/odishatv-khabar/media/media_files/2025/10/07/balasore-curfew-2025-10-07-22-04-07.jpg)
Balasore-Curfew Photograph: (OTV)
ଗତକାଲି ଗଣମାଧ୍ୟମରେ ବାଲେଶ୍ବର ସହରରେ ରାତ୍ରି କଟକଣା ନେଇ ବାଜିଥିଲା ଘନ ଘନ ଖବର। ଆସନ୍ତା ୨୧ ତାରିଖ ଯାଏଁ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ନେଇ ଆସିଥିଲା ଖବର। ଗତକାଲି ସହରର ବିଭିନ୍ନ ଗଳିକନ୍ଦି ଓ ରାସ୍ତାଘାଟରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସୂଚନା ଦେବା ସହ ସତେଚନ କରାଇଥିଲା ପୋଲିସ। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା।
ତେବେ ହଠାତ କର୍ଫ୍ୟୁ ଖବର ଶୁଣି ହଠାତ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଲୋକେ। ତେବେ ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି। ସେ ଲେଖିଛନ୍ତି ବାଲେଶ୍ବରରେ କର୍ଫ୍ୟୁ ନେଇ ପ୍ରଚାରିତ ଖବର ମିଛ। କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଥିଲା । ତେବେ ବାଲେଶ୍ବରରେ କୌଣସି କର୍ଫ୍ୟୁ ଜାରି କରାଯାଇନାହିଁ । ବିଳମ୍ବିତ ରାତିରେ କେବଳ ଦୋକାନ ବଜାର ବନ୍ଦ ପାଇଁ ଗାଇଡ ଲାଇନ ଜାରି କରାଯାଇଛି ।
ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଦୀପାବଳୀକୁ ଆଖି ଆଗରେ ରଖି ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ରାତି ସମୟରେ ଅନାବଶ୍ୟକ ଭିଡ଼କୁ ବାରଣ କରିବା ସହ ସହରରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ଏହି କଟକଣା ଜାରି କରାଯାଇଛି। ତେବେ ଏହା କୌଣସି କର୍ଫ୍ୟୁ ନୁହେଁ। କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ କରିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।
Gold Price: ସୁନା ଦର ରେକର୍ଡ ୧ ଲକ୍ଷ ୨୦ ହଜାର ପାର୍, ଧନତେରସରେ ଆହୁରି ମହଙ୍ଗା ହୋଇପାରେ ସୁନା

Hardcore Criminals Flee: ଚୌଦ୍ବାର ଜେଲରୁ ଚମ୍ପଟ କଏଦୀ ଗଲେ କୁଆଡ଼େ ? ୫ ଦିନ ପରେ ବି ପୋଲିସ୍ ପଞ୍ଝା ଖାଲି

Outrage Over Advocate Pitabas Panda’s Murder: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ ହଇଚଇ, କ୍ରାଇମ୍ ସ୍ପଷ୍ଟରୁ CCTV ଉଭାନକୁ ନେଇ ପ୍ରଶ୍ନ

SI Recruitment Scam: ଖୋଲୁଛି ପୋଲିସ SI ନିଯୁକ୍ତିରେ ଜାଲିଆତି, OPRBରେ ଅସାଧୁ ଅଫିସରଙ୍କ ସଂପୃକ୍ତି ନେଇ ଖୋଳତାଡ଼

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)