/odishatv-khabar/media/media_files/2025/10/12/otv-ama-sahi-medha-contest-2025-10-12-11-27-15.jpg)
OTV Ama Sahi Medha Contest Photograph: (OTV)
କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ନେଇ ଚାଲିଥିବା ଓଟିଭି ଆମ ସାହି ମେଢ଼ ପ୍ରତିଯୋଗିତା ୨୦୨୫ର ଫଳାଫଳ ଘୋଷଣା ହୋଇଛି। ଢେଙ୍କାନାଳ ମହାଲକ୍ଷ୍ମୀ ପୂଜାରେ ଯେଉଁ ୭ଟି ପୂଜା କମିଟି ବାଜି ମାରିଛନ୍ତି ସେଗୁଡିକ ଉପରେ ନଜର ପକାନ୍ତୁ।
ଏଥର ବେଷ୍ଟ ମେଢ଼ ବା ମୂର୍ତ୍ତି ପୁରସ୍କାର ଜିତିଛି- ମୀନାବଜାରର ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ। ଏଠାରେ ମାଆ ଲକ୍ଷ୍ମୀଙ୍କର ମୂର୍ତ୍ତି ଚାନ୍ଦି ଗହଣାରେ ସଜେଇ ହୋଇଥିବା ବେଳେ ମାଆଙ୍କର ମୁକୁଟଟି ସୁନାରେ ତିଆରି।
ସେହିପରି ବେଷ୍ଟ ତୋରଣ ବା ଗେଟ୍ ପୁରସ୍କାର ଜିତିଛି- କୈବଲ୍ୟ ବଜାର ପୂଜା ପ୍ରତିଷ୍ଠାନ। ଏଠାରେ ସଂପୂର୍ଣ୍ଣ ବର୍ଜ୍ୟବସ୍ତୁରେ ତୋରଣଟିକୁ ସଜା ଯାଇଛି।
ସେହିପରି ବେଷ୍ଟ ଲାଇଟ୍ ଓ ଡେକୋରେସନ୍ ପୁରସ୍କାର ପାଇଛି- ଗୁଡ଼ିଆନାଳିର ଗୋଲ୍ଡେନ ଷ୍ଟ୍ରିଟ୍ ପୂଜା ପେଣ୍ଡାଲ୍। ଏଠାରେ ପ୍ରାୟ ଦେଢ କିଲୋମିଟର ବ୍ୟାପୀ ଅଂଚଳକୁ ଆଲୋକରେ ସଜ୍ଜା ଯାଇଛି। ଯାହାର ମୁଖ୍ୟ ଆକର୍ଷଣ ସାଜିଛି 3D ଲାଇଟ୍, ବୈଦୁତିକ ତୋରଣ ଓ ରାଜମହଲରେ ମାଆ ଲକ୍ଷ୍ମୀଙ୍କ ଅବସ୍ଥାନ।
ସେହିପରି ଢେଙ୍କାନାଳ ଗଜଲକ୍ଷ୍ମୀ ମହୋତ୍ସବରେ ଆୟୋଜିତ ଓଟିଭି ଆମସାହି ମେଢ଼ ପ୍ରତିଯୋଗିତାରେ ବେଷ୍ଟ ପାର୍ଶ୍ଵ ଦେବତା ପୁରସ୍କାର ଜିତିଛି- ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ। ଏଠାରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା ଅପରେସନ ସିନ୍ଦୂର ଓ ମହାକୁମ୍ଭ ବାରୁଆଳି।
ସେହିପରି ଢେଙ୍କାନାଳ ଲକ୍ଷ୍ମୀ ପୂଜାରେ ଏଥର ବେଷ୍ଟ ମୀନାବଜାର ପୁରସ୍କାର ଜିତିଛି- ଗଣେଶ ବଜାର ପୂଜା ପ୍ରତିଷ୍ଠାନ। କାରଣ ଏଠାରେ ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିଛି ପ୍ରାୟ ଅଧ କିଲୋମିଟର ବ୍ୟାପୀ ଅଂଚଳରେ ପଡ଼ିଥିବା ଦୋଳି, କସମେଟିକ୍ସ ଓ ଖାଦ୍ୟ ପ୍ରଦାର୍ଥ ଦୋକାନ।
ସେହିପରି ବେଷ୍ଟ ଭୋଗ ପୁରସ୍କାର ଜିତିଛି- ଜୁବୁଲି ଟାଉନ-୧ ପୂଜା ପ୍ରତିଷ୍ଠାନ। ଲକ୍ଷ୍ମୀପୂଜା ଅବସରରେ ଏଠାରେ ମାଆଙ୍କ ପାଖରେ ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଭୋଜନ ପ୍ରସ୍ତୁତ କରାଯାଇ ପ୍ରାୟ ୩ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥାଏ। ତା ସହିତ ଆଉଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଥାଏ।
ଶେଷରେ ଏଥର ବେଷ୍ଟ ଥିମ୍ ପୁରସ୍କାର ଜିତିଛି- ଖମାର ସାହି ପୂଜା ପ୍ରତିଷ୍ଠାନ। ଏଠାରେ ମାଆ ଲକ୍ଷ୍ମୀଙ୍କୁ ଏକ ଶବର ପଲ୍ଲୀରେ ବିରାଜିତ କରାଯାଇଛି, ଯାହା ଦର୍ଶକଙ୍କ ପାଇଁ ଆକର୍ଷଣ ପାଲଟିଛି।
ଓଟିଭି ପକ୍ଷରୁ ପ୍ରଥମଥର ପାଇଁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ମହୋତ୍ସବରେ ଆୟୋଜନ କରାଯାଇଥିବା ଆମ ସାହି ମେଢ଼ ପ୍ରତିଯୋଗିତା ୨୦୨୫ରେ ବିଚାରକ ଭାବେ ରହିଥିଲେ ଜଣାଶୁଣା ଶିଳ୍ପୀ ପରେଶ ପଟ୍ଟନାୟକ ଓ ରତନ ନାୟାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)