Advertisment

Digha Tensions: ଦୀଘାରେ ଏବେ ଦାଦାଗିରି ମନା, ନରମିଲେ ଦିଦି...ଓଡ଼ିଆ ଖୁସ୍

ଦିଦି ନେତାଙ୍କ ପାଟି ଚୁପ୍ ! ଦୀଘାରେ ଏବେ ଦାଦାଗିରି ମନା । ଭାଙ୍ଗିଗଲା ମୁହଁଟାଣ, ନରିମିଲା ପ୍ରଶାସନ । ଦୀଘାବାସୀଙ୍କୁ ତାଗିଦ୍ ପରେ, ଏବେ ଓଡ଼ିଆ ଖୁସ୍ । ଗତ ମଙ୍ଗଳବାର ଠାରୁ ଦୀଘା ଛାଡ଼ିବାକୁ ଓଡ଼ିଆଙ୍କୁ ଖୁଲମଖୁଲା ଧମକ ମିଳୁଥିଲା ।

author-image
Manas Ranjan Mohanty
Jaleswar-Chandaneswar

Jaleswar-Chandaneswar Photograph: (OTV)

ଦିଦି ନେତାଙ୍କ ପାଟି ଚୁପ୍ ! ଦୀଘାରେ ଏବେ ଦାଦାଗିରି ମନା । ଭାଙ୍ଗିଗଲା ମୁହଁଟାଣ, ନରିମିଲା ପ୍ରଶାସନ । ଦୀଘାବାସୀଙ୍କୁ ତାଗିଦ୍ ପରେ, ଏବେ ଓଡ଼ିଆ ଖୁସ୍ । ଗତ ମଙ୍ଗଳବାର ଠାରୁ ଦୀଘା ଛାଡ଼ିବାକୁ ଓଡ଼ିଆଙ୍କୁ ଖୁଲମଖୁଲା ଧମକ ମିଳୁଥିଲା ।  କିଛି ଲୋକଙ୍କୁ ଦୀଘାରୁ ତଡ଼ି ବି ଦେଇଥିଲା ସ୍ଥାନୀୟ ଲୋକ ଏବଂ ସରପଞ୍ଚ । କିନ୍ତୁ ମନମାନିର ଏହି ଖବର ବାଜିବା ପରେ ପ୍ରଶାସନ ଚିହିଁକି ଉଠିଛି । ପଶ୍ଚିମବଙ୍ଗର ସରପଞ୍ଚ ଏବଂ ଭୋଗରାଇର ସହାବାଜିପୁର ସମିତିସଭ୍ୟଙ୍କୁ ବସାଇ ବୈଠକ କରି ସମସ୍ୟାର ସମାଧାନ କାଢ଼ିଛି । ଓଡ଼ିଶା ଓ ଅନ୍ୟ ରାଜ୍ୟର ଲୋକଙ୍କ ଉପରେ ଆଉ ନାଲିଆଖି ନଦେଖାଇ ଦୀଘାରୁ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଅନ୍ୟତ୍ର ବସାଯିବ ବୋଲି କହିଛନ୍ତି ପଶ୍ଚିମବଙ୍ଗର ସରପଞ୍ଚ । 

Advertisment

ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ପ୍ରାୟ ଲୋକେ ଦୀଘା ଉପରେ ନିର୍ଭର କରନ୍ତି । ସେଠାରେ ବ୍ୟବସାୟ କରି ପରିବାର ଚଳାନ୍ତି । ଜଗନ୍ନାଥ ମନ୍ଦିର ନିକଟରେ ବି କିଛି ଓଡ଼ିଆ ଦୋକାନ କରିଛନ୍ତି । ତେଣୁ ମଙ୍ଗବାର ଓଡ଼ିଆମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କୁ ଉଠାଇ ଦିଆଯାଇଥିଲା । ଖବର ବାଜିବା ପରେ ଏବେ ଟିଏମସି ନେତାଙ୍କ ଉପରେ ଚାପ ପଡ଼ିଛି । ସେପଟେ ଓଡ଼ିଶାର ଲୋକ ଚନ୍ଦନେଶ୍ୱରରେ ଥିବା ବଙ୍ଗାଳୀମାନଙ୍କୁ ମଧ୍ୟ ଓଡ଼ିଶା ଛାଡ଼ିକୁ କହିଥିଲେ । ତା’ ସହ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଲଘୁଖଣିଜ ସମ୍ପଦକୁ ବନ୍ଦ ପାଇଁ ଚେତାବନୀ ଦେଇଥିଲେ । ତେଣୁ ଏବେ ପଶ୍ଚିମବଙ୍ଗର ଚେତା ପଶିଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ପ୍ରଶାସନ ଓ ପୋଲିସର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । 

ପୂର୍ବରୁ ଅନେକ ସମୟରେ ଓଡ଼ିଆଙ୍କ ପ୍ରତି ମମତାଙ୍କ ନାଲି ଆଖି ଦେଖିବାକୁ ମିଳିଛି । ଆଉ ଦୀଘାର ଏହି ଘଟଣା ଭବିଷ୍ୟତ ପାଇଁ ଆଉ ଏକ ଉଦାହରଣ ।  

Advertisment
Advertisment