Advertisment

When Society Said You're Done: ଲୋକେ ଉଡ଼ାଉଥିଲେ ମଜା, ଓଜନ ହୋଇଯାଇଥିଲା ୯୩ କିଲୋ...କିନ୍ତୁ ଗୋଟିଏ କଥା ସବୁ ବଦଳାଇଦେଲା

ଲୋକମାନେ କହିଥିଲେ ଏବେ ରିଟାୟାରମେଣ୍ଟ ନେଇ ନିଅ… ପେନସନର ସମୟ ହୋଇଗଲା। ଏଭଳି କଥା କାହାର ବି ହୃଦୟ ଭାଙ୍ଗି ଦେଇ ପାରେ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଭାଙ୍ଗନ୍ତି ନାହିଁ... ନିଜକୁ ପୁନର୍ବାର ଗଢ଼ି ତୋଳନ୍ତି ଏବଂ ରାୟପୁରର ଡାକ୍ତର ସୁଷମା ପଚୌରୀଙ୍କର ଏହିପରି ଏକ କାହାଣୀ।

author-image
Manas Ranjan Mohanty
When Society Said You are Done

When Society Said You are Done Photograph: (OTV)

ଲୋକମାନେ କହିଥିଲେ ଏବେ ରିଟାୟାରମେଣ୍ଟ ନେଇ ନିଅ… ପେନସନର ସମୟ ହୋଇଗଲା। ଏଭଳି କଥା କାହାର ବି ହୃଦୟ ଭାଙ୍ଗି ଦେଇ ପାରେ, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଭାଙ୍ଗନ୍ତି ନାହିଁ... ନିଜକୁ ପୁନର୍ବାର ଗଢ଼ି ତୋଳନ୍ତି ଏବଂ ରାୟପୁରର ଡାକ୍ତର ସୁଷମା ପଚୌରୀଙ୍କର ଏହିପରି ଏକ କାହାଣୀ। 

Advertisment

ଜଣେ ମାଆ, ଯିଏ ଚାରିଥର ମିସକ୍ୟାରେଜ୍ ଏବଂ ୯୩ କିଲୋ ଓଜନର ଦୁଃଖ ସହିଛନ୍ତି, କିନ୍ତୁ କେବେ ହିଁ ହାର ମାନି ନାହାନ୍ତି। ଓଜନ ୯୩ କିଲୋ ହୋଇଗଲା ଜୀବନ ଥମି ଯାଇଥିଲା ଭଳି ଲାଗୁଥିଲା... କିନ୍ତୁ ସେ ନିଜକୁ ଥମିବାକୁ ଦେଲେ ନାହିଁ ଏବଂ ଆଜି ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ହୋଇସାରିଛନ୍ତି। 

ସୁଷମା ପଚୌରୀଙ୍କ ଯାତ୍ରା ପ୍ରମାଣ କରୁଛି ଯେ ଜୋସ ଥିଲେ ପ୍ରତ୍ୟେକ ଶରୀର, ପ୍ରତ୍ୟେକ ଜୀବନ ପୁନର୍ବାର ଗଢ଼ା ଯାଇପାରେ। ଡା. ସୁଷମା ପଚୌରୀ ପୂର୍ବରୁ ଆସିଷ୍ଟାଣ୍ଟ ପ୍ରଫେସର ଥିଲେ। ଚାରିଥର ମିସକ୍ୟାରେଜ୍ ଏବଂ ପଞ୍ଚମ ଗର୍ଭାବସ୍ଥାରେ ଲଗାତାର ୬ ମାସ ବ୍ଲିଡିଂ। ଡାକ୍ତରମାନେ ସ୍ପଷ୍ଟ କହିଦେଇଥିଲେ, ‘ଉଭୟଙ୍କ ଜୀବନକୁ ବିପଦ ହୋଇପାରେ’ । କିନ୍ତୁ ସୁଷମା ହାର ମାନି ନ ଥିଲେ।

Advertisment

୨୦୦୭ରେ ପୁଅ ଜନ୍ମ ହୋଇଥିଲା କିନ୍ତୁ ଏହି ସମୟରେ ଲଗାତାର ହରମୋନ ଇଞ୍ଜେକସନ୍ ଯୋଗୁଁ ତାଙ୍କର ଓଜନ ୯୩ କିଲୋ ପର୍ଯ୍ୟନ୍ତ ପହଞ୍ଚିଗଲା। ତା’ପରେ ଭାଇର ଗୋଟିଏ କଥା ତାଙ୍କ ଦୁନିଆ ଦୋହଲାଇ ଦେଇଥିଲା ଦେଲା... ତୁ ମୋଠାରୁ ଛୋଟ, କିନ୍ତୁ ବଡ ଦେଖାଯାଉଛୁ। ବାସ ସେହି ଦିନ ତାଙ୍କ ଜୀବନର ଟର୍ନିଂ ପଏଣ୍ଟ ହୋଇଗଲା।

ଆରମ୍ଭରେ ସେ ଜିମରେ କେବଳ ଟ୍ରେଡମିଲ୍ ଉପରେ ଦୌଡ଼ୁଥିଲେ... କୌଣସି ଡାଏଟ ନଥିଲା, ନା ଓଜନ ଟ୍ରେନିଂ। ତା’ପରେ ସେ ଜଣେ ଫିଟନେସ କୋଚ୍ ନିଯୁକ୍ତ କଲେ ଏବଂ ଏଠାରୁ ତାଙ୍କର ପ୍ରକୃତ ଯାତ୍ରା ଆରମ୍ଭ ହେଲା।

କିଭଳି ହେଲେ ଫିଟ୍ 
• ଘରେ ତିଆରି ଖାଦ୍ୟ ଖାଇଲେ
• ଚା’ ସହ ଥେପଲା ଜଳଖିଆରେ ଖାଇଲେ
• ଡାଲି, ଭାତ, ଦହି, ସାଲାଡ ଲଞ୍ଚରେ ଖାଇଲେ
• ସ୍ନାକ୍ସରେ ମଖାନା
• ପରେ ଡାଏଟରେ ପ୍ରୋଟିନ୍ ଅଭାବ ପୂରଣ କଲେ.. ସୋୟା, ପନିରରୁ
• ଧୀରେ ଧୀରେ ଓଜନ ୯୩ କିଲୋରୁ ୫୯ କିଲୋକୁ ଆସିଗଲା

୨୦୧୯ରେ ଏକ ଦୁର୍ଘଟଣା ତାଙ୍କୁ ଡିପ୍ରେସନକୁ ଠେଲି ଦେଲା। ଦିନକୁ ୧୫ କପ୍ ଚା’ ଏବଂ ୧୦ କିଲୋ ଓଜନ ପୁନର୍ବାର ବଢ଼ିଗଲା, କିନ୍ତୁ ସେ ଭାଙ୍ଗି ପଡ଼ି ନ ଥିଲେ। ଏବେ ଲୋକମାନେ ତାଙ୍କୁ ଦେଖି ମୋଟିଭେଟ ହୁଅନ୍ତି । ସେ ପୁନର୍ବାର ଯାତ୍ରା ଆରମ୍ଭ କରିଛନ୍ତି। ସେ ବଡିବିଲ୍ଡିଂ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଉଛନ୍ତି।

Advertisment
Related Articles
Advertisment