Advertisment

BDO Accused of Imposing “New Rules”: ବିଡିଓଙ୍କର ଇଏ କି ନିୟମ? ଆବାସ ସମ୍ପୂର୍ଣ୍ଣ କରିନଥିଲେ କଟାଯାଉଛି ରାସନ ଓ ଭତ୍ତା

ବଲାଙ୍ଗିରରେ ନିଜେ ନିଜେ ଆଇନ ତିଆରି କରିଦେଉଛନ୍ତି କି ବିଡିଓ । ଟଙ୍କା ପାଇ ଆବାସ କାମ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀଙ୍କର ବନ୍ଦ କରିଦିଆଯାଉଛି ଭତ୍ତା ଓ ରାସନ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
BDO

BDO Photograph: (OTV)

ବଲାଙ୍ଗିରରେ ନିଜେ ନିଜେ ଆଇନ ତିଆରି କରିଦେଉଛନ୍ତି କି ବିଡିଓ । ଟଙ୍କା ପାଇ ଆବାସ କାମ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀଙ୍କର ବନ୍ଦ କରିଦିଆଯାଉଛି ଭତ୍ତା ଓ ରାସନ । ଆଗଲପୁର ପରେ ପାଟଣାଗଡ଼ ବ୍ଲକରୁ ବି ଆସିଲା ସମାନ ଅଭିଯୋଗ । ଘର କାମ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀଙ୍କର ଭତ୍ତା ଓ ରାସନ କାଟିବାକୁ ବିଭାଗୀୟ ଚିଠି କରିଛନ୍ତି ଖୋଦ୍ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜି । 

Advertisment

ଏନେଇ ଉଲବା ପଂଚାୟତ ସରମୁହାଣ ଗାଁର ଉତ୍ତରା ବରିହାଙ୍କୁ ଦିଆଯାଇଛି ନୋଟିସ୍ । ନୋଟିସରେ ଉଲ୍ଲେଖ ତଥ୍ୟ ଅନୁସାରେ, ଉତ୍ତରା ବରିହା ତିନିଟି କିସ୍ତି ପାଇଥିଲେ ମଧ୍ୟ ବିଜୁ ପକ୍କାଘର ସମ୍ପୂର୍ଣ୍ଣ କରିନାହାନ୍ତି । ତେଣୁ ତାଙ୍କୁ ଭତ୍ତା, ରାସନ ଓ ଅନ୍ୟ ସରକାରୀ ସହାୟତାରୁ ବଞ୍ଚିତ କରାଯିବ । 

ବିଡିଓଙ୍କ ନୋଟିସ ପରେ ରାସନ ମଧ୍ୟ ବନ୍ଦ କରିଦିଆଯାଇଥିବା ସୂଚନା ସୂଚନା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବାବେଳେ କେଉଁ ନିୟମ ବଳରେ ହିତାଧିକାରୀଙ୍କ ଉପରେ ଏଭଳି ଆକ୍ସନ ନିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ବିଡିଓଙ୍କର ଇଏ କି ନିୟମ ? 
ବଲାଙ୍ଗିରରେ ଆଇନ ତିଆରି କରୁଛନ୍ତି ବିଡିଓ ?
ଆବାସ ସମ୍ପୂର୍ଣ୍ଣ କରିନଥିଲେ କଟାଯାଉଛି ରାସନ ଓ ଭତ୍ତା
ଆଗଲପୁର ପରେ ପାଟଣାଗଡ଼ରୁ ଆସିଲା ସଂଗୀନ ଅଭିଯୋଗ
ରାସନ ଓ ଭତ୍ତା ବନ୍ଦ କରିବାକୁ ମିଳିଲା ସରକାରୀ ନୋଟିସ୍
ଘର ସମ୍ପୂର୍ଣ୍ଣ କରିନାହାନ୍ତି ବୋଲି ଆସିଲା ନୋଟିସ୍
ନୋଟିସ୍ ପରେ ବନ୍ଦ ହୋଇଯାଇଛି ହିତାଧିକାରୀଙ୍କ ରାସନ
କୋଉ ଆଇନ ବଳରେ ବିଡିଓ ନେଲେ ନିଷ୍ପତ୍ତି ?
ଘର କରିନଥିଲେ ରାସନ ବନ୍ଦ ପାଇଁ କେଉଁଠି ଅଛି ଆଇନ୍ ?

Balangir
Advertisment
Related Articles
Advertisment