/odishatv-khabar/media/media_files/2025/11/19/baragarh-dhanuyatra-kansa-final-2025-11-19-12-25-20.jpg)
Baragarh-Dhanuyatra-Kansa-Final Photograph: (OTV)
୭୮ତମ ଧନୁଯାତ୍ରାରେ ସୁଶିଲ୍ ହେବେ କଂସ ମହାରାଜ। ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ବା ଧନୁଯାତ୍ରା ମହୋତ୍ସବ ସମିତିର ଉପସଭାପତି ମହେନ୍ଦ୍ର ମହାପାତ୍ର। ନୂଆ କଂସ ଭାବେ ଏଥର ସୁଶିଲ ମେହେର ମଥୁରା ନରେଶ କଂସ ମହାରାଜ ଭୂମିକାରେ ଦୁଲୁକେଇବେ ମଞ୍ଚ।
ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ ପ୍ରତିବର୍ଷ ଅପେକ୍ଷା ଥାଏ। ଏହି ମହାଯାତ୍ରାରେ ମହାନାୟକ ଭାବେ ଅବତୀର୍ଣ୍ଣ ହୁଅନ୍ତି କଂସ ମହାରାଜ। ସେଥିପାଇଁ ଦକ୍ଷ କଳାକାର ଚୟନ କରାଯାଏ। ଏ ବର୍ଷ ଅଡିସନ୍ ପାଇଁ ୪୪ କଳାକାର କଂସ ଭୂମିକା ପାଇଁ ଆଶାୟୀ ଥିଲେ, ହେଲେ ସମସ୍ତଙ୍କୁ କାଟି ସୁଶିଲ ମେହେର କଂସାଶୁର ଗାଦୀକୁ ନିଜ ନାଁରେ କରି ନେଇଛନ୍ତି।
ପୂର୍ବରୁ ଧନୁଯାତ୍ରା ପାଇଁ ପାର୍ଶ୍ଵ କଳାକାର ଚୟନ ପ୍ରକ୍ରିୟା ସରିଥିବା ବେଳେ ସୋମବାର ଦିନ ମହାରାଜ କଂସ ପାଇଁ ଅଡିସନ୍ ହୋଇଥିଲା। ବରଗଡ଼ ଟାଉନ ହଲରେ କଂସ ଭୂମିକାରେ ଅଭିନୟ ପାଇଁ କଳାକାରମାନେ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ପୁରୁଣା ଓ ବିବାଦୀୟ କଂସ ଅଭିନେତାଙ୍କୁ ବାଦ୍ ଦେଇ ଚଳିତ ବର୍ଷ ନୂଆ କଂସ ଭୂମିକାରେ ସୁଶିଲ ମେହେରଙ୍କୁ ସୁଯୋଗ ଦିଆଯାଇଛି।
ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୮ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ନୂଆ କଂସ ଭୂମିକାରେ ସୁଶିଲ ମେହେର ଦର୍ଶକଙ୍କୁ କେତେ ଆକର୍ଷିତ କରୁଛନ୍ତି ତାହା ଦେଖିବା ବାକି ରହିଲା।
PM Narendra Modi: ସତ୍ୟସାଇ ବାବାଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି: ମହାସମାଧି ସ୍ଥଳରେ ପୂଜାର୍ଚ୍ଚନା

PM-Kisan Installment: ମୋଦି ପଠାଇବେ ଟଙ୍କା: ଉପକୃତ ହେବେ ୯ କୋଟିରୁ ଊର୍ଦ୍ଧ୍ୱ କୃଷକ

Ram Temple Flag Hoisting Ceremony: ରାମ ମନ୍ଦିର ଶିଖରରେ ଉଡିବ ଧର୍ମ ଧ୍ବଜା: ପାଖେଇ ଆସୁଛି ଐତିହାସିକ ମୁହୂର୍ତ୍ତ

Rare Black Tigress “Kalia” Spotted: ଶିମିଳିପାଳରେ କଳା ମହାବଳବାଘ ‘କାଳିଆ’; ବ୍ୟାଘ୍ର ଅଭୟାରଣ୍ୟର ବୁଲୁଥିବାର ଆସିଲା ନଜର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)