/odishatv-khabar/media/media_files/2025/12/08/unique-village-2025-12-08-15-15-14.jpg)
Unique Village Photograph: (OTV)
ପ୍ରତ୍ୟେକ ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର । ପୂଜା କକ୍ଷ ପରେ ରୋଷେଇ ଘରକୁ ଘରର ସବୁଠାରୁ ପବିତ୍ର କୋଠରୀ ଭାବେ ବିବେଚନା କରାଯାଏ। ଏଠାରେ ଘରର ମହିଳାମାନେ ଅତି ଯତ୍ନ ସହକାରେ ପରିବାର ଲୋକଙ୍କ ପାଇଁ ଖାଦ୍ୟ ତିଆରି କରନ୍ତି । ଉପଯୁକ୍ତ ରୋଷେଇ ଘର ନକାରାତ୍ମକ ଶକ୍ତିକୁ ଦୂରେଇ ରଖି ସକାରାତ୍ମକ ବାତାବରଣ ସହିତ ଏକ ସୁସ୍ଥ ଜୀବନ ସୁନିଶ୍ଚିତ କରିଥାଏ ।
ସେଥିପାଇଁ ଘର ତିଆରି କରିବା ସମୟରେ ଲୋକମାନେ ରୋଷେଇ ଘର ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବୁ, ଯେଉଁଠାରେ ଲୋକଙ୍କ ଘରେ ଚୁଲି ଜଳେ ନାହିଁ କି ରୋଷେଇ ହୁଏ ନାହିଁ । କୌଣସି ଘରେ ମହିଳା କିମ୍ବା ପୁରୁଷ କେହି ରୋଷେଇ କରନ୍ତି ନାହିଁ । ଏକଥା ଜାଣି ଆପଣ ହୁଏତ ଭାବୁଥିବେ ବିନା ରୋଷେଇରେ ଲୋକେ କିପରି ଖାଦ୍ୟ ଖାଆନ୍ତି ?
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁର ଲୋକେ କେବେ ଭୋକିଲା ଶୋଇନାହାନ୍ତି । ଗୁଜରାଟରେ ରହିଛି ଏହି ଅଦ୍ଭୁତ ଗାଁ । ଆସନ୍ତୁ ଜାଣିବା ଏହି ଗାଁର ଅନନ୍ୟ ପରମ୍ପରା ବିଷୟରେ।
ଗୁଜରାଟର ମେହସାଣା ଜିଲ୍ଲାର ଚନ୍ଦନକି ଗାଁର କୌଣସି ଘରେ ଚୁଲି ଜଳେ ନାହିଁ କାରଣ ବ୍ୟକ୍ତିଗତ ରୋଷେଇ ଘରେ ଖାଦ୍ୟ ରନ୍ଧା ହୁଏ ନାହିଁ । ଏହି ଗାଁରେ ଲୋକଙ୍କ ପାଇଁ ଗୋଟିଏ ସ୍ଥାନରେ ରୋଷେଇ ପ୍ରସ୍ତୁତ କରାଯାଏ । ଆଉ ରୋଷେଇ ଶେଷ ହେବାପରେ ସମସ୍ତେ ଏକାଠି ଭୋଜନ କରନ୍ତି ।
ବାହାରେ ରହୁଛନ୍ତି ପିଲା
ଚନ୍ଦନକି ଗାଁର ପ୍ରାୟ ସମସ୍ତ ଲୋକ ପରିଣତ ବୟସ ଦେଇ ଗତି କରୁଛନ୍ତି । ଚାକିରି ଓ ବ୍ୟବସାୟ ପାଇଁ ପିଲାମାନେ ବାହାରେ ରହୁଛନ୍ତି । ବାପାମା’ଙ୍କର ଯେପରି ଅସୁବିଧା ନହେବ ସେଥିପାଇଁ ଗାଁ ବାହାରେ ରହୁଥିବା ଯୁବପିଢ଼ି ଏହି ନୂଆ ଉପାୟ ବାହାର କରିଥିଲେ । ଯଦ୍ୱାରା ବୃଦ୍ଧ ବୟସରେ ବାପାମା’ଙ୍କୁ ରୋଷେଇର ଝିନଝଟରୁ ମୁକ୍ତି ମିଳିପାରିବ ।
ଏହି ଗାଁର ଜନସଂଖ୍ୟା ପାଖାପାଖି ୧,୦୦୦। ଆଉ ଏଥିମଧ୍ୟରୁ ଅନେକ ବୟସ୍କ ଲୋକ । ଗାଁର କିଛି ଯୁବକ ବିଦେଶରେ କାମ କରୁଛନ୍ତି, ଅନ୍ୟମାନେ ନିକଟବର୍ତ୍ତୀ ପ୍ରମୁଖ ସହରଗୁଡ଼ିକରେ ବାସ କରୁଛନ୍ତି । ପରିଣତ ବୟସରେ ଲୋକଙ୍କୁ ସବୁଦିନ ଯେପରି ଅଲଗା ଭାବରେ ରୋଷେଇ କରିବାକୁ ନପଡ଼ିବ, ସେଥିପାଇଁ ଏକାଠି ରୋଷେଇ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ସମସ୍ତେ ଏଥିରେ ରାଜି ମଧ୍ୟ ହୋଇଯାଇଥିଲେ । ଫଳରେ ସେହି ଅଭ୍ୟାସ ଆଜି ପର୍ଯ୍ୟନ୍ତ ଜାରି ରହିଛି।
ଏହି ଗାଁର ଲୋକମାନେ କେବଳ ଏକାଠି ଖାଆନ୍ତି ନାହିଁ ବରଂ ସେମାନଙ୍କର ସୁଖ ଏବଂ ଦୁଃଖରେ ପରସ୍ପରକୁ ସମର୍ଥନ କରନ୍ତି । ଏକାଠି ହୋଇ ପାରସ୍ପରିକ ସମନ୍ୱୟ ମାଧ୍ୟମରେ ସବୁଠାରୁ କଷ୍ଟକର ସମସ୍ୟାର ସମାଧାନ କରିପାରିଛନ୍ତି ଗାଁ ଲୋକେ। ଆଜି ଏହି ଗାଁ ସାରା ଦେଶରେ ଏକତାର ଉଦାହରଣ ସୃଷ୍ଟି କରୁଛି । ଦୂରଦୂରାନ୍ତରୁ ଲୋକମାନେ ଏହାର ସଂସ୍କୃତି ଦେଖିବା ପାଇଁ ଆସନ୍ତି । ଏହି ଗାଁରେ ସମସ୍ତ ପର୍ବପର୍ବାଣୀ ମଧ୍ୟ ଏକାଠି ପାଳନ କରାଯାଏ।
ଗାଁରେ ଏକାଠି ରୋଷେଇ କରିବାର ଏହି ପରମ୍ପରା କେବଳ ଖାଇବାରେ ସୀମିତ ନୁହେଁ। ଏହି ଉପାୟ ଯୋଗୁଁ ବୟସ୍କ ଲୋକଙ୍କୁ ଏକାକୀପଣ
New Scheme Alert: ଝିଅ ବାହାଘର କଲେ ସରକାର ଦେବେ ୫୧ ହଜାର ଟଙ୍କା , ଜାଣନ୍ତୁ କିଭଳି ପାଇବେ ଫାଇଦା ?

Romeo Lane’s Saurav Luthra: ରୋମିଓ ଲେନର ବିର୍ଚର ମାଲିକ ସୌରଭ ଲୁଥ୍ରା, ସ୍ୱର୍ଣ୍ଣ ପଦକ ବିଜେତା ଇଞ୍ଜିନିୟରରୁ ହୋଇଥିଲେ ହୋଟେଲ୍ ବ୍ୟବସାୟୀ

Shock Incident: ହୃଦୟହୀନ ହୋଇଗଲା ମା’; ନବଜାତକୁ ପର ହାତକୁ ଟେକିଦେଲା

Smugglers Get Creative: ଗଞ୍ଜେଇ ଚାଲାଣରେ ନୂଆ ଫଣ୍ଡା, ବ୍ୟାଟ ଓ ସ୍କୁଲ ବ୍ୟାଗରେ ହେଉଛି ଚାଲାଣ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)