ନିଶମ ନୁହେଁ, ସେଲିବ୍ରେସନର ନିଝୁମ୍ ରାତିକୁ ଦେଖି ଅବକାରୀ ବିଭାଗ ବି ପଡ଼ିଛି ଚିନ୍ତାରେ। ତେଣୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥିଲେ ଲାଇସେନ୍ସ ନଦେବାକୁ ପଣ କରିଛି ବିଭାଗ। ସେ ଜିରୋ ନାଇଟ୍ ହେଉ ଅବା କୌଣସି ପାର୍ଟି କି ନୃତ୍ୟଗୀତର ଆସର। ପବ୍ ଓ କ୍ଲବରେ ଗ୍ରାହକଙ୍କ ସୁରକ୍ଷାକୁ ନେଇ କେତେ ସତର୍କ ମାଲିକ ମାନେ, ତାକୁ ଯାଞ୍ଚ କରିବ ଅବକାରୀ ବିଭାଗ। ରାଜଧାନୀ ଭୁବନେଶ୍ବରରେ ୧୫୫ଟି ବାର୍ ସହ କ୍ଲବ ଓ ପବ୍ ରହିଛି। ତା’ମଧ୍ୟରୁ ୫୯ଟି ଅନସପ୍ ବାର୍ ରହିଥିବା ବେଳେ ୮୭ଟି ବାର୍, ପବ୍ ଓ ୩ଟି କ୍ଲବ୍ ସହ ୬ଟି ବିୟର ପାର୍ଲର ରହିଛି। ତା’ଭିତରେ ହାତ ଗଣତି କିଛି ବାରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିବା ବେଳେ ଅନ୍ୟ ସମସ୍ତ ପବ୍ ଓ କ୍ଲବକୁ ନେଇ ବଢ଼ିଛି ଚିନ୍ତା। ତେଣୁ ଏଇଠି ବି ଘଟିଯିବନି ତ ଗୋଆ ଭଳି ଅଘଟଣ ? ଅବକାରୀ ବିଭାଗର କଡ଼ା ଚେତାବନୀ, ଯଦି ବିନା ଅଗ୍ନିଶମ ନିରାପତ୍ତାରେ କୌଣସି ବାର୍ କିମ୍ବା ପବ୍ ଚାଲୁଥିବ, ତାହେଲେ ରଦ୍ଦ ହେବ ଲାଇସେନ୍ସ।
ଆସୁଛି ବଡ଼ଦିନ, ଜିରୋ ନାଇଟ ସେଲିବ୍ରେସନକୁ ମଝିରେ ରହିଲା ମାତ୍ର ୨୩ ଦିନ। ତେଣୁ କମ୍ପିବ ଡ୍ୟାନ୍ସ ଫ୍ଲୋର୍। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ବାଗତ ପାଇଁ ସହରରେ ଝୁମିବେ ଯୁବଠୁ ବୟସ୍କ। ତେଣୁ ଜୋଶରେ କାହାର ହୋସ୍ ନ ଉଡୁ, ଗୋଆ ଟ୍ରାଜେଡିର ପୁନରାବୃତ୍ତି ନହେଉ।...
New Scheme Alert: ଝିଅ ବାହାଘର କଲେ ସରକାର ଦେବେ ୫୧ ହଜାର ଟଙ୍କା , ଜାଣନ୍ତୁ କିଭଳି ପାଇବେ ଫାଇଦା ?

Unique Village Mystery: ଅଦ୍ଭୁତ ଗାଁ ! କାହାରି ଘରେ ଜଳେନି ଚୁଲି, ହୁଏନି ରୋଷେଇ..

Economic Shock: ଆମେରିକା ଦେବାଳିଆ ହେବାକୁ ଯାଉଛି! ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଭାଙ୍ଗିଲା ୧୫ ବର୍ଷର ରେକର୍ଡ

When Society Said You're Done: ଲୋକେ ଉଡ଼ାଉଥିଲେ ମଜା, ଓଜନ ହୋଇଯାଇଥିଲା ୯୩ କିଲୋ...କିନ୍ତୁ ଗୋଟିଏ କଥା ସବୁ ବଦଳାଇଦେଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)