/odishatv-khabar/media/media_files/2025/10/07/si-2025-10-07-20-37-11.jpg)
SI Photograph: (OTV)
ଏସଆଇ ନିଯୁକ୍ତି ମହାଘୋଟାଲାରେ ସମ୍ପୃକ୍ତ କି ଓଡ଼ିଶା ପୋଲିସ ରିକ୍ୟ୍ରୁଟମେଣ୍ଟ ବୋର୍ଡ କର୍ମଚାରୀ ? ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ଆଉଟସୋର୍ସ କମ୍ପାନୀ ସହ ଚାଲିଥିଲା କି OPRB ଅସାଧୁ କର୍ମଚାରୀଙ୍କ ସଲାସୁତରା ? ଏ ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ପୁରା କେଳେଙ୍କାରୀର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ । ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଅଧିକାରୀଙ୍କ ଗତିବିଧି ଉପରେ କଡା ନଜର ରଖିଛି ତଦନ୍ତକାରୀ ଏଜେନ୍ସି ।
ଏଣେ ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସିଲିକନ୍ ଟେକ୍ ଏବଂ ପଞ୍ଚସଫ୍ଟ ଟେକ୍ନୋଲୋଜିର ଅଫିସକୁ କିଛି ବଡବଡିଆ ପୋଲିସ ଅଧିକାରୀ ବାରମ୍ବାର ଯାଉଥିବା ଜଣାପଡିଛି । ଏ ନେଇ ଗୁଇନ୍ଦା ବିଭାଗ ମଧ୍ୟ ରିପୋର୍ଟ ଦେଇଥିବା କୁହାଯାଉଛି । ଏହା ଉପରେ କ୍ରାଇମବ୍ରାଞ୍ଚ ମଧ୍ୟ ଅନୁଧ୍ୟାନ କରୁଛି ।
ସେପଟେ ସରକାରୀ ନିଯୁକ୍ତି ପରୀକ୍ଷା ପରିଚାଳନା ଦାୟିତ୍ବ ଆଉଟସୋର୍ସିଂ କମ୍ପାନୀକୁ ନ ଦେବା ଲାଗି ଗତ ମାସ ୨୨ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଥିଲେ । ଏହାସତ୍ତ୍ବେ OPRB କାହିଁକି ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ଆଉଟସୋର୍ସିଂ ସଂସ୍ଥା ସମ୍ପର୍କରେ କୌଣସି ସମୀକ୍ଷା କଲା ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ ।
ଏଣେ ପୋଲିସ ସବ୍ ଇନ୍ସପେକଟର ପାଇଁ ଥିବା ପରୀକ୍ଷା ଢାଞ୍ଚାକୁ ନେଇ ପ୍ରଶ୍ନ ଉଠିଛି । ୨୦୧୯ ମସିହା ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ SI ପରୀକ୍ଷା କରୁଥିଲା । ଏଥିରେ ପ୍ରିଲିମନାରୀ, ଫିଜିକାଲ ଟେଷ୍ଟ , ମେନ୍ ପରେ ଭାଇଭା-ଭଏସ କରାଯାଇ ଫାଇନାଲ ତାଲିକା ପ୍ରକାଶ କରାଯାଉଥିଲା । ହେଲେ ୨୦୨୧ ମସିହାରେ ସରକାର ଏହି ନିୟମରେ ପରିବର୍ତ୍ତନ ଆଣିଥିଲେ । ଏହି ଅନୁସାରେ, କେବଳ ଗୋଟିଏ ଲିଖିତ ପରୀକ୍ଷା ପରେ ଶାରିରୀକ ପରୀକ୍ଷା କରାଯାଇ ଏସଆଇ ଭଳି ଅଫିସର ରାଙ୍କର ପଦବୀ ଲାଗି ନିଯୁକ୍ତ ହୋଇଯାଉଛନ୍ତି। ଯେଉଁଥି ପାଇଁ ଆଶାୟୀଙ୍କ ସହ ଲିଖିତ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଆଉଟସୋର୍ସିଂ ଏଜେନ୍ସି ଡିଲ କରିବା ସହଜ ହେଉଛି । ଏହି ଢାଞ୍ଚାରେ ପରିବର୍ତ୍ତନ ସହ ଲିଖିତ ପରୀକ୍ଷା ବି ପୋଲିସ ବିଭାଗ ନିଜେ କରିବା ଦରକାର ବୋଲି ମତ ପ୍ରକାଶ ପାଇଛି ।
ସେପଟେ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଘୋଟଲାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ପଛରେ ଦୋଷୀ ଯେଉଁଠାରେ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଖୋଜି ବାହାର କରାଯିବ । ଆଉ ପରୀକ୍ଷା ସ୍ବଚ୍ଛତାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ନୂଆପଡାରେ କହିଛନ୍ତି ।
Police Officer Dies: ବରୁଣେଇରେ ବିପଦ, ଗଲେ ମରିବ....ପଢ଼ନ୍ତୁ ଗୋଟିଏ କ୍ଲିକରେ

Javed Habib Under Fire: ଜାଭେଦ ହବିବଙ୍କ ବିରୋଧରେ ୨୦ରୁ ଅଧିକ ଏତଲା, ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଫସିଛନ୍ତି ବିବାଦରେ

Most Controversial Song: ମାଧୁରୀଙ୍କ ହିଟ୍ ଗୀତ କିନ୍ତୁ ରିଲିଜ ପରେ ହୋଇଥିଲା ବଡ଼ ବିବାଦ, ଅନେକ ଜାଗାରେ ହୋଇଥିଲା ବ୍ୟାନ

Kumar Purnami 2025: ଝିଅମାନେ କାହିଁକି କରନ୍ତି କୁଆଁର ପୂନେଇଁ? ଭୁଲରେ ସୁଦ୍ଧା ଏହି ଓଷାକୁ ଥଟ୍ଟା କରନ୍ତୁ ନାହିଁ, ନହେଲେ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)